ଓଡିଶା

odisha

By

Published : Jul 23, 2022, 8:59 PM IST

ETV Bharat / state

ଦଣ୍ତମୁକ୍ତ ଅଞ୍ଚଳରେ ଛାତ୍ରଙ୍କୁ ମାଡ ! ଥାନାରେ ପହଞ୍ଚିଲା ମାମଲା

ଦଣ୍ତମୁକ୍ତ ଅଞ୍ଚଳରେ ଛାତ୍ରଙ୍କୁ ମାଡମାରି ଲହୁଲୁହାଣ କଲେ ସ୍କୁଲ ଶିକ୍ଷକ । ଥାନାରେ ମାମଲା । ଅଧିକ ପଢନ୍ତୁ

ଦଣ୍ତମୁକ୍ତ ଅଞ୍ଚଳରେ ଛାତ୍ରଙ୍କୁ ମାଡ! ଥାନାରେ ପହଞ୍ଚିଲା ମାମଲା
ଦଣ୍ତମୁକ୍ତ ଅଞ୍ଚଳରେ ଛାତ୍ରଙ୍କୁ ମାଡ! ଥାନାରେ ପହଞ୍ଚିଲା ମାମଲା

ବୌଦ୍ଧ :ସରକାର ସ୍କୁଲକୁ ଦଣ୍ତ ମୁକ୍ତ ଅଞ୍ଚଳ ଘୋଷଣା କରିଛନ୍ତି । ସ୍କୁଲରେ କୌଣସି ଛାତ୍ରଛାତ୍ରୀଙ୍କୁ ପାଠପଢା ସମୟରେ ମାଡ ନ ମାରିବା ପାଇଁ ନିର୍ଦ୍ଦେଶନାମା ମଧ୍ୟ ଜାରି କରିଥିଲେ । ହେଲେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ବୌଦ୍ଧରେ ।

ଦଣ୍ତମୁକ୍ତ ଅଞ୍ଚଳରେ ଛାତ୍ରଙ୍କୁ ମାଡ! ଥାନାରେ ପହଞ୍ଚିଲା ମାମଲା

ବୌଦ୍ଧର ହରଭଙ୍ଗା ବ୍ଲକ ଝାରଖମଣ ବିଦ୍ୟାଳୟରେ ଜଣେ ଛାତ୍ର ଭଜନ ଗୀତ ଲେଖି ନ ପାରିବାରୁ ସ୍କୁଲର ଶିକ୍ଷକ ଛାତ୍ରଙ୍କୁ ଅତ୍ୟନ୍ତ ଅମାନବୀୟ ଭାବରେ ପିଟିଥିବା ନେଇ ଅଭିଯୋଗ ହୋଇଛି । ଗୁରୁତର ଛାତ୍ରଙ୍କୁ ପୁରୁଣା କଟକ ଡାକ୍ତରଖାନାରେ ଚିକିତ୍ସା ସହିତ ହରଭଙ୍ଗା ଥାନାରେ ଏନେଇ ଅଭିଯୋଗ ହୋଇଛି । ଏ ଘଟଣାକୁ ବିଭିନ୍ନ ମହଲରେ ଏହାକୁ ତୀବ୍ର ନିନ୍ଦା କରାଯାଇଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details