ଓଡିଶା

odisha

By

Published : May 14, 2023, 4:05 PM IST

ETV Bharat / state

CMC ମେୟରଙ୍କ ଚେତାବନୀ, ଏଣିକି ପଚା ଫଳ ବିକିଲେ ବ୍ଲାକ୍‌ ଲିଷ୍ଟେଡ୍‌

ଏଣିକି ପଚା ଫଳ ବିକିଲେ ଆଉ ନିସ୍ତାର ନାହିଁ । ପଚା ଫଳ ବିକ୍ରି କରୁଥିବା ବ୍ୟକ୍ତିଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ । ଅଧିକ ପଢ଼ନ୍ତୁ

ଟକରେ ପଚା ଫଳ ବିକିଲେ ହେବ ଦୃଢ଼ କାର୍ଯ୍ୟନୁଷ୍ଠାନ
ଟକରେ ପଚା ଫଳ ବିକିଲେ ହେବ ଦୃଢ଼ କାର୍ଯ୍ୟନୁଷ୍ଠାନ

ଟକରେ ପଚା ଫଳ ବିକିଲେ ହେବ ଦୃଢ଼ କାର୍ଯ୍ୟନୁଷ୍ଠାନ

କଟକ: କଟକରେ ପଚା ଫଳ ବିକିଲେ ଏଣିକି ହେବ ଦୃଢ଼ କାର୍ଯ୍ୟନୁଷ୍ଠାନ । ସିଧାସଳଖ ହେବେ ବ୍ଲାକ ଲିଷ୍ଟେଡ୍‌ । କାନ୍ଥରେ ଲାଗିବ ଫଟୋ । କ୍ରିମିନାଲ୍‌ମାନଙ୍କୁ ତଡ଼ିପାର କଲା ପରି ପଚା ଫଳ ବିକ୍ରି କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ କଠୋରରୁ କଠୋର ଦଣ୍ଡ ଦିଆଯିବ ବୋଲି ମେୟର ଚେତାଇ ଦେଇଛନ୍ତି ।

କଟକ ମେୟର ସୁବାସ ସିଂ କହିଛନ୍ତି, "କଟକର ପ୍ରମୁଖ ଛକ ଯେପରି ବାଦାମବଡି, ଲିଙ୍କ୍‌ରୋଡ୍‌, ମଧୁପାଟଣା, ଏସ୍‌ସିବି ମେଡିକାଲ ନିକଟରେ ଦୀର୍ଘ ବର୍ଷ ଧରି ବ୍ୟବସାୟ କରି ଆସୁଛନ୍ତି ଫଳ ବ୍ୟବସାୟୀ । ଛୋଟ ବଡ଼ ବ୍ୟବସାୟୀମାନେ ବେଶ ଭଲ ଭାବରେ ଵ୍ୟଵସାୟ କରନ୍ତି । କିନ୍ତୁ ବିଗତ କିଛି ଦିନ ମଧ୍ୟରେ ଏହି ଫଳ ବର୍ତ୍ତମାନ ଉଚିତମାନର ମିଳୁନଥିବା ସିଧାସଳଖ ଅଭିଯୋଗ କରୁଛନ୍ତି ଲୋକେ । ଏହାପୂର୍ବରୁ ବାଦାମବାଡ଼ି ଥାନା ଅଞ୍ଚଳରେ ଥିବା ବସ ଷ୍ଟାଣ୍ଡ ନିକଟରେ ଏଭଳି ସଙ୍ଗିନ ଅଭିଯୋଗ ଆସିଥିଲା । ଲୋକେ ଉଚିତ ମୂଲ୍ୟ ଦେଇ ପଚା ଫଳ କିଣୁଛନ୍ତି । ପଚା ଫଳ ବିକ୍ରି ଦିନକୁ ଦିନ କଟକରେ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ଅଧାର କରି ପୋଲିସ ମଧ୍ୟ ଚଢ଼ାଉ କରିଥିଲା । ଏହାର ସଠିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସିଏମସି ପ୍ରସ୍ତୁତ କରିଛି ମେଗା ଯୋଜନା । ଏନ୍‌ଫୋର୍ସମେଣ୍ଟ ଟିମ୍‌କୁ ଏଣିକି ସବୁ ବଡ଼ବଡ଼ ଛକମାନଙ୍କରେ ପାଟ୍ରୋଲିଂ କରିବାକୁ କଡ଼ା ନିର୍ଦ୍ଦେଶ ଦିଆ ଯାଇଛି । ଯେଉଁଠି ବି ପଚା ଫଳ ବିକ୍ରି ହେଉଥିବ ସେଠି ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ ।"

ଏବେଠୁ ସାବଧାନ ହେଇକି ଫଳ ବିକ୍ରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମେୟର ସୁବାସ ସିଂ । କାହିଁକି ନା ଫଳ ସ୍ବାସ୍ଥ୍ୟ ପାଇଁ ବେଶ ଆବଶ୍ୟକ । କଟକକୁ ହଜାର ହଜାର ବାହାର ଜିଲ୍ଲାର ଲୋକେ ଆସୁଛନ୍ତି । ଖରା ଦିନ ହୋଇଥିବାରୁ ଫଳଆଡ଼କୁ ସମସ୍ତେ ମନ ବଳାଉଛନ୍ତି । ତେବେ ଯଦି ଏହାର ସୁଯୋଗ ନେଇ ବ୍ୟବସାୟୀମାନେ ଲୋକଙ୍କୁ ଠକିବା ଆରମ୍ଭ କରିବେ ତେବେ ଏହାକୁ କୌଣସି ମତେ ସହ୍ୟ କରାଯିବନି ବୋଲି ସ୍ପଷ୍ଟ କରିଛି କଟକ ମହାନଗର ନିଗମ । କିଛି ଦିନ ପୂର୍ବରୁ ପଚା ଫଳ ବିକି ଲୋକଙ୍କୁ ଠକୁଥିବା ଫଳ ବ୍ୟବସାୟୀଙ୍କ ଉପରେ ରେଡ଼ କରିଥିଲା ବାଦାମ ବାଡ଼ି ଥାନା ପୋଲିସ । ଜଣେ ବ୍ୟକ୍ତିଙ୍କୁ ଠକିଥିବା ଅଭିଯୋଗ ପରେ ଆକ୍ସନ୍‌ ମୋଡ୍‌ରେ ଆସିଥିଲା ପୋଲିସ୍ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details