ଓଡିଶା

odisha

By

Published : Feb 2, 2023, 11:08 AM IST

ETV Bharat / state

ମାଧବାନନ୍ଦଙ୍କ ଜନ୍ମଦିନ, ପ୍ରଭୁ ଜଗନ୍ନାଥଙ୍କ ନିକଟରୁ ଆସିଲା ନୂଆବସ୍ତ୍ର

ଜଗନ୍ନାଥଙ୍କ ନିକଟରୁ ମାମୁଁ ଘର ମାଧବାନନ୍ଦଙ୍କ ଲାଗି ଆସିଲା ନୂଆବସ୍ତ୍ର । ମାଧବାନନ୍ଦଙ୍କ ମାଘମାସର ଭୌମୀ ଏକାଦଶୀ ତିଥିରେ ପାଳନ ହୁଏ ଜନ୍ମ ଦିନ। ଲକ୍ଷାଧିକ ଭକ୍ତଙ୍କ ସମାଗମ ।ଅଧିକ ପଢନ୍ତୁ

ମାଧବାନନ୍ଦଙ୍କ ଜନ୍ମ ଦିନ
ମାଧବାନନ୍ଦଙ୍କ ଜନ୍ମ ଦିନ

ମାଧବାନନ୍ଦଙ୍କ ଜନ୍ମ ଦିନ

ନିଆଳି: ପୁନରାବୃତ୍ତି ହୋଇଛି ପରମ୍ପରା । ପୁରୁଣା ପ୍ରଥା ଲୋକ କଥା ଅନୁସାରେ କଟକ ଜିଲ୍ଲା ନିଆଳି ମାଧବାନନ୍ଦ ଜୀଉ ହେଉଛନ୍ତି ଜଗତର ନାଥ ଜଗନ୍ନାଥଙ୍କ ମାମୁଁ ଘର । ଗତକାଲି ଥିଲା ମାଧବାନନ୍ଦ ଜୀଉଙ୍କ ଜନ୍ମ ଦିନ । ମାଘମାସ ଏକାଦଶୀ ତିଥିରେ ଭୌମୀ ଏକାଦଶୀ ତିଥିରେ ପାଳନ ହୋଇଥାଏ ମାଧବାନନ୍ଦ ଜୀଉଙ୍କ ଜନ୍ମ ଦିନ । ମାଧବାନନ୍ଦ ଜୀଉଙ୍କ ନିକଟରେ ଥିବା ପୁନଃତ୍ରୟା ପ୍ରାଚୀ ନଦୀରେ ଗତକାଲି ସକାଳୁ ହଜାର ହଜାର ଭକ୍ତ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡ ଦାନ ଓ ବୁଡ ପକାଥିଲେ ।‌ ଏହା ପରେ ମାଧବାନନ୍ଦ ଜୀଉଙ୍କ ସକାଳ ସମୟରେ ବଲ୍ଲଭ ପୂଜା ସହିତ ବିଭିନ୍ନ ରୀତିକାନ୍ତି ଅନୁଷ୍ଠିତ ହୋଇଥିଲା ।‌

ସେହିପରି ଅପରାହ୍ନ ସମୟରେ ମାଧବାନନ୍ଦ ଜୀଉଙ୍କ ଲାଗି ଭଣଜା ଘର ଜଗନ୍ନାଥଙ୍କ ନିକଟରୁ ସେବାୟତଙ୍କ ଏକ ଦଳ ନୂଆବସ୍ତ୍ର,ପତକା,ନାରୀକେଳ ଶ୍ରୀଫଳ ଏବଂ ଶୁଭାଶିଷ ଜିନିଷ ଆଣିଥିବା ନେଇ ଜଗନ୍ନାଥଙ୍କ ସେବାୟତ କହିବା ସହ ମାଧବାନନ୍ଦ ଜୀଉଙ୍କ ସହିତ ଜଗନ୍ନାଥଙ୍କ ସମ୍ପର୍କ କିପରି ମଜବୁତ ହୋଇପାରିବ । ଏଥିପାଇଁ ପରବର୍ତ୍ତୀ କାଳରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜଗନ୍ନାଥଙ୍କ ସେବାୟତ । ସେପଟେ ଜଗନ୍ନାଥଙ୍କ ନିକଟରୁ ମାଧବାନନ୍ଦ ଜୀଉଙ୍କ ପାଇଁ ଆସିଥିବା ନୂଆ ବସ୍ତ୍ର ଗ୍ରହଣ କରିଛନ୍ତି ମାଧବାନନ୍ଦ ଜୀଉ ଟ୍ରଷ୍ଟ। ଜଗନ୍ନାଥଙ୍କ ସେବାୟତ ଦଳଙ୍କୁ ପୁନଃତ୍ରୟା ପ୍ରାଚୀ ନଦୀରୁ ସ୍ନାନ ପରେ ଏକ ଶୋଭାଯାତ୍ରାରେ ମାଧବାନନ୍ଦ ଜୀଉଙ୍କ ପରିସରକୁ ଅଣାଯାଇଥିଲା।

ଦ୍ବାପର ଯୁଗରେ ପାଳନ ଭୌମୀ ଏକାଦଶୀ ବଡ ପାଳନ ହୋଇଆସୁଛି ବୋଲି ମାଧବାନନ୍ଦ ଜୀଉଙ୍କ ଟ୍ରଷ୍ଟ ସଭାପତି କହିବା ସହିତ ଭୌମା ସୁରକୁ ଭଗବାନ ମାଧବାନନ୍ଦ ଜୀଉଙ୍କ ନିକଟରେ ବଧ କରିଥିବା ନେଇ ଲୋକ କଥା ରହିଛି ବୋଲି ବିଶ୍ୱାସ ରହିଛି । ପରେ ଯୁଧିଷ୍ଠିର ଏହି ମାଧବାନନ୍ଦ ଜୀଉଙ୍କ ମନ୍ଦିର ନିର୍ମାଣ କରାଯାଇଥିବା ଲୋକସୂତ୍ରୀ ରହିଛି । ସେହିପରି ଲକ୍ଷାଧିକ ଭକ୍ତଙ୍କ ସମାଗମ ସହିତ ମାଧବାନନ୍ଦ ଜୀଉଙ୍କ ନିକଟରେ ଚୁଡ଼ା, କଦଳୀ,ଗୁଡ,ନଡିଆ ଏବଂ ଛେନା ଭୋଗ ଲାଗି କରାଯାଇଛି । ମାଧବାନନ୍ଦ ଜୀଉଙ୍କ ସମ୍ମୁଖରେ ଗରୁଡ ପୂଜା ପାଉଛନ୍ତି । ଗୋଟିଏ ଦିନ ଏହି ପର୍ବ ପାଳନ ଅବସରରେ ମନ୍ଦିର ଚର୍ତୁପାଶ୍ୱର୍ରେ ବିଭିନ୍ନ ଦୋକାନ ବଜାର ପସରା ମେଲିଛି ।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details