ଓଡିଶା

odisha

By

Published : Jun 7, 2020, 10:03 PM IST

ETV Bharat / state

ଡାକ୍ତରଙ୍କ ହାତରେ ସଳଖିଲା ଶରୀର, ଧନ୍ୟବାଦ ଦେଲା ପରିବାର

ଗଞ୍ଜାମର ଏହି ଛୋଟ ଝିଅ ପାଇଁ ଦେବଦୂତ ସାଜିଛନ୍ତି ଡାକ୍ତର । ଯାହାଙ୍କ ସ୍ପର୍ଶରେ ପୂଜା ପାଇଛି ନୂଆ ଜୀବନ । ନିଆଁରେ ପୋଡିଯାଇଥିବା ଶରୀରକୁ ଅସ୍ତ୍ରୋପଚାର କରି ଦେଇଛନ୍ତି ନୂଆ ରୂପ । ଏନେଇ ନିଜ ଝିଅକୁ ଫେରିପାଇବା ପରେ ଖୁସୀରେ ଡାକ୍ତରଙ୍କୁ କୃତଜ୍ଞତା ଜଣାଇଛି ପରିବାର ।

Pooja got a new life
ଡାକ୍ତରଙ୍କ ସ୍ପର୍ଶରେ ପୂଜା ପାଇଛି ନୂଆ ଜୀବନ

କଟକ: କଥାରେ ଅଛି ଡାକ୍ତର ହେଉଛନ୍ତି ଭଗବାନ ସଦୃଶ। ଏକଥା ବି ଅନେକ ବିଶ୍ବାସ ବି କରିଥାଆନ୍ତି। ତେବେ ଗଞ୍ଜାମ ଅଞ୍ଚଳର ପୂଜା ସେଠୀଙ୍କ ପାଇଁ ଭଗବାନ ସାଜିଛନ୍ତି ଡାକ୍ତର। ଆଜ୍ଞା ହଁ । ଆପଣ ଠିକ ଶୁଣିଛନ୍ତି । ନିଆଁ ଲାଗି ପୂଜାଙ୍କ ମୁହଁ, ଛାତିରେ ଲାଗି ଯାଇଥିଲା। ପରିସ୍ଥିତି ଏମିତି ହୋଇଥିଲା କି ପୂଜା ତଳକୁ କେବଳ ଚଟାଣକୁ ଚାହିଁ ବସୁଥିଲେ। ତେବେ ପୂଜା ଭଲ ହେବେ ଆଉ ଚଲବୁଲା କରିପାରିବେ। ଏକଥା ତାଙ୍କ ପରିବାର ଲୋକ କେବେବି କଳ୍ପନା ବି କରିପାରି ନଥିଲେ। ତେବେ ଏସସିବି ପ୍ଲାଷ୍ଟିକ ସର୍ଜରୀ ବିଭାଗର ଡାକ୍ତରଙ୍କ ପାଇଁ ପୂଜା ପାଇଛନ୍ତି ନୂଆ ଜୀବନ।

ଡାକ୍ତରଙ୍କ ସ୍ପର୍ଶରେ ପୂଜା ପାଇଛି ନୂଆ ଜୀବନ

ଗଞ୍ଜାମ ଆସିକା ବ୍ଲକ ଅନ୍ତର୍ଗତ ବଡଖୋଲି ଗ୍ରାମର କାଳୀ ମନ୍ଦିର ସାହିର ସାନ୍ୟାସୀ ସେଠୀଙ୍କ 14ବର୍ଷର ଏକମାତ୍ର କନ୍ୟା ପୂଜା ସେଠୀ। ୨୦୧୯ ମାର୍ଚ୍ଚ ୧୩ରେ ସନ୍ଧ୍ୟା ସମୟରେ ନିଜ ଠାକୁର ଘରେ ସନ୍ଧ୍ୟା ଦେବା ସମୟରେ ପୋଡି ଯାଇଥିଲେ ପୂଜା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଆସ୍କା ହସ୍ପିଟାଲରେ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏସସିବି ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ପ୍ରାୟ ୫ ମାସ ଧରି ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଯାଇଥିଲେ। ପୋଡା ରୋଗ ଗୁରୁତ୍ବର ହେବାରୁ ଧୀରେ ଧୀରେ ପୂଜାଙ୍କ ବେକ ଓ ମୁହଁ ତଳ ଅଂଶ ଛାତିରେ ଲାଗିଯାଇଥିଲା।

ମୁହଁ ଛାତିରେ ଲାଗି ଯାଇଥିବାରୁ ପୂଜା ଠିକ୍ ଭାବେ ଖାଇ ପାରୁ ନଥିଲେ କି ସଲଖି ହୋଇ ଦେଖି ପାରୁନଥିଲେ। ଧୀରେ ଧୀରେ ତାଙ୍କ ଶରୀର ଦୁର୍ବଳ ହୋଇପଡିଥିଲା। ଜଟିଳ ଥିବାରୁ ପ୍ଲାଷ୍ଟିକ ସର୍ଜରୀ ଡାକ୍ତର ପ୍ରଥମେ କୃତିମ ନଳୀ ସାହାଯ୍ୟରେ ତାଙ୍କୁ ଖାଦ୍ୟ ଖାଇବାକୁ ଦେଇଥିଲେ। ଏହାଦ୍ବାରା ସେ ସୁସ୍ଥ ହେବାପରେ ଡାକ୍ତର ମାନେ ଅସ୍ତ୍ରୋପଚାର କରିଥିଲେ। ଅସ୍ତ୍ରୋପଚାର ମାଧ୍ୟମରେ ପୂଜାଙ୍କ ମୁହଁରୁ ଛାତିରୁ ଅଲଗା କରିଥିଲେ ଡାକ୍ତର। ତେବେ ଏବେ ପୂଜା ପୁରା ସୁସ୍ଥ ଥିବା ପ୍ଲାଷ୍ଟିକ ସର୍ଜରୀ ବିଭାଗର ବିଭାଗୀୟ ମୁଖ୍ୟ ତଥା ଡାକ୍ତର ବିଭୁତି ଭୂଷଣ ନାୟକ କହିଛନ୍ତି।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details