ଓଡିଶା

odisha

By

Published : Dec 4, 2022, 9:15 PM IST

ETV Bharat / state

18ରେ ନବୀନ ନିବାସ ଘେରିବ ଓଡିଶା ୱାର୍କସ ଡିପାର୍ଟମେଣ୍ଟ ୱାର୍କଚାର୍ଜଡ଼ ସଂଘ

ଆସନ୍ତା 18 ତାରିଖରେ ନବୀନ ନିବାସ ଘେରିବ ଓଡିଶା ୱାର୍କସ ଡିପାର୍ଟମେଣ୍ଟ ୱାର୍କଚାର୍ଜଡ଼ ରେଗୁଲାର କର୍ମଚାରୀ ସଂଘ । ଏକକାଳୀନ ନିୟମିତ ନିଯୁକ୍ତି, ଅବସରପ୍ରାପ୍ତ ଙ୍କୁ ପେନସନ, ନିଯୁକ୍ତି ନହେବା ପର୍ଯ୍ୟନ୍ତ ବିଜ୍ଞାପନ ରଦ୍ଦ ପ୍ରମୁଖ 7ଟି ଦାବି ନେଇ ନବୀନ ନିବାସ ଘେରିବ ସଂଘ । ଅଧିକ ପଢ଼ନ୍ତୁ

18ରେ ନବୀନ ନିବାସ ଘେରିବ ଓଡ଼ିଶା ୱାର୍କସ ଡିପାର୍ଟମେଣ୍ଟ ସଂଘ
18ରେ ନବୀନ ନିବାସ ଘେରିବ ଓଡ଼ିଶା ୱାର୍କସ ଡିପାର୍ଟମେଣ୍ଟ ସଂଘ

କଟକ : ଆସନ୍ତା 18 ତାରିଖରେ ନବୀନ ନିବାସ ଘେରିବ ଓଡିଶା ୱାର୍କସ ଡିପାର୍ଟମେଣ୍ଟ ୱାର୍କଚାର୍ଜଡ଼ ରେଗୁଲାର କର୍ମଚାରୀ ସଂଘ (Odisha Works Department Workcharged )। ଏକକାଳୀନ ନିୟମିତ ନିଯୁକ୍ତି, ଅବସରପ୍ରାପ୍ତ ଙ୍କୁ ପେନସନ, ନିଯୁକ୍ତି ନହେବା ପର୍ଯ୍ୟନ୍ତ ବିଜ୍ଞାପନ ରଦ୍ଦ ପ୍ରମୁଖ 7ଟି ଦାବି ନେଇ ନବୀନ ନିବାସ ଘେରିବ ସଂଘ । ଦୀର୍ଘ ବର୍ଷ ଧରି ନିରପେକ୍ଷ ଭାବରେ କାର୍ଯ୍ୟ କରିବା ପରେ ଏହି ତମାମ ସୁବିଧାରୁ ବଞ୍ଚିତ ରହିଛନ୍ତି କର୍ମଚାରୀ ।

18ରେ ନବୀନ ନିବାସ ଘେରିବ ଓଡିଶା ୱାର୍କସ ଡିପାର୍ଟମେଣ୍ଟ ୱାର୍କଚାର୍ଜଡ଼ ସଂଘ

ଯାହାକୁ ନେଇ ବାରମ୍ବାର ଦାବି ହେଇଥିଲା ସୁଦ୍ଧା କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରୁନାହାଁନ୍ତି ସରକାର । ଏହାକୁ ନଜରରେ ରଖି ରାଜ୍ୟର 5ହଜାରରୁ ଊର୍ଦ୍ଧ୍ବ କର୍ମଚାରୀ ନବୀନ ନିବାସ ଯାଇ ସେମାନଙ୍କ ଦାବି ଉପସ୍ଥାପିତ କରିବେ ବୋଲି କହିଛନ୍ତି ସଂଘ କର୍ମକର୍ତ୍ତା । ତେବେ ଆଜି କଟକ ଡିପ୍ଲୋମା ଇଞ୍ଜିନିୟରର୍ସ ଭବନରେ ଆୟୋଜିତ ବୈଠକରେ ଏଭଳି ଚରମ ନିଷ୍ପତ୍ତି ଗ୍ରହଣ କରିଛି ସଂଘ ।

ଏନେଇ କଟକ ପୂର୍ବତନ ସଂଘ ସମ୍ପାଦକ ଗଗନ ଭଞ୍ଜ କହିଛନ୍ତି ''ସଭା ହେବାର ମୁଖ୍ୟତଃ ଦୁଇଟି ଦାବି ରହିଛି ଆମର ମୋଟ ୩ ହଜାର ୱାର୍କଚାର୍ଜଡ଼ ରେଗୁଲାର କର୍ମଚାରୀଙ୍କ ମଧ୍ୟରୁ ୨ ହଜାର ପାଖାପାଖି ନିୟମିତ ନିଯୁକ୍ତି ପାଇଛନ୍ତି । କିନ୍ତୁ ବିନା ପ୍ରାପ୍ୟରେ ପେନସନ ପାଇନାହାଁନ୍ତି । ସେହିପରି ଅବଶିଷ୍ଟ ଯେଉଁ ୱାର୍କଚାର୍ଜଡ଼ କର୍ମଚାରୀ ଅଛନ୍ତି ସେମାନେ ମଧ୍ୟ ନିୟମିତ ନିଯୁକ୍ତି ପାଇନାହାଁନ୍ତି । ଅବଶିଷ୍ଟ ହଜାରେ ୱାର୍କଚାର୍ଜଡ଼ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତିର ଅବସ୍ଥାପିତ କରାଯାଉ । ଏହାସହ ଯେଉଁମାନେ ଏବେ ଅବସର ଗ୍ରହଣ କରିସାରିଛନ୍ତି ସେମାନଙ୍କୁ ପେନସନ ଦିଆଯାଉ । ଏଇଥିପାଇଁ ଆମେ 'ନବୀନ ନିବାସ ଚାଲ୍' ଡାକରା ଦେଇଛୁ । ତେବେ ଏଥିରେ ପାଖାପାଖି ୫ ହଜାର କର୍ମଚାରୀ ଏକାଠି ହେବୁ ।''

ଇଟିଭି ଭାରତ, କଟକ

For All Latest Updates

TAGGED:

Cuttack news

ABOUT THE AUTHOR

...view details