ଓଡିଶା

odisha

By

Published : Apr 19, 2022, 4:56 PM IST

ETV Bharat / state

ମାଟିତଳୁ ୩୨ ଲକ୍ଷ, ସମ୍ବଲପୁରରେ ଚୋରୀ ଦେବଗଡରୁ ଉଦ୍ଧାର

ମାଟିତଳୁ ବାହାରିଲା ୩୨ ଲକ୍ଷ ଚୋରୀ ଟଙ୍କା । ଜଣେ ହୋଟେଲ କର୍ମଚାରୀର ଘରର ମାଟିତଳୁ ବାହାରିଛି ଲକ୍ଷାଧିକ ଟଙ୍କା । ଅଧିକ ପଢ଼ନ୍ତୁ

ହେ ନାରାୟଣ ମାଟିତଳେ କି ଟଙ୍କା !
ହେ ନାରାୟଣ ମାଟିତଳେ କି ଟଙ୍କା !

ଦେବଗଡ଼:ଘରେ ମାଟି ତଳେ ଥିବା ଏକ ବସ୍ତାରୁ ବାହାରିଲା ୩୨ ଲକ୍ଷ ଟଙ୍କା । ଏହି ଚୋରୀ ଟଙ୍କା ଜଣାପଡିଥିବା ବେଳେ ପୋଲିସ ଟଙ୍କା ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି । ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ବନାକାଲ ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ବନାକାଲ ଗାଁର ଡିଲେଶ୍ୱର ବେହେରା ନାମକ ଜଣେ ଯୁବକ ସମ୍ବଲପୁରର ଏକ ପ୍ରତିଷ୍ଠିତ ହୋଟେଲରେ କିଛିମାସ ପୂର୍ବରୁ କାମ କରୁଥିଲେ ।

ହେ ନାରାୟଣ ମାଟିତଳେ କି ଟଙ୍କା !

କାମ କରିବା ସମୟରେ ସୁଯୋଗ ଦେଖି ସେ ହୋଟେଲରୁ ୩୯ ଲକ୍ଷ ଟଙ୍କା ଚୋରୀ କରି ଗାଁକୁ ଚାଲି ଆସିଥିଲେ । ଟଙ୍କା ଚୋରୀ ହୋଇଥିବା ନେଇ ହୋଟେଲ ମାଲିକ ସମ୍ବଲପୁର ପୋଲିସର ସହାୟତା ନେଇଥିଲେ । ଘଟଣା ସମ୍ପର୍କରେ ପୋଲିସ ଅନୁସନ୍ଧାନ କରି ଡିଲେଶ୍ୱର ଟଙ୍କା ନେଇଥିବା ସୁରାକ ପାଇଥିଲା ।

ସମ୍ବଲପୁର ପୋଲିସର ଏକ ଟିମ୍ ଦେବଗଡ଼ ପୋଲିସ ସହାୟତାରେ ଆଜି ଭୋର ସକାଳୁ ଡିଲେଶ୍ୱରର ବନାକାଲ ସ୍ଥିତ ଘରେ ଚଢ଼ଉ କରିଥିଲା । ଚଢ଼ଉ ବେଳେ ଘରର ଏକ କୋଠରୀରେ ମାଟି ତଳେ ବସ୍ତାରେ ବନ୍ଧା ହୋଇଥିବା ୩୨ ଲକ୍ଷ ଟଙ୍କା ପୋଲିସ ଉଦ୍ଧାର କରିବା ସହିତ ଅଭିଯୁକ୍ତ ଡିଲେଶ୍ୱରକୁ ଗିରଫ କରିଛି । ମୋଟ ୩୯ ଲକ୍ଷ ଟଙ୍କା ମଧ୍ୟରୁ ବାକି ୭ ଲକ୍ଷ ଟଙ୍କାର ଏପର୍ଯ୍ୟନ୍ତ କୌଣସି ସୁରାକ ମିଳିନଥିବା ବେଳେ ପୋଲିସ ଘଟଣାର ଅଧିକ ଅନୁସନ୍ଧାନ ଜାରି ରଖିଛି । ତେବେ ଏହି ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ସମ୍ପୃକ୍ତ ଯୁବକର ଏଭଳି କୁକର୍ମକୁ ଗ୍ରାମବାସୀ ନିନ୍ଦା କରିଛନ୍ତି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details