ଓଡିଶା

odisha

By

Published : Jan 31, 2023, 11:50 AM IST

ETV Bharat / state

ନିଆଳି ମହୋତ୍ସବର ଚତୁର୍ଥ ସନ୍ଧ୍ୟା, ଠୁମକା ଲଗାଇଲେ ଏଲିନା

ଶେଷ ହୋଇଯାଇଛି ନିଆଳି ମହୋତ୍ସବର ଚତୁର୍ଥ ସନ୍ଧ୍ୟା। ମୁଖ୍ୟ ଆକର୍ଷଣ ଥିଲେ ଓଲିଉଡ କଳାକାର। ଅଧିକ ପଢନ୍ତୁ

fourth evening of niali mahotsav
fourth evening of niali mahotsav

ନିଆଳି ମହୋତ୍ସବର ଚତୁର୍ଥ ସନ୍ଧ୍ୟା

ନିଆଳି:ଜମୁଛି ନିଆଳି ମହୋତ୍ସବ । ସନ୍ଧ୍ୟା ହେଲେ ନାଚ ଗୀତରେ ମସଗୁଲ ହେଉଛନ୍ତି ନିଆଳିବାସୀ । ସୋମବାର ଶେଷ ହୋଇଯାଇଛି ମହୋତ୍ସବର ଚତୁର୍ଥ ସନ୍ଧ୍ୟା । ଗତକାଲି ବିନା ଅତିଥିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହା ପୂର୍ବରୁ ସ୍ବସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ଉଦ୍ଦେଶ୍ୟରେ ଶୋକସଭା ଅନୁଷ୍ଠିତ ହୋଇଥିଲା । ସମସ୍ତ ଦର୍ଶକ, ଉପସ୍ଥିତ କଳାକାର ଓ ମହୋତ୍ସବ କମିଟି ଦୁଇ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

କଟକ ଜିଲ୍ଲା ନିଆଳି ମହୋତ୍ସବ ନିଆଳି ମାଘ ସପ୍ତମୀ ପଡ଼ିଆରେ ଜାରି ରହିଛି ନିଆଳି ମହୋତ୍ସବ । ସୋମବାର ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ଥିଲା ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ ଡ୍ୟାନ୍ସ, ଫାୟାର ପ୍ଲେ, କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ସଙ୍ଗୀତ ଓ ନନସେନ୍ସ ମଣିଙ୍କ କମେଡି । କଟକ ଜିଲ୍ଲା ବାଙ୍କୀ ସାଂସ୍କୃତିକ କମିଟିର କଳାକାରମାନଙ୍କ ଦ୍ବାରା ଫକୀର ମୋହନ କାବ୍ୟ ପେଟେଣ୍ଟ ମେଡିସିନ ମଞ୍ଚସ୍ଥ କରାଯାଇଥିଲା । ଦର୍ଶକ ଏହାକୁ ଦେଖି ବେଶ୍ ମଜା ନେଇଥିଲେ । ପୁରୀ ବ୍ରହ୍ମଗିରି ଆସିଥିବା କଳାକାର ଦୁଃସାହାସିକ କଳା ପ୍ରଦର୍ଶିତ କରିଥିଲେ । ନିଆଁ ମାଧ୍ୟମରେ ଫାୟାର ପ୍ଲେ କରି ଦର୍ଶକଙ୍କ ମନୋରଞ୍ଜନ କରିଥିଲେ ।

ସେହିପରି ଆଞ୍ଚଳିକ ଶିକ୍ଷାନୁଷ୍ଠାନ ପକ୍ଷରୁ ବିଭିନ୍ନ ଦେଶାତ୍ମକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କମେଡିଆନ ନନସେନ୍ସ ମଣି ମଞ୍ଚକୁ ଆସିବାପରେ ତାଙ୍କ କମେଡିରେ ଉପସ୍ଥିତ ଦର୍ଶକ ହସି ହସି ବେଦମ ହୋଇଥିଲେ । ପରେ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ ଟିମ୍‌ ଗୋଟିଏ ପରେ ଗୋଟିଏ ହିଟ୍‌ ଗୀତ ମାଧ୍ୟମରେ ଦର୍ଶକଙ୍କୁ ମତୁଆଲା କରିଥିଲେ । ଏହାପରେ ନାୟିକା ଏଲିନା ସାମନ୍ତରାୟ ମଞ୍ଚକୁ ଆସି ଚିରାଚରିତ ଢଙ୍ଗରେ ଡାୟଲଗ କହିବା ସହ ଡ୍ଯାନ୍ସ ମାଧ୍ୟମରେ ଦର୍ଶକମାନଙ୍କୁ ଖୁବ୍‌ ନଚେଇ ଥିଲେ ।

ଏହା ମଧ୍ୟ ପଢନ୍ତୁ-ନିଆଳି ମହୋତ୍ସବର ତୃତୀୟ ସନ୍ଧ୍ୟା, ପପୁ ପମ୍‌ପମ୍‌ଙ୍କ କମେଡି ଲଗାଇଲା ଚାର୍‌ଚାନ୍ଦ୍‌

ଶେଷରେ ଏକାସାଙ୍ଗରେ ଏଲିନା, ଅସୀମା ଓ ନନ୍‌ସେନ୍ସ ମଣି ଅନ୍ୟ କାଳାକାର ମଞ୍ଚରେ ଏକାଠି ସଙ୍ଗୀତ ପରିବେଷଣ ସହ ଡ୍ୟାନ୍ସ କରିଥିଲେ । ତେବେ ଆଜି ହେଉଛି ନିଆଳି ମହୋତ୍ସବର ଶେଷ ସଂଧ୍ୟା। ଗତ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ନିଆଳି ମହୋତ୍ସବ । ତୃତୀୟ ସନ୍ଧ୍ୟାରେ କଣ୍ଠଶିଳ୍ପୀ ମାନସୀ ପାତ୍ର ଓ ସୌରଭ ନାୟକ ରୋମାଣ୍ଟିକ ଗୀତ ଗାଇଥିଲେ । ସେହିପରି ଧାରାବାହିକ ଝିଲ୍ଲି ପରିବାରର କଳାକାରମାନଙ୍କ ପକ୍ଷରୁ କଳା ପ୍ରଦର୍ଶିତ ହୋଇଥିଲା । ଖୋର୍ଦ୍ଧାର ପ୍ରସିଦ୍ଧ ପାଇକ ଆଖଡ଼ା ପ୍ରଦର୍ଶନ ହୋଇଥିଲା । ପପୁ ପମ୍‌ପମ୍‌ ନିଜ କମେଡି ଅନ୍ଦାଜରେ ଉପସ୍ଥିତ ଦର୍ଶକମାନଙ୍କୁ ହସାଇହସାଇ ବେଦମ ହୋଇଥିଲେ ।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details