ଓଡିଶା

odisha

By

Published : Jan 31, 2020, 12:33 PM IST

ETV Bharat / state

ଅଗ୍ନିକାଣ୍ଡରେ 4 ବଖରା ଭସ୍ମୀଭୂତ, ଅଳ୍ପକେ ବର୍ତ୍ତିଲେ 2 ଶିଶୁ

ମଧ୍ୟ୍ୟରାତ୍ରିରେ ବୌଦ୍ଧ ଜିଲ୍ଲା ବାଉଁଶୁଣୀ ପଞ୍ଚାୟତରେ ପ୍ରଦୀପ ସାହୁଙ୍କ ଘରେ ଅଗ୍ନିକାଣ୍ଡ। ଏଥିରେ ଘରର ଚାରି ବଖରା ସହ ସମସ୍ତ ଆସବାବପତ୍ର ପୋଡିଯାଇଛି। ହେଲେ ସୌଭାଗ୍ୟବଶତଃ 2ଟି ଦୁର୍ମୂଲ୍ୟ ଜୀବନ ବଞ୍ଚି ଯାଇଛି। ଅଧିକ ଖବର ପଢନ୍ତୁ...

House in fire
ଅଗ୍ନିକାଣ୍ଡରେ 4 ବଖରା ଭସ୍ମୀଭୂତ, ଅଘଟଣରୁ ଅଳ୍ପକେ ବର୍ତ୍ତିଗଲେ ଦୁଇ ଶିଶୁ

ବୌଦ୍ଧ: ରଖେ ହରି ତ ମାରେ କିଏ। ଏହି ଉକ୍ତିଟି ପୂରା ସତ୍ୟ ପ୍ରମାଣିତ ହୋଇଛି ପ୍ରଦୀପଙ୍କ ପରିବାର କ୍ଷେତ୍ରରେ। ଅଗ୍ନିକାଣ୍ଡରେ ସବୁକିଛି ପୋଡି ପାଉଁଶ ହୋଇଯାଇଥିବା ବେଳେ ସୌଭାଗ୍ୟବଶତଃ ସମସ୍ତଙ୍କ ଜୀବନ କିନ୍ତୁ ବଞ୍ଚିଯାଇଛି ।

ଅଗ୍ନିକାଣ୍ଡରେ 4 ବଖରା ଭସ୍ମୀଭୂତ, ଅଘଟଣରୁ ଅଳ୍ପକେ ବର୍ତ୍ତିଗଲେ ଦୁଇ ଶିଶୁ


ବୌଦ୍ଧ ଜିଲ୍ଲା ବାଉଁଶୁଣୀ ପଞ୍ଚାୟତ ଜମଘାଟି ଗ୍ରାମର ପ୍ରଦୀପ ସାହୁଙ୍କ ଗୃହରେ ଗତକାଲି ମଧ୍ୟ ରାତ୍ରିରେ ନିଆଁ ଲାଗି ଯାଇଥିଲା। ଏଥିରେ ପ୍ରଦୀପଙ୍କ ଚାରି ବଖରା ଘର ଓ ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ନିଆଁ ଲାଗିବା ଖବର ପାଇ ବାଉଁଶୁଣୀ ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ବେଳକୁ ସବୁକିଛି ପୋଡି ପାଉଁଶ ହୋଇଯାଇଥିଲା ।

ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ପ୍ରଦୀପ ତାଙ୍କ ଦୁଇ ଛୁଆକୁ ଘରେ ଛାଡି ଡାକ୍ତରଖାନା କାର୍ଯ୍ୟରେ ବଲାଙ୍ଗୀର ଯାଇଥିଲେ। କିନ୍ତୁ ଘରେ ଥିବା ଦୁଇ ଛୁଆ ନିଜ ଘରେ ନ ଶୋଇ ପଡୋଶୀ ଘରକୁ ଶୋଇବାକୁ ଯାଇଥିଲେ। ଠିକ ମଧ୍ୟ ରାତ୍ରିରେ ପ୍ରଦୀପଙ୍କ ଘରେ ନିଆଁ ଲାଗିଯିବାରୁ ସମସ୍ତେ ଉକ୍ତ ଦୁଇ ଛୁଆଙ୍କୁ ନେଇ ଆଶଙ୍କା ତଥା ଆତଙ୍କିତ ହୋଇ ପଡିଥିଲେ। କିନ୍ତୁ ସୌଭାଗ୍ୟବଶତଃ କୌଣସି କାରଣରୁ ଛୁଆ ଦୁଇ ଜଣ ପଡୋଶୀ ଘରକୁ ଶୋଇବା ପାଇଁ ଯାଇଥିବାରୁ ତାଙ୍କ ଦୁର୍ମୂଲ୍ୟ ଜୀବନ ବଞ୍ଚି ଯାଇଛି।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details