ଓଡିଶା

odisha

By

Published : Jul 14, 2019, 2:57 PM IST

ETV Bharat / state

ଅସୁରକ୍ଷିତ ଚତୁର୍ଥ ସ୍ତମ୍ଭ, ପୁଣି ସାମ୍ବାଦିକଙ୍କୁ ଆକ୍ରମଣ

ପୁଣି ସାମ୍ବାଦିକଙ୍କୁ ଆକ୍ରମଣ । ଦୁର୍ବୃତ୍ତମାନେ ସାମ୍ବାଦିକ ଜଣଙ୍କୁ ଛୁରୀ ଭୁଷିବା ସହ ତାଙ୍କ ପାଖରୁ 60 ହଜାର ଟଙ୍କା ଲୁଟି ନେଇଛନ୍ତି । ଏହି ଘଟଣାରେ 5 ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ସାମ୍ବାଦିକଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ । ଏହାସହ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ରାତି ପ୍ରାୟ 10ଟା ବେଳେ ଏପରି ଘଟଣା ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ରଥଯାତ୍ରା ଉପଲକ୍ଷେ ଆୟୋଜିତ ମୀନାବଜାର କାର୍ଯ୍ୟ ହାତକୁ ନେଇଥିବା ସାମ୍ବାଦିକ ହିସାବ ସାରି ଫେରୁଥିଲେ । ଏହି ସମୟରେ ପ୍ରାୟ 30 ଜଣ ଦୁର୍ବୃତ୍ତ ତାଙ୍କୁ ମିଳିତ ଭାବେ ଆକ୍ରମଣ କରିଥିଲେ । ପରେ ଛୁରୀରେ ପେଟକୁ ଭୁଷିବା ସହ ତାଙ୍କ ନିକଟରେ ଥିବା 60 ହଜାର ଟଙ୍କା ଲୁଟି ନେଇଥିବା ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଅପରପକ୍ଷରେ ପ୍ରତିପକ୍ଷଙ୍କ ତରଫରୁ ମଧ୍ୟ ଥାନାରେ ଲିଖିତ ଅଭିଯୋଗ କରାଯାଇଥିବାବେଳେ ଘଟଣାର ତଦନ୍ତ ବୌଦ୍ଧ ଥାନା ଅଧିକାରୀ ତପସ୍ବିନୀ କହଁର କରୁଥିବା ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details