ଓଡିଶା

odisha

By

Published : Jun 16, 2022, 7:40 PM IST

ETV Bharat / state

ନିଜ ବ୍ଲକରେ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ଭବ୍ୟ ସ୍ବାଗତ

ନିଜ ବ୍ଲକରେ ସମ୍ବର୍ଦ୍ଧିତ ହେଲେ ନୂତନ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିବା ପଞ୍ଚାୟତିରାଜ,ଜଙ୍ଗଲ ଓ ସୂଚନା ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ଅଧିକ ପଢ଼ନ୍ତୁ

ନିଜ ବ୍ଲକରେ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ଭବ୍ୟ ସ୍ବାଗତ
ନିଜ ବ୍ଲକରେ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ଭବ୍ୟ ସ୍ବାଗତ

ବୌଦ୍ଧ:ନିଜ ବ୍ଲକରେ ସମ୍ବର୍ଦ୍ଧିତ ହେଲେ ପଞ୍ଚାୟତିରାଜ ମନ୍ତ୍ରୀ । ଆଜି ବୌଦ୍ଧ ଜିଲ୍ଲା ସଦର ବ୍ଲକ ଠାରେ ବୌଦ୍ଧ ବିଧାୟକ ତଥା ନୂତନ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିବା ଜଙ୍ଗଲ ପରିବେଶ, ପଞ୍ଚାୟତିରାଜ ଓ ସୂଚନା ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି ।

ବୌଦ୍ଧ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ବ୍ଲକ ଅଧ୍ୟକ୍ଷ, ବିଡିଓ, ପିଡି ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ସ୍ବାଗତ କରିଥିବା ବେଳେ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟମାନେ ଶ୍ରୀ ଅମାତଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବିଶେଷ ଭାବରେ ବୌଦ୍ଧ ଜିଲ୍ଲାର ଉଭୟ ବୌଦ୍ଧ ଓ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ନାଗରିକ ମାନେ ମନ୍ତ୍ରୀଙ୍କ ଠାରେ ଗଭୀର ଆଶା ରଖିଥିବା ବେଳେ ଏଥିପାଇଁ ବିଭିନ୍ନ ମହଲରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

ନିଜ ବ୍ଲକରେ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ଭବ୍ୟ ସ୍ବାଗତ
ନିଜ ବ୍ଲକରେ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କୁ ଭବ୍ୟ ସ୍ବାଗତ

ସେପଟେ ଆଜି ବୌଦ୍ଧ ବ୍ଲକ ଅନ୍ତର୍ଗତ ୨୩ଟି ପଞ୍ଚାୟତର ସରପଞ୍ଚଙ୍କ ସଂଘ ଗଠିତ ହୋଇଥିବା ବେଳେ ସଭାପତି ଭାବରେ ବ୍ରାହ୍ମଣୀ ପାଲି ସରପଞ୍ଚ ଅରୁଣ କୁମାର ବାଘଙ୍କୁ ଚୟନ କରାଯାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details