ଓଡିଶା

odisha

By

Published : Feb 16, 2023, 9:00 AM IST

ETV Bharat / state

କଟକରେ ଖୋଲିଲା ନୂଆ କ୍ରିକେଟ ଏକାଡେମୀ, ଉଦଘାଟନ କଲେ ସୁରେଶ ରାଇନା

କଟକରେ ନୂଆ କ୍ରିକେଟ ଏକାଡେମୀର ଉଦଘାଟନ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ସୁରେଶ ରାଇନା । ଅଧିକ ପଢନ୍ତୁ

new cricket academy inaugurated in cuttack
କଟକରେ ଖୋଲିଲା ନୂଆ କ୍ରିକେଟ ଏକାଡେମୀ

Suresh Raina inaugurated new cricket academy

କଟକ:ଜିଲ୍ଲା ଗୁରୁଡିଝାଟିଆ ଥାନ୍ତା ଅନ୍ତର୍ଗତ କପୁରସିଂ ଅଞ୍ଚଳରେ ଏମଜିଏମ ସ୍କୁଲ ସ୍ପୋର୍ଟସ ପକ୍ଷରୁ ଏକ ନୂଆ କ୍ରିକେଟ ଏକାଡେମୀ ଉଦଘାଟନ ହୋଇଛି । ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ସୁରେଶ ରାଇନା ଏହାକୁ ଉଦଘାଟନ କରିଛନ୍ତି । 30 ଏକର ଜମିର ଏହି କ୍ରିକେଟ ଗ୍ରାଉଣ୍ଡ ନିର୍ମାଣ ହୋଇଛି । ଏହି ଷ୍ଟାଡିୟମ ପାଇଁ 40 କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଓଡିଶାରେ କ୍ରୀଡା ଭିତ୍ତିଭୂମିର ବିକାଶକୁ ପ୍ରଶଂସା କରିବା ସହ ଓଡିଶାରେ କ୍ରୀଡାର ବିକାଶ ହୋଇଛି । ଏମଡିଏମ ଏକାଡେମୀ ସ୍ଥାନୀୟ ଖେଳାଳିଙ୍କୁ ଉତ୍ସାହିତ କରିବ ବୋଲି ଏକାଡେମୀ ଉଦଘାଟନ କରି ଏହା କହିଛନ୍ତି ସୁରେଶ ରାଇନା ।

ସେ ଆହୁରି କହିଛନ୍ତି, ''ଏହି ଏକାଡେମୀରେ ହାର୍ଡ ଓ ଫ୍ଲାଟ ପିଚ ସାଙ୍ଗକୁ ଭଲ ଆଉଟ ଫିଲଡ ରହିଛି । ଏଠି ଅଭ୍ୟାସ କରିବା ଦ୍ବାରା ଅନେକ ସୁଯୋଗ ସୃଷ୍ଟି ହେବା ସହ ନୂଆ ନୂଆ ଖେଳାଳି ଓଡିଶାକୁ ପ୍ରତିନିଧିତ୍ବ ମଧ୍ୟ କରି ପାରିବେ ।'' ତେବେ ଓସିଏର ଭିଜନ 2024 ଲକ୍ଷ୍ୟ ଅନୁସାରେ ଓଡିଶା କ୍ରିକେଟ ସଙ୍ଘ ବର୍ତ୍ତମାନ ନୂଆ କ୍ରିକେଟ ଖେଳାଳି ଖୋଜିବାରେ ଲାଗି ପଡ଼ିଛି । ନୂତନ ବ୍ଲୁ ପ୍ରିଣ୍ଟ ଅନୁସାରେ 20 ଜିଲ୍ଲାରେ ଟଫ୍‌ ପିଚ ନିର୍ମାଣ ସରିଛି ଆଉ ଖୁବ କମ ଦିନ ମଧ୍ୟରେ ବାକି ଜିଲ୍ଲାରେ ଏହି ପରି ଗ୍ରାଉଣ୍ଡ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି ।

30 ଜିଲ୍ଲାରେ 35ଟି କ୍ରିକେଟ ଏକାଡେମୀ ଏକତରଫା ଭାବରେ ଉଦଘାଟନ ହେବ । ଯାହା ଦ୍ବାରା ନିଜ ଜିଲ୍ଲାରେ ରହି ଇଚ୍ଛୁକ ଖେଳାଳିମାନେ ଏକାଡେମୀରେ କ୍ରିକେଟ ପ୍ରଶିକ୍ଷଣ ନେବା ସହ ମ୍ୟାଚ ମଧ୍ୟ ଖେଳି ପାରିବେ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

ଅନ୍ୟପଟେ ଏହି MGM ପକ୍ଷରୁ ଆରମ୍ଭ ହୋଇଥିବା ଏକାଡେମୀ ଉଭୟ ଜୁନିୟର ସିନିୟର ଖେଳାଳି ମାନଙ୍କ ପାଇଁ ବେଶ ଲାଭଦାୟକ ହେବ । ଏହି ପିଚରେ ଯେତେ ଅଧିକରୁ ଅଧିକ ମ୍ୟାଚ ଖେଳାଯିବ ତାହା ଦ୍ବାରା ଖେଳରେ ସୁଧାର ଆସିବା ସହ ଭଲ ପ୍ରଦର୍ଶନର ଆଶା ରହିବ ବୋଲି କହିଛନ୍ତି ରଣଜୀ ଖେଳାଳି ସୂର୍ଯ୍ୟକାନ୍ତ ପ୍ରଧାନ । ତେବେ ଆଗାମୀ ଦିନରେ ଓସିଏ ଏହି ଏକାଡେମୀରେ ଉଭୟ ଘରୋଇ ଓ ଜାତୀୟ ସ୍ତରୀୟ ମ୍ୟାଚ କରିବା ନେଇ ଯୋଜନା କରୁଥିବା ସୂଚନା ଦେଇଛନ୍ତି ଓସିଏ ସମ୍ପାଦକ ।

ଏହା ବି ପଢନ୍ତୁ...ଜୟନାରାୟଣ ମିଶ୍ର-ମହିଳା ଥାନାଧିକାରୀ ଧସ୍ତାଧସ୍ତି ଘଟଣା, ଉଭୟ ପକ୍ଷରୁ ଥାନାରେ ଏତଲା

ଏମଜିଏମ ସ୍କୁଲ ଅଫ ସ୍ପୋର୍ଟସର ଅଧ୍ୟକ୍ଷ ତଥା ଓଡିଶା କ୍ରିକେଟ ସଂଘର ଉପସଭାପତି ପଙ୍କଜ ଲୋଚନ ମହାନ୍ତି, କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୂର୍ବତନ ଅନ୍ତର୍ଜୀତୀୟ କ୍ରିକେଟର ତଥା ଆଇପିଏଲ ଗର୍ଭର୍ଣ୍ଣିଂ କାଉନସିଲ ସଦସ୍ୟ ପ୍ରଜ୍ଞାନ ଓଝା, ଓସିଏ ସମ୍ପାଦକ ସଞ୍ଜୟ ବେହେରା ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆଗାମୀ ଦିନରେ ଏହା କ୍ରୀଡାର ହବ ପାଲଟିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସୁରେଶ ରାଇନାଙ୍କୁ ଓସିଏ କର୍ମକର୍ତ୍ତା ଓ ମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details