ଓଡିଶା

odisha

ଜଗତପୁର ଟ୍ରକ ଟର୍ମିନାଲ ହତ୍ୟାକାଣ୍ଡ, କିନ୍ନର ପ୍ରିୟା ହିଁ ହତ୍ୟାକାରୀ

By

Published : Feb 19, 2023, 2:36 PM IST

ଜଗତପୁର ଟ୍ରକ ଟର୍ମିନାଲ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ । କିନ୍ନର ସୁମନ୍ତ କୁମାର ଜେନା ଓରଫ ପ୍ରିୟା ହିଁ ମୁଖ୍ୟ ଅଭିଯୁକ୍ତ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର । ଅଧିକ ପଢନ୍ତୁ

ଜଗତପୁର ଟ୍ରକ ଟର୍ମିନାଲ ହତ୍ୟାକାଣ୍ଡ
ଜଗତପୁର ଟ୍ରକ ଟର୍ମିନାଲ ହତ୍ୟାକାଣ୍ଡ

ଜଗତପୁର ଟ୍ରକ ଟର୍ମିନାଲ ହତ୍ୟାକାଣ୍ଡ

କଟକ: ଜଗତପୁର ଟ୍ରକ ଟର୍ମିନାଲ ହତ୍ୟାକାଣ୍ଡ ଘଟଣା । କିନ୍ନର ସୁମନ୍ତ କୁମାର ଜେନା ଓରଫ ପ୍ରିୟା ହିଁ ହତ୍ୟାକାରୀ । ଆକ୍ରୋଶ ପରାୟଣ ହୋଇ ସେ ମହିଳାଙ୍କ ଜୀବନ ନେଇଥିଲା । ଅତି ବୀଭତ୍ସ ଭାବରେ ସ୍ଥାନୀୟ ଅଞ୍ଚଳର କୁନି ସାହୁଙ୍କୁ ହତ୍ୟା କରିଥିଲା । ଏନେଇ ଶନିବାର କଟକ ଡିସିପି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଗତ 8 ତାରିଖରେ ଜଗତପୁର ଗୋଲେଇଛକ ନିକଟରେ ଥିବା ଟ୍ରକ ଟର୍ମିନାଲରେ ସ୍ଥାନୀୟ ଅଞ୍ଚଳର କୁନି ସାହୁ ନାମକ ମହିଳାଙ୍କୁ ହତ୍ୟା କରାଯାଇଥିଲା । ତେବେ କିନ୍ନର ସୁମନ୍ତ କୁମାର ଜେନା ଓରଫ ପ୍ରିୟା ହିଁ ତାଙ୍କୁ ହତ୍ୟା କରିଥିବା ଜଣାପଡିଛି । ଏହି ହତ୍ୟା ଘଟଣାରେ ଦୀର୍ଘ ଦିନ ଧରି ତଦନ୍ତ କରିବା ପରେ କିନ୍ନରଙ୍କ ଉପରେ ସନ୍ଦେହ କରିଥିଲା ପୋଲିସ । ଏହାପରେ ପଚରାଉଚରା ପରେ ଉକ୍ତ ମହିଳାଙ୍କୁ ହତ୍ୟା କରିଥିବା ମାନିଥିଲା ପ୍ରିୟା । ଶନିବାର ଅଭିଯୁକ୍ତ କିନ୍ନରକୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ ।

ପ୍ରକାଶଥାଉ କି, ଗତ 7 ତାରିଖ ଦିନ ଘରୁ ସନ୍ଧ୍ୟା ସମୟରେ କୁନି ବାହାରକୁ ଯାଇଥିବା ବେଳେ ଆଉ ଫେରି ନଥିଲେ । ଅନେକ ଖୋଜାଖୋଜି ପରେ ସ୍ଥାନୀୟ ଜଗତପୁର ଥାନାରେ ଏନେଇ ନିଖୋଜ ଅଭିଯୋଗ କରିଥିଲେ ସ୍ୱାମୀ ମଦନ ସାହୁ । ତେବେ ପୋଲିସ ତଦନ୍ତ ଆରମ୍ଭ କରିବା ପରେ ଠିକ ପରଦିନ ସକାଳୁ ଟ୍ରକ ଟର୍ମିନାଲରୁ କୁନି ସାହୁଙ୍କ ମୃତଦେହ ଠାବ ହୋଇଥିଲା । ଏନେଇ ମୃତକଙ୍କ ସ୍ବାମୀ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ଯାଞ୍ଚ କରିବା ପରେ ମୃତଦେହକୁ ବ୍ୟବଚ୍ଛେଦ କରିବା ପାଇଁ ଏସିବିକୁ ସ୍ଥାନାନ୍ତର କରିଥିଲା ପୋଲିସ । ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପରେ ପୋଲିସ ଅନେକ ଜଣଙ୍କୁ ପଚରାଉଚରା କରିଥିଲା ।

ଏହାପରେ ଏହି ପ୍ରିୟା ନାମକ କିନ୍ନର ପୋଲିସର ରାଡାର ମଧ୍ୟକୁ ଆସିଥିଲା । କାରଣ ସେ ମଧ୍ୟ ସେହି ସ୍ଥାନୀୟ ଅଞ୍ଚଳରେ ରହେ । ତେବେ ପଚରାଉଚରା ପରେ ସବୁ ସତ ମାନିଥିଲା କିନ୍ନର ପ୍ରିୟା । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟା କରିଥିବା ସେ ପୋଲିସ ଆଗରେ କହିଛି । ପ୍ରିୟା କୁନି ସାହୁଙ୍କ ବେକକୁ ଲୁଗାରେ ଭିଡି କୁନି ହତ୍ୟା କରିଥିବା ସ୍ବୀକାର କରିଛି । ଏହ ଘଟଣାରେ ଆହୁରି ତଦନ୍ତ ବାକି ରହିଥିବା କହିଛନ୍ତି ଡିସିପି ପିନାକ ମିଶ୍ର । ତେବେ ପ୍ରଶ୍ନ ଉଠୁଛି ପୂର୍ବରୁ କିନ୍ନର ଓ କୁନିଙ୍କ ସମ୍ପର୍କ କଣ ରହିଥିଲା ଓ ମଧ୍ୟ ରାତିରେ କୁନିଙ୍କୁ ନିକାଞ୍ଚନ ସ୍ଥାନକୁ କେମିତି ନେଲା କିନ୍ନର ପ୍ରିୟା, ତାହା ତଦନ୍ତ ପରେ ଜଣା ପଡିବ ବୋଲି କହିଛନ୍ତି ଡିସିପି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details