ଓଡିଶା

odisha

ରାଜ୍ୟସ୍ତରରେ ପୁରସ୍କୃତ ହେଲେ ଦେବଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ

By

Published : Nov 2, 2021, 10:03 PM IST

ଶିଶୁ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ ପାଇଁ ଦେବଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ପୁରସ୍କୃତ ହୋଇଛନ୍ତି । ଅଧିକ ପଢ଼ନ୍ତୁ...

ରାଜ୍ୟସ୍ତରରେ ପୁରସ୍କୃତ ହେଲେ ଦେବଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ
ରାଜ୍ୟସ୍ତରରେ ପୁରସ୍କୃତ ହେଲେ ଦେବଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ

ଦେବଗଡ଼: ଶିଶୁ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ ପାଇଁ ଦେବଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ପୁରସ୍କୃତ ହୋଇଛନ୍ତି । ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନର 11ତମ ପ୍ରତିଷ୍ଠା ଦିବସ ଅବସରରେ ଭୁବନେଶ୍ୱରରେ ଏକ ସମାରୋହ ଆୟୋଜନ ହୋଇଥିଲା । ଏହି ସମାରୋହରେ ରୋମିଓ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଛି ।

ରାଜ୍ୟସ୍ତରରେ ପୁରସ୍କୃତ ହେଲେ ଦେବଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ

ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ସଚିବ ଅନୁ ଗର୍ଗ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ରୋମିଓ ମହାପାତ୍ର 2013 ମସିହାରେ ଦେବଗଡ଼ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଭାବେ କାର୍ଯ୍ୟରେ ଯୋଗଦେବା ପରେ ଜିଲ୍ଲାରେ ଶିଶୁ ସୁରକ୍ଷା ଭିତ୍ତିଭୂମି ଓ ବ୍ୟବସ୍ଥାକୁ ସଦୃଢ଼ କରିବା ପାଇଁ ବିଭିନ୍ନ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇଛନ୍ତି । ତାଙ୍କ ନେତୃତ୍ୱରେ ଜିଲ୍ଲାରେ 'ବାଲ୍ୟ ବିବାହକୁ ନା' ଶୀର୍ଷକ ପ୍ରଚାର ଅଭିଯାନ ଆୟୋଜନ କରାଯାଇଥିଲା । ଏହି କ୍ରମରେ ଜିଲ୍ଲା ପ୍ରଶାସନ 370 ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଘୋଷଣା କରି ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲା ।

ଏହି ରାଜ୍ୟସ୍ତରୀୟ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଶିଶୁ ସୁରକ୍ଷା କମିଶନ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ, ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା, ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ସୁଲୋଚନା ଦାସ, ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ୟୁନିସେଫ ମୁଖ୍ୟ ମୋନିକା ନେଲସନ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ABOUT THE AUTHOR

...view details