ବୌଦ୍ଧ:ଜଣ୍ଡିସ ରୋଗୀଙ୍କୁ କୋରୋନା ଭୟରେ ଚିକିତ୍ସା ନକରି ଫେରାଇ ଦେଲେ ଡାକ୍ତର। ଶେଷରେ ରୋଗୀ କ୍ବାକଙ୍କ ପାଖରେ ଚିକିତ୍ସିତ ହୋଇ ଅଧିକ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧରେ ସରସରାଗାଁରେ । ଗାଁର ସନ୍ତୋଷ କୁମାର ଭୋଇ ଗତକିଛି ଦିନ ତଳେ ଅସୁସ୍ଥ ହେବାରୁ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିଲେ ।
କୋରୋନା ଭୟରେ ଜଣ୍ଡିସ ରୋଗୀର ଚିକିତ୍ସା କଲେନି ଡାକ୍ତର
ଜଣ୍ଡିସ ରୋଗୀକୁ କୋରୋନା ଭୟରେ ଡାକ୍ତର କଲେନି ଚିକିତ୍ସା । କ୍ବାକଙ୍କ ପାଖରେ ଚିକିତ୍ସିତ ହୋଇ ଅଧିକ ଗୁରୁତର ହେଲେ ରୋଗୀ । ବୌଦ୍ଧରୁ ଆସିଛି ଏଭଳି ଅଭିଯୋଗ ।
ଜଣ୍ଡିସ ରୋଗୀକୁ କୋରୋନା ଭୟରେ ଡାକ୍ତର କଲେନି ଚିକିତ୍ସା
କିନ୍ତୁ ସେଠାରେ ଡାକ୍ତର ତାଙ୍କୁ କୋରୋନା ସନ୍ଦେହ କରି ଭୟରେ ଚିକିତ୍ସା ନକରି ଫେରାଇ ଦେଇଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ଫଳରେ ମନମୁଣ୍ଡା ନିକଟସ୍ଥ ଜଣେ କ୍ବାକଙ୍କ ପାଖରେ ଚିକିତ୍ସା ପାଇଁ ଯାଇଥିଲେ ରୋଗୀ ଜଣକ ।ହେଲେ ସେଠାରେ ଚିକିତ୍ସା ପରେ ସେ ଅଧିକ ଗୁରୁତର ହୋଇପଡିଥିଲେ ।ହେଲେ, କେତେକ ସ୍ବେଚ୍ଛାସେବୀଙ୍କ ହସ୍ତକ୍ଷେପ ପରେ ବୌଦ୍ଧ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି,ଇଟିଭି ଭାରତ
TAGGED:
corona fear