ଓଡିଶା

odisha

By

Published : Jan 27, 2022, 8:36 AM IST

ETV Bharat / state

Panchayat Polls: ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟଙ୍କ ଗୁଣ୍ଡାରାଜ, ସମିତିସଭ୍ୟା ପ୍ରାର୍ଥୀଙ୍କୁ ଧମକାଇଲେ

ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟଙ୍କ ଗୁଣ୍ଡାରାଜ । ପତ୍ନୀଙ୍କୁ ନିର୍ଦ୍ବନ୍ଦ୍ବରେ ସମିତି ସଭ୍ୟ କରାଇବାକୁ ଜଣେ ମହିଳା ସମିତିସଭ୍ୟା ପ୍ରାର୍ଥୀଙ୍କୁ ଧମକ ଦେଇ ଦାଖଲ କରାଇଦେଲେ ନାହିଁ ପ୍ରାର୍ଥୀପତ୍ର । ଅଧିକ ପଢନ୍ତୁ

Panchayat Polls:ନିର୍ବାଚନ ପୂର୍ବରୁ  ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟଙ୍କ ଗୁଣ୍ଡାରାଜ,  ସମିତିସଭ୍ୟା ପ୍ରାର୍ଥୀଙ୍କୁ ଦେଲେ ଧମକ
Panchayat Polls:ନିର୍ବାଚନ ପୂର୍ବରୁ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟଙ୍କ ଗୁଣ୍ଡାରାଜ, ସମିତିସଭ୍ୟା ପ୍ରାର୍ଥୀଙ୍କୁ ଦେଲେ ଧମକ

ଦେବଗଡ଼:ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟଙ୍କ ଗୁଣ୍ଡାରାଜ । ପତ୍ନୀଙ୍କୁ ସମିତି ସଭ୍ୟ କରାଇବାକୁ ଜଣେ ମହିଳା ସମିତିସଭ୍ୟା ପ୍ରାର୍ଥୀଙ୍କୁ ଧମକ ଦେଇ ଦାଖଲ କରାଇଦେଲେ ନାହିଁ ପ୍ରାର୍ଥୀପତ୍ର । ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲ୍ଲାର ବଣିଆକିଲିଣ୍ଡା ପଞ୍ଚାୟତରେ । ଏନେଇ ରାଜ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ଅଭିଯୋଗ କରିଛନ୍ତି ଓଡିଶା ଲିଗାଲ ରାଇଟ୍ସ କାଉଁସିଲ ଅଧ୍ୟକ୍ଷା ଅରୁନ୍ଧତୀ କୁମାରୀ ଦେବୀ ।

Panchayat Polls:ନିର୍ବାଚନ ପୂର୍ବରୁ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟଙ୍କ ଗୁଣ୍ଡାରାଜ, ସମିତିସଭ୍ୟା ପ୍ରାର୍ଥୀଙ୍କୁ ଦେଲେ ଧମକ

ସୂଚନା ଅନୁଯାୟୀ, ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ବଣିଆ କିଲିଣ୍ଡା ପଞ୍ଚାୟତରେ ସମିତି ସଭ୍ୟ ପାଇଁ ସୁନାମୁଣ୍ଡା ଗ୍ରାମର ସଙ୍ଗୀତା ବିଶ୍ୱାଳ ନାମକ ଜଣେ ମହିଳା ପ୍ରାର୍ଥିନୀ ଗତ 21 ତାରିଖ ଦିନ ତାଙ୍କ ସ୍ବାମୀ ଭୁରିଶ୍ରବା ଧଳଙ୍କ ସହିତ ନିଜ ପ୍ରାର୍ଥୀପତ୍ର ଦାଖଲ ପାଇଁ ତିଳେଇବଣି ବ୍ଲକ କାର୍ଯ୍ୟାଳୟକୁ ଯାଉଥିଲେ । ଏହି ସମୟରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଯୋଗେଶ ପ୍ରଧାନଙ୍କ କିଛି ଗୁଣ୍ଡା ଆସି ତାଙ୍କ ସ୍ବାମୀଙ୍କୁ ବାଇକ ଯୋଗେ ଉଠାଇ ନେଇଥିଲେ ।

ଏହାପରେ ଯୋଗେଶଙ୍କ ତାଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଏକ କୋଠରୀରେ ବନ୍ଦ କରି ପ୍ରାର୍ଥୀପତ୍ର ଦାଖଲ ନକରିବାକୁ ଧମକ ଚମକ ଦେଇଥିଲେ । ଫଳରେ ପ୍ରାର୍ଥୀପତ୍ର ଦାଖଲର ଶେଷ ସମୟ ପର୍ଯ୍ୟନ୍ତ ସ୍ୱାମୀଙ୍କ ଫେରିବା ବାଟକୁ ଚାହିଁ ମହିଳା ପ୍ରାର୍ଥୀ ଜଣକ ଆଉ ପ୍ରାର୍ଥୀପତ୍ର ଦାଖଲ କରିପାରିନଥିଲେ ।

ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଜଣଙ୍କ ଇଙ୍ଗିତରେ ତାଙ୍କ ଗୁଣ୍ଡା ମାନେ ନିର୍ବାଚନ ଆଚରଣ ବିଧିକୁ ଖୋଲା ଚ୍ୟାଲେଞ୍ଜ କରି ସମ୍ପୃକ୍ତ ମହିଳା ଓ ତାଙ୍କ ସ୍ବାମୀଙ୍କୁ ଧମକ ଚମକ ଦେଇ ଭୟଭୀତ କରି ପ୍ରାର୍ଥୀପତ୍ର ଦାଖଲ କରାଇ ଦେଇନଥିଲେ । ଏହି କାର୍ଯ୍ୟରେ ପଞ୍ଚାୟତ ନିର୍ବାଚନ ଅଧିକାରୀ ମଧ୍ୟ ସାମିଲ ଥିବା ମଧ୍ୟ ଅଭିଯୋଗ ହୋଇଛି ।

ଏ ସମ୍ପର୍କରେ ସମ୍ପୃକ୍ତ ପ୍ରାର୍ଥୀ ଜଣକ ଓଡିଶା ଲିଗାଲ ରାଇଟ୍ସ ଅଧ୍ୟକ୍ଷା ଅରୁନ୍ଧତୀ କୁମାରୀ ଦେବୀଙ୍କ ନିକଟରେ ଫେରାଦ ହେବାପରେ ଏସମ୍ପର୍କରେ ସେ ରାଜ୍ୟ ନିର୍ବାଚନ କମିଶନର, ଦେବଗଡ଼ ଜିଲ୍ଲାପାଳ ଓ ଏସପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । କେବଳ ଏତିକି ନୁହେଁ, ଉକ୍ତ ସମିତି ସଭ୍ୟ ପ୍ରାର୍ଥୀ ଜଣକ ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହେବାପରେ କୋଭିଡ ଗାଇଡ଼ଲାଇନ ଖୋଲା ଉଲ୍ଲଂଘନ କରି ଶହ ଶହ ସଂଖ୍ୟାରେ ଲୋକଙ୍କୁ ଏକତ୍ରିତ କରି ବିଜୟ ଉତ୍ସବ ପାଳନ କରିଥିବା ଅଭିଯୋଗ ହୋଇଛି । ତେବେ ନିର୍ଦ୍ୱନ୍ଦ୍ବରେ ବିଜୟୀ ହୋଇଥିବା ପ୍ରାର୍ଥୀଙ୍କ ସଭ୍ୟ ପଦ ରଦ୍ଦ କରି ଏଠାରେ ପୁନ ନିର୍ବାଚନ କରାଇବାକୁ ଅଧ୍ୟକ୍ଷା ଅରୁନ୍ଧତୀ ଦେବୀ ନିର୍ବାଚନ କମିଶନରଙ୍କ ନିକଟରେ ଦାବି କରିଛନ୍ତି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details