ଓଡିଶା

odisha

By

Published : May 18, 2023, 11:40 AM IST

ETV Bharat / state

ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀଙ୍କ ଢେଙ୍କାନାଳ ଗସ୍ତ

ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀଙ୍କ କାମାକ୍ଷାନଗର ଗସ୍ତ । ବିଭିନ୍ନ ପ୍ରକଳ୍ପର କଲେ ସମୀକ୍ଷା । ଅଧିକ ପଢନ୍ତୁ

ଉଷା ପାଢୀଙ୍କ ଢେଙ୍କାନାଳ ଗସ୍ତ
ଉଷା ପାଢୀଙ୍କ ଢେଙ୍କାନାଳ ଗସ୍ତ

ଉଷା ପାଢୀଙ୍କ ଢେଙ୍କାନାଳ ଗସ୍ତ

ଢେଙ୍କାନାଳ:ରାଜ୍ୟ ବାଣିଜ୍ୟ ଓ ପରିବହନ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଉଷା ପାଢୀ ବୁଧବାର ଦିନିକିଆ ଢେଙ୍କାନାଳ ଜିଲ୍ଲା ଗସ୍ତ କରିଛନ୍ତି । ସଚିବ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଯାଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ଓ ଭିତ୍ତିଭୂମି ସମୀକ୍ଷା କରିଛନ୍ତି । କାମାକ୍ଷାନଗରରେ ପହଞ୍ଚିବା ପରେ ଉଷା ପାଢୀ ପ୍ରଥମେ ଜନ୍ତାରିବୋଲ ଠାରେ ନିର୍ମାଣ ହୋଇଥିବା ମଡେଲ ଇଞ୍ଜିନିୟରିଂ କଲେଜ ପରିଦର୍ଶନ କରିଥିଲେ । କଲେଜର ଭିତ୍ତିଭୂମି ଅନୁଧ୍ୟାନ କରିବା ସହ ଏହାକୁ କିପରି ଆହୁରି ଉନ୍ନତ କରାଯାଇ ପାଠପଢା ଆରମ୍ଭ ହୋଇପାରିବ ସେ ଦିଗରେ ଆଲୋଚନା କରିଥିଲେ ।

ଏହି ଇଞ୍ଜିନିୟରିଂ କଲେଜରେ ଚଳିତ ଶିକ୍ଷା ବର୍ଷରୁ ପାଠପଢା ଆରମ୍ଭ କରିବାକୁ ପ୍ରୟାସ କରାଯିବ ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରମୁଖ ସଚିବ କହିଛନ୍ତି । ଏହାପରେ ସଚିବ କାନପୂରା କେନାଲ କୂଳରେ ନିର୍ମାଣ ହେଉଥିବା ଏକ ଅତ୍ୟାଧୁନିକ ଗ୍ରାମାଞ୍ଚଳ ପାର୍କକୁ ବୁଲି ଦେଖିଥିଲେ । ଏହାକୁ ଦେଖି ସେ ଖୁସି ବ୍ୟକ୍ତ କରିଥିଲେ । ଏଠାରୁ ସେ ବିରାଶାଳ ଯାଇ ସେଠାରେ ଥିବା ଏୟାରଷ୍ଟ୍ରିପକୁ ବୁଲି ଦେଖିବା ସହ ଅଧିକାରୀଙ୍କ ସହିତ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଏୟାରଷ୍ଟ୍ରିପକୁ ବିଶ୍ବସ୍ତରୀୟ ଟ୍ରେନିଂ ସେଣ୍ଟର କରାଯିବା ପାଇଁ ଘୋଷଣା ହେବା ପରେ ଏହାର ଭିତ୍ତିଭୂମିକୁ ସଚିବ ଅନୁଧ୍ୟାନ କରିଥିଲେ । ନିଜର ଦିନିକିଆ ଗସ୍ତରେ ଉଷା ପାଢୀ ପୂର୍ତ୍ତ ବିଭାଗ ପକ୍ଷରୁ କରାଯାଉ ଥିବା ବିଭିନ୍ନ କାମର ସମୀକ୍ଷା ମଧ୍ୟ କରିଥିଲେ । ଶେଷରେ ସୋଗର ଠାରେ ସ୍ଥିତ ଔଷଧିୟ ଅରଣ୍ୟ ବୁଲି ଦେଖିଥିଲେ ।

ଏହାମଧ୍ୟ ପଢନ୍ତୁ : BSE Matric Result 202: ଆଜି ମାଟ୍ରିକ ଫଳ, ସକାଳ ୧୦ରେ ପୁସ୍ତିକା ଉନ୍ମୋଚନ କରିବେ ମନ୍ତ୍ରୀ

ସଚିବ କହିଛନ୍ତି ଯେ, କାମାକ୍ଷାନଗରରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇଛି । ଏଠାରେ ଦୁଇଟି ପ୍ରକଳ୍ପ ମଡେଲ ଇଞ୍ଜିନିୟରିଂ କଲେଜ ଓ ବିରାଶାଳ ଏୟାରଷ୍ଟ୍ରିପ କାର୍ଯ୍ୟ ଅନୁଧ୍ୟାନ କରିଛି । ଉକ୍ତ କଲେଜକୁ କିପରି ଦକ୍ଷତା ବିକାଶର ଭଲ କେନ୍ଦ୍ର କରାଯାଇ ପାରିବ ସେନେଇ ଆଲୋଚନା କରାଯାଇଛି ।

ଏହାମଧ୍ୟ ପଢନ୍ତୁ: ଆଜିଠୁ ରାଜ୍ୟରେ ଦୌଡିବ ବନ୍ଦେ ଭାରତ ଏକ୍ସପ୍ରେସ, ଓଡିଶାକୁ 8 ହଜାର କୋଟିର ଭେଟି ଦେବେ ପ୍ରଧାନମନ୍ତ୍ରୀ

ଏହାମଧ୍ୟ ପଢନ୍ତୁ : ଆସିକା ଥାନା ଉପରେ ଆଧାରିତ କ୍ଷୁଦ୍ର ଚଳଚ୍ଚିତ୍ର ‘ଅଦ୍ୱିତୀୟ’, ଆଫ୍ରିକାରେ ମିଳିଲା ଶ୍ରେଷ୍ଠ ପୁରସ୍କାର

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details