ଓଡିଶା

odisha

By

Published : Aug 10, 2023, 7:30 PM IST

ETV Bharat / state

ଜିଲ୍ଲାର ପ୍ରଥମ ଶହୀଦଙ୍କ ପତ୍ନିଙ୍କୁ ସମ୍ମାନିତ କଲେ ଅବସରପ୍ରାପ୍ତ ସୈନିକ

ଶହୀଦ ଯବାନମାନଙ୍କ ପୈତୃକ ଗୃହରୁ ପବିତ୍ର ମାଟି ସଂଗ୍ରହ ସହିତ ତାଙ୍କ ପରିବାରର ସଦସ୍ୟଙ୍କୁ ଭେଟୁଛନ୍ତି ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମର ସଦସ୍ୟ । ଅଧିକ ପଢନ୍ତୁ

ଜିଲ୍ଲାର ପ୍ରଥମ ଶହୀଦଙ୍କ ପତ୍ନିଙ୍କୁ ସମ୍ମାନିତ କଲେ ଅବସରପ୍ରାପ୍ତ ସୈନିକ
ଜିଲ୍ଲାର ପ୍ରଥମ ଶହୀଦଙ୍କ ପତ୍ନିଙ୍କୁ ସମ୍ମାନିତ କଲେ ଅବସରପ୍ରାପ୍ତ ସୈନିକ

ଜିଲ୍ଲାର ପ୍ରଥମ ଶହୀଦଙ୍କ ପତ୍ନିଙ୍କୁ ସମ୍ମାନିତ କଲେ ଅବସରପ୍ରାପ୍ତ ସୈନିକ

ବୌଦ୍ଧ: ବୀରମାନଙ୍କ ଭୂମି ଓଡ଼ିଶା । ଦେଶମାତୃକା ପାଇଁ ନିଜ ଜୀବନ ଦେଇ ଦେଶପ୍ରତୀର ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି ବୀର ଶହୀଦ । କେନ୍ଦ୍ର ସରକାରଙ୍କ ଦ୍ବାର ଅରମ୍ଭ ହୋଇଥିବା ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମରେ ରାଜ୍ୟର ଶହୀଦ ଯବାନମାନଙ୍କ ପୈତୃକ ଗୃହରୁ ପବିତ୍ର ମାଟି ସଂଗ୍ରହ ସହିତ ତାଙ୍କ ପରିବାରର ସଦସ୍ୟଙ୍କୁ ଭେଟୁଛନ୍ତି ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମର ସଦସ୍ୟ । ଏହି କାର୍ଯ୍ୟକ୍ରମରେ ‘ମୋ ମାଟି ମୋ ଦେଶ’ର ସଦସ୍ୟ ବୌଦ୍ଧ ଜିଲ୍ଲର ପ୍ରଥମ ଶହୀଦଙ୍କ ଘରୁ ପବିତ୍ରମାଟି ସଂଗ୍ରହ କରିଛନ୍ତି ।

ଏକ ଭାବବିହ୍ବଳ ପରିବେଶ ମଧ୍ୟରେ ଶହୀଦଙ୍କ ବୀରାଙ୍ଗନା ଧର୍ମପତ୍ନୀଙ୍କୁ ସମ୍ମାନ ଜଣାଇଛନ୍ତି ସମସ୍ତ ସଦସ୍ୟ । ‘ମୋ ମାଟି ମୋ ଦେଶ’ କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲାର ପ୍ରଥମ ଶହୀଦଙ୍କ ବୀରାଙ୍ଗନା ଧର୍ମପତ୍ନୀଙ୍କୁ ସମ୍ମାନ ଜଣାଇଛନ୍ତି ଦେଶ ମାତୃକାର ସେବା ଯୋଗାଇବା ଅବସରପ୍ରାପ୍ତ ସୈନିକ । ବୌଦ୍ଧ ଜିଲ୍ଲାର ପ୍ରଥମ ଶହୀଦ କୈଳାସ ଚନ୍ଦ୍ର ପଟ୍ଟନାୟକଙ୍କ ପୈତୃକ ଗୃହରୁ ପବିତ୍ର ମାଟି ସଂଗ୍ରହ କରାଯାଇ ଦିଲ୍ଲୀ ପଠାଯିବା ବ୍ୟବସ୍ଥର ଅୟମାରମ୍ଭ ହୋଇଛି ।

ଅବସରପ୍ରାପ୍ତ କର୍ଣ୍ଣେଲ ଶିଶିର ଘୋଷ କହିଛନ୍ତି,"ବୌଦ୍ଧ ଜିଲ୍ଲା ସଦର ମହକୁମାର କୈଳାସ ଚନ୍ଦ୍ର ପଟ୍ଟନାୟକଙ୍କ ଗତ ପ୍ରାୟ 60 ବର୍ଷ ତଳେ ବିବାହ ହୋଇଥିଲା । ଏହି ସମୟରେ କୈଳାସ ଭାରତୀୟ ମିଲିଟାରୀରେ ଦୂରବାର୍ତ୍ତା ବିଭାଗରେ କାର୍ଯ୍ୟରତ ଥିଲେ । 1962ରେ ଭାରତ ଉପରେ ଚୀନ ଆକ୍ରମଣ କରିଥିଲା । ଏହି ଆକ୍ରମଣ ସମୟରେ ବୀର ଯବାନମାନେ ଦେଶମାତୃକା ପାଇଁ ଚୀନ ସୈନିକଙ୍କ ସହ ଯୁଦ୍ଧ କରିଥିଲେ । ଏହି ଯୁଦ୍ଧ ସମାପ୍ତିର ଦୁଇ ଦିନ ପୂର୍ବରୁ କୈଳାସ ନିଖୋଜ ହୋଇଯାଥିଲେ । ଶେଷରେ କୈଳାସଙ୍କୁ ଶହୀଦ ଘୋଷଣା କରିଥିଲା ଭାରତୀୟ ସେନା ।" ତେବେ ଆଜି ପର୍ଯ୍ୟନ୍ତ କୈଳାସଙ୍କ ଧର୍ମପତ୍ନୀ ଏହାକୁ ଗ୍ରହଣ କରିପାରୁ ନାହାଁନ୍ତି । ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ‘‘ମୋ ମାଟି ମୋ ଦେଶ’’ କାର୍ଯ୍ୟକ୍ରମ ଅନ୍ତର୍ଗତ ଶହୀଦ କୈଳାସଙ୍କ ପୈତୃକ ଗୃହରୁ ପବିତ୍ର ମାଟି ସଂଗ୍ରହ ସହିତ କୈଳାସଙ୍କ ଧର୍ମପତ୍ନୀଙ୍କୁ ସମ୍ମାନିତ କରାଯାଇଥିଲା ।

ସେହିପରି ଜିଲ୍ଲା ପୋଲିସର ହୋମଗାର୍ଡ ଓ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ସମୟରେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । ବାଉଁଶୁଣୀ ଥାନାରେ କାର୍ଯ୍ୟରତ ଉକ୍ତ ଦୁଇ କର୍ମଚାରୀ କିଛି ଦିନ ତଳେ ତେଳିବନ୍ଧ ନିକଟରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଗୁରୁବାର ଏସ୍‌ପି ରାଜ ପ୍ରସାଦ ଉକ୍ତ ଦୁଇ ମୃତକଙ୍କ ପରିବାରକୁ 1ଲକ୍ଷ 26 ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପୋଲିସ କର୍ମଚାରୀଙ୍କ ପକ୍ଷରୁ ପ୍ରଦାନ କରିଥିଲେ । ଆଗାମୀ ଦିନରେ ମଧ୍ୟ ଉକ୍ତ ଦୁଇ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଏସ୍‌ପି ଆଶ୍ଵାସନା ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details