ଓଡିଶା

odisha

By

Published : Jul 27, 2020, 1:45 PM IST

ETV Bharat / state

ବାଟବଣା ସବୁଜ ମହାନଦୀ ମିଶନ

ବାଟବଣା ସବୁଜ ମହାନଦୀ ମିଶନ । ଲକ୍ଷାଧିକ ଟଙ୍କା ଚଳୁ ହୋଇଥିବା ଅଭିଯୋଗ । ଅଧିକ ପଢନ୍ତୁ....

Sabuja Mahanadi Mission fail in boudha
ବାଟବଣା ସବୁଜ ମହାନଦୀ ମିଶନ

ବୌଦ୍ଧ: ଜିଲ୍ଲାର ମନମୁଣ୍ଡା ଠାରେ ଶୁଭାରମ୍ଭ ହୋଇଥିଲା ସବୁଜ ମହାନଦୀ ମିଶନ । 2 ବର୍ଷ ତେଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଥିଲେ । ଉଦ୍ଦେଶ୍ୟ ଥିଲା ମହାନଦୀ ସହ ଏହାର ଉପନଦୀ କୂଳରେ ସବୁଜ ବନାନୀ ସୃଷ୍ଟି ସହ ମୃତ୍ତିକା କ୍ଷୟକୁ ରୋକିବା । କଣ୍ଟାମାଳ, ମନମୁଣ୍ଡା, ବୌଦ୍ଧ ଓ ପୁରୁଣାକଟକ ରେଞ୍ଜରେ ଏନେଇ ପ୍ରାୟ ତିନି କୋଟି 23 ଲକ୍ଷ ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଥିବା କାଗଜପତ୍ରରେ ଦର୍ଶାଯାଇଛି । କିନ୍ତୁ ବାସ୍ତବ ଚିତ୍ର ଏହାର ସମ୍ପୂର୍ଣ୍ଣ ଓଲଟା ବୋଲି ସାଧାରଣରେ ଅଭିଯୋଗ ହୋଇଛି ।

ବାଟବଣା ସବୁଜ ମହାନଦୀ ମିଶନ

ସମୁଦାୟ ଚାରୋଟି ସ୍ତରରେ ଏହି ବୃକ୍ଷ ରୋପଣ କରାଯିବା ସହ ନଦୀକୂଳରେ ମୃତ୍ତିକା କ୍ଷୟ ରୋକିବା ପାଇଁ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାର କଥା । କିନ୍ତୁ ଏବେ ଦୁଇ ବର୍ଷ ପରେ ଅଧିକାଂଶ ସ୍ଥାନରେ ଏହି ମିଶନ ଫେଲ ମାରିଥିବା ଅଭିଯୋଗ ହୋଇଛି । ସେପଟେ ଜଙ୍ଗଲ ବିଭାଗ ଆର୍ଥିକ ଅନୁଦାନ ବନ୍ଦ ହୋଇଯାଇଛି । ମହାନଦୀ ଓ ତେଲନଦୀରେ ବନ୍ୟା ଯୋଗୁଁ କେତେକ କ୍ଷତି ହୋଇଥିବା ଦର୍ଶାଇ ଖସିଯିବାକୁ ଚେଷ୍ଟା କରୁଥିବା ଚର୍ଚ୍ଚା ହେଉଛି । ତେବେ କୋଟି କୋଟି ଟଙ୍କା କିଭଳି ଓ କେଉଁ ଉପାୟରେ ଖର୍ଚ୍ଚ ହେଲା ଏହାର ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details