କଟକ: ସହରର ଟ୍ରାଫିକ ବ୍ୟବସ୍ଥାର ସୁଧାର ସହ ରାସ୍ତା ପ୍ରଶସ୍ତିକରଣ ପାଇଁ ସିଏମସି ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ଜଗତପୁର ସ୍ଥିତ ନିମପୁର କ୍ଳବ ନିକଟରୁ ଗୋଲେଇ ଛକ ପର୍ଯ୍ୟନ୍ତ ଜାରି ରହିଛି ଉଚ୍ଛେଦ କାର୍ଯ୍ୟ ।
ନିମପୁର ବ୍ଲକରେ ରାସ୍ତାର ଦୁଇ ପାର୍ଶ୍ବକୁ ମାଡି ଆସିଛନ୍ତି ଦୋକାନୀ । ଫଳରେ ଷ୍ଟେସନ ବଜାରକୁ ସଂଯୋଗ କରୁଥିବା ରାସ୍ତା ସମ୍ପୂର୍ଣ୍ଣ ଅଣଓସାରିଆ ହୋଇଛି । ଯେହେତୁ ରାସ୍ତାଟି କଟକ ବଡ ମେଡିକାଲକୁ ସଂଯୋଗ କରୁଛି ଆମ୍ବୁଲାନ୍ସ ସେବାରେ ମଧ୍ୟ ବିଳମ୍ବ ହେଉଛି । ଲୋକେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରସ୍ତାର ଦୁଇ ପାର୍ଶ୍ବରେ ବଜାର ଲାଗିଥିବାକୁ ଡ୍ରେନଜ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି ।