ଓଡିଶା

odisha

By

Published : Apr 6, 2020, 11:49 PM IST

Updated : Apr 7, 2020, 10:27 AM IST

ETV Bharat / state

ବାଙ୍କିରେ ଗୋଷ୍ଠୀ ସଂଘର୍ଷ, ୧୪୪ ଧାରା ଲାଗୁ କଲା ଜିଲ୍ଲା ପ୍ରଶାସନ

କୋରୋନା ପାଇଁ କଟକ ବାଙ୍କିରେ ଗୋଷ୍ଠୀ ସଂଘର୍ଷ । ଉଭୟ ସାହିର ରାସ୍ତା ସିଲ ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ହେବା ପେର ପଥର ମାଡ ହେଲା । ବାଙ୍କି ତହସିଲଦାର ଉକ୍ତ ସ୍ଥାନରେ ୧୪୪ ଧାରା ଜାରି କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବାଙ୍କିରେ ଗୋଷ୍ଠୀ ସଂଘର୍ଷ,୧୪୪ ଧରା ଳାଗୁ କଲା ଜିଲ୍ଲା ପ୍ରଶାସନ
ବାଙ୍କିରେ ଗୋଷ୍ଠୀ ସଂଘର୍ଷ,୧୪୪ ଧରା ଳାଗୁ କଲା ଜିଲ୍ଲା ପ୍ରଶାସନ

କଟକ: ବାଙ୍କି ଥାନା ଅନ୍ତର୍ଗତ ପାଟପୁର ଗ୍ରାମରେ କୋରୋନା ପାଇଁ ଗୋଷ୍ଠୀ ସଂଘର୍ଷ । ଉଭୟ ସାହିର ରାସ୍ତା ସିଲ ବିବାଦକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା । ପରେ ଏହା ଉଗ୍ର ରୂପ ନେଇଥିଲା । ଏହି ଗୋଷ୍ଠୀ ସଂଘର୍ଷରେ ୧୦ରୁ ଊର୍ଦ୍ଧ୍ବ ଵ୍ୟକ୍ତି ଆହତ ହୋଇଛନ୍ତି । ତେବେ ଉଭୟ ପକ୍ଷରୁ ଦୀର୍ଘ ୩ ଘଣ୍ଟାରୁ ଅଧିକ ସମୟ ଧରି ପଥର ମାଡ଼ କରାଯାଇଥିଲା ।

ବାଙ୍କିରେ ଗୋଷ୍ଠୀ ସଂଘର୍ଷ,୧୪୪ ଧାରା ଲାଗୁ କଲା ଜିଲ୍ଲା ପ୍ରଶାସନ

ଫଳରେ ଅନେକ ବାଇକ, ଦୋକାନ ଘର ଭାଙ୍ଗି ଯାଇଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା ଏବଂ ୩ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି । ତେବେ ବାଙ୍କି ତହସିଲଦାର ଉକ୍ତ ସ୍ଥାନରେ ୧୪୪ ଧାରା ଜାରି କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Apr 7, 2020, 10:27 AM IST

ABOUT THE AUTHOR

...view details