ଓଡିଶା

odisha

By

Published : Apr 23, 2022, 6:54 PM IST

ETV Bharat / state

ଶ୍ରମ ଅଧିକାରୀଙ୍କ ଚୌକି ସମ୍ଭାଳୁଛି ଦଲାଲ, ଧାରଣାରେ ଶ୍ରମିକ ସଂଗଠନ

ବୌଦ୍ଧ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଅଭାବନୀୟ ଘଟଣା । ଜଣେ ଦଲାଲ ଶ୍ରମ ଅଧିକାରୀଙ୍କ ଟେବୁଲରେ ବସି ପଡୋଶୀ ଅନୁଗୋଳ ଜିଲ୍ଲାର ଶ୍ରମ କାର୍ଡ ଓ ଅନ୍ୟାନ୍ୟ କାର୍ଯ୍ୟ କରୁଥିବାବେଳେ ଶ୍ରମିକ ସଂଗଠନର ନେତାଙ୍କ ହାତରେ ଧରାପଡିବାରୁ ମିଳିତ ସଂଗଠନ ଧାରଣ ଦେଇଛନ୍ତି । ଅଧିକ ପଢନ୍ତୁ

ଶ୍ରମ ଅଧିକାରୀଙ୍କ ଚୌକି ସମ୍ଭାଳୁଛି ଦଲାଲ, ଧାରଣାରେ ଶ୍ରମିକ ସଂଗଠନ
ଶ୍ରମ ଅଧିକାରୀଙ୍କ ଚୌକି ସମ୍ଭାଳୁଛି ଦଲାଲ, ଧାରଣାରେ ଶ୍ରମିକ ସଂଗଠନ

ବୌଦ୍ଧ: ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଅଭାବନୀୟ ଘଟଣା । ଜଣେ ଦଲାଲ ଶ୍ରମ ଅଧିକାରୀଙ୍କ ଟେବୁଲରେ ବସି ପଡୋଶୀ ଅନୁଗୋଳ ଜିଲ୍ଲାର ଶ୍ରମ କାର୍ଡ ଓ ଅନ୍ୟାନ୍ୟ କାର୍ଯ୍ୟ କରୁଥିବା ବେଳେ ଶ୍ରମିକ ସଂଗଠନର ନେତାଙ୍କ ହାତରେ ଧରାପଡିବାରୁ ମିଳିତ ସଂଗଠନ ଧାରଣ ଦେଇଛନ୍ତି । ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଦୁର୍ନୀତିର ଗନ୍ତାଘର ପାଲଟିବା ସହ ଦଲାଲଙ୍କ କବ୍ଜାରେ ରହିଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ଆଉ ଶୁକ୍ରବାର ଏହି ଦଲାଲ ରାଜ କାର୍ଯ୍ୟାଳୟର ଗୁମର ଖୋଲିଛନ୍ତି ଶ୍ରମିକ ସଂଗଠନର ନେତା ।

ଶ୍ରମ ଅଧିକାରୀଙ୍କ ଚୌକି ସମ୍ଭାଳୁଛି ଦଲାଲ, ଧାରଣାରେ ଶ୍ରମିକ ସଂଗଠନ

ବୌଦ୍ଧ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଦୀର୍ଘ ଦିନ ହେଲା ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କୁଜି ଦଲାଲଙ୍କ ଅଫିସ ପାଲଟିବା ସହିତ ବ୍ୟାପକ ଦୁର୍ନୀତିରେ ଛନ୍ଦି ହୋଇରହିଥିଲା । ତେବେ ଆଜି(ଶୁକ୍ରବାର) ଅପରାହ୍ନରେ ଜଣେ ଅପରିଚିତ ଦଲାଲ ଖୋଦ ଶ୍ରମ ଅଧିକାରୀଙ୍କ ଚ୍ୟାମ୍ବରରେ ପଶି ତାଙ୍କ ଟେବୁଲରେ ପଡୋଶୀ ଅନୁଗୋଳ ଜିଲ୍ଲାର ଶ୍ରମ କାର୍ଡ ଓ ଅନ୍ୟ କାର୍ଯ୍ୟ କରୁଥିବା ସମୟରେ ହଠାତ ସେଠାରେ ଶ୍ରମିକ ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପହଞ୍ଚି ଯିବାରୁ ଉକ୍ତ ବ୍ୟକ୍ତି ଜଣକ କୌଣସି ସନ୍ତୋଷ ଜନକ ଉତ୍ତର ନଦେଇ ନିଜ ଚପଲ ଓ ବ୍ୟାଗ ଛାଡି ଦୌଡ଼ି ପଳାଇ ଯାଇଥିଲା ।

ଶ୍ରମ ଅଧିକାରୀଙ୍କ ଚୌକି ସମ୍ଭାଳୁଛି ଦଲାଲ, ଧାରଣାରେ ଶ୍ରମିକ ସଂଗଠନ
ଶ୍ରମ ଅଧିକାରୀଙ୍କ ଚୌକି ସମ୍ଭାଳୁଛି ଦଲାଲ, ଧାରଣାରେ ଶ୍ରମିକ ସଂଗଠନ

ଏନେଇ ତୁରନ୍ତ ମିଳିତ ଶ୍ରମିକ ସଂଗଠନ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସି ରହିଥିଲେ । ସଂଗଠନ ପକ୍ଷରୁ ସିଧାସଳଖ ଶ୍ରମ ଅଧିକାରୀଙ୍କ ଅପାରଗତା ଓ ଦୁର୍ନୀତି ଗ୍ରସ୍ତକୁ ଏଥିପାଇଁ ଦାୟୀ କରାଯାଇ ତୁରନ୍ତ ରାଜ୍ୟ ଶ୍ରମ କମିଶନର ଏହାର ତଦନ୍ତ କରି ଶ୍ରମ ଅଧିକାରୀଙ୍କୁ ବିଦାୟ କରିବାକୁ ଦାବି କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details