ଓଡିଶା

odisha

By

Published : Mar 20, 2020, 5:08 PM IST

ETV Bharat / state

କରୋନା ପ୍ରଭାବ: ଜନଶୂନ୍ୟ ମନ୍ଦିରଠୁ ମସଜିଦ୍‌ର ଦ୍ବାର

କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ସିଲଭରସିଟିରେ ବନ୍ଦ ରହିଛି ମନ୍ଦିରଠୁ ମସଜିଦ୍‌ । ରାଜ୍ୟ ସରକାର ଜାରି କରିଥିବା ସଚେତନ ବାର୍ତ୍ତାକୁ ସମସ୍ତେ ମାନିଥିବା ବେଳେ କିଛି ଲୋକେ ଏହାକୁ ଧର୍ମୀୟ ଭାବନାକୁ କୁଠାରଘାତ କରୁଥିବା ନେଇ ଅଭିଯୋଗ କରିଛନ୍ତି ।

Corona effect: From the deserted temple to the door of the mosque
କରୋନା ପ୍ରଭାବ: ଜନଶୂନ୍ୟ ମନ୍ଦିରଠୁ ମସଜିଦ୍‌ର ଦ୍ବାର

କଟକ: କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ସିଲଭରସିଟିରେ ବନ୍ଦ ରହିଛି ପ୍ରମୁଖ ଦେବାଳୟ । ଆଉ ଦେବାଦେବୀ ମନ୍ଦିରରେ ଦେଖିବାକୁ ମିଳୁନି ଭକ୍ତଙ୍କ ଭି଼ଡ । ଚଣ୍ଡୀ ମନ୍ଦିରଠୁ ଆରମ୍ଭ କରି ଜାମା ମସଜିଦ ପର୍ଯ୍ୟନ୍ତ ସବୁଠି ଖାଁ ଖାଁ ପରିବେଶ । ପ୍ରତ୍ୟେକ ଦିନ ଏହି ସ୍ଥାନ ଗୁଡିକରେ ଜନଗହଳି ଭିଡ଼ ପରିଲକ୍ଷିତ ହେଉଥବାରୁ ସରକାର ଏସବୁ ସ୍ଥାନକୁ ଜନଶୂନ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

କରୋନା ପ୍ରଭାବ: ଜନଶୂନ୍ୟ ମନ୍ଦିରଠୁ ମସଜିଦ୍‌ର ଦ୍ବାର

ତେବେ ଗୋଟେପଟେ ମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଥିବା ବେଳେ ଅନ୍ୟପଟେ ପ୍ରତ୍ୟେକ ଦିନ ଭଳି ଭଗବାନଙ୍କ ନୀତିକାନ୍ତି ମନ୍ଦିର ମଧ୍ୟରେ ଜାରି ରହିଛି । କରୋନାକୁ ନେଇ ରାଜ୍ୟ ସରକାର ଜାରି କରିଥିବା ସଚେତନ ବାର୍ତ୍ତାକୁ ସମସ୍ତେ ମାନିଥିବା ବେଳେ କିଛି ଲୋକେ ଏହାକୁ ଧର୍ମୀୟ ଭାବନାକୁ କୁଠାରଘାତ କରୁଛି ବୋଲି ଅଭିଯୋଗ କରିଛନ୍ତି । ସେପଟେ କରୋନା ମୁକାବିଲା ପାଇଁ ଓଡିଶାବାସୀ ଏକଜୁଟ ହେଉଛନ୍ତି ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details