ଓଡିଶା

odisha

By

Published : Oct 30, 2022, 10:41 AM IST

ETV Bharat / state

ବିଭିନ୍ନ ଦାବି ନେଇ ରାଜରାସ୍ତାରେ ଗର୍ଜିଲା ମିଳିତ ଶିକ୍ଷକ ସଂଘ

ରାଜରାସ୍ତାକୁ ଓହ୍ଲାଇଛନ୍ତି ଚୁକ୍ତି ଭିତ୍ତିକ ପ୍ରାଥମିକ ଶିକ୍ଷକ । ଶିକ୍ଷକଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅବହେଳାକୁ ନେଇ ଗର୍ଜିଛନ୍ତି ପ୍ରାଥମିକ ଶିକ୍ଷକ । ଏନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରାଥମିକ ଶିକ୍ଷକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକ ପଢ଼ନ୍ତୁ

ବିଭିନ୍ନ ଦାବି ନେଇ ରାଜରାସ୍ତାରେ ଗର୍ଜିଲା ମିଳିତ ଶିକ୍ଷକ ସଂଘ
ବିଭିନ୍ନ ଦାବି ନେଇ ରାଜରାସ୍ତାରେ ଗର୍ଜିଲା ମିଳିତ ଶିକ୍ଷକ ସଂଘ

ବୌଦ୍ଧ:ରାଜରାସ୍ତାରେ ଗର୍ଜିଲା ଜିଲ୍ଲା ମିଳିତ ଶିକ୍ଷକ ସଂଘ। ଶିକ୍ଷକଙ୍କ ବିଭିନ୍ନ ଦାବି ନେଇ ପ୍ରାଥମିକ ଶିକ୍ଷାଦାନ ସହିତ ଜଡିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏକ ବିଶାଳ ଶୋଭାଯାତ୍ରାରେ ଆସି ବିକ୍ଷୋଭ ପ୍ରଦର୍ଶନ ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ହଜାରରୁ ଊର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀ ଶନିବାର ଏକ ବିଶାଳ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଜ୍ୟ ସରକାର କେବଳ ପ୍ରାଥମିକ ଶିକ୍ଷକଙ୍କୁ ଛାଡି ଅନ୍ୟ ସମସ୍ତ ଚୁକ୍ତି ଭିତ୍ତିକ କର୍ମଚାରୀଙ୍କୁ ନିୟମିତ କରିବାକୁ ନେଇ ପ୍ରାଥମିକ ଶିକ୍ଷକ ସଂଘ ତୀବ୍ର ଅସନ୍ତୋଷ ପ୍ରକାଶ କରିଛି ।

ଜାତୀୟ ପେନସନ ଯୋଜନାକୁ ଉଛେଦ କରି ପୁରୁଣା ପେନସନ ବ୍ୟବସ୍ଥାକୁ ଲାଗୁ ପାଇଁ ସଂଘ ଦାବି କରିବା ସହିତ ଏକ୍ସ କେଡର ବ୍ୟବସ୍ଥାକୁ ଉଛେଦ ପାଇଁ ମଧ୍ୟ ଦାବି କରାଯାଇଛି । ଜିଲ୍ଲାର ପ୍ରାଥମିକ ମିଳିତ ଶିକ୍ଷକ ସଂଘ ପକ୍ଷରୁ ବୌଦ୍ଧ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ଅର୍ଥ ମନ୍ତ୍ରୀ ଓ ଗଣ ଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚାରି ଦଫା ଦାବି ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏସବୁ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଶିକ୍ଷକ ସଂଘ ଆନ୍ଦୋଳନକୁ ଯୋରଦାର କରିବ ବୋଲି ଚେତାବନୀ ଦିଆଯାଇଛି ।

ବିଭିନ୍ନ ଦାବି ନେଇ ରାଜରାସ୍ତାରେ ଗର୍ଜିଲା ମିଳିତ ଶିକ୍ଷକ ସଂଘ

ଶିକ୍ଷକଙ୍କ ପ୍ରତି ରାଜ୍ୟ ସରକାର ଅବହେଳା କରୁଛନ୍ତି । ୨୦୦୧ ମସିହାରୁ ରାଜ୍ୟରେ ପ୍ରାଥମିକ ଶିକ୍ଷାର ଭିତ୍ତିଭୂମି ସଜାଡ଼ିବାରେ ଏହି ଶିକ୍ଷକମାନେ ଅଣ୍ଟା ଭିଡିଥିଲେ । ଦୀର୍ଘ ୨୨ ବର୍ଷ ଧରି ଅବିରତ କାମ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ହକ୍ ମିଳିନାହିଁ । 2013 ପୂର୍ବରୁ ଚୁକ୍ତି ଭିତ୍ତିକ ଭାବରେ ଚାକିରୀ କରୁଥିବା ପ୍ରାଥମିକ ଶିକ୍ଷକଙ୍କୁ ଏନପିଏସ ମାନ୍ୟତା ଦେଇ ସରକାର ନୂତନ ପେନସନ ଯୋଜନା ଏମାନଙ୍କ ପାଇଁ ଲାଗୁ କରିଛନ୍ତି ।

ଯାହାକୁ ଏମାନେ ଅଗ୍ରାହ୍ୟ କରିବା ସହ ପୁରୁଣା ପେନସନ ଲାଗୁ କରିବାକୁ ଦାବି କରିଛନ୍ତି (Contractual Primary teachers protest for over rising pay) । ସେହିପରି ଦରମା ବୃଦ୍ଧି ସହ ଅନ୍ୟାନ୍ୟ ଚାକିରୀ ସୁବିଧା ଦେବାକୁ ଦାବି କରିଛନ୍ତି ପ୍ରାଥମିକ ଶିକ୍ଷକ । ଯଦି ଆଗାମୀ ଦିନରେ ଚୁକ୍ତିଭିତ୍ତିକ ନିଯୁକ୍ତି ନଉଠାଯାଏ ତେବେ ହଜାର ହଜାର ଶିକ୍ଷକ ଆନ୍ଦୋଳନ କରିବେ । ଏହାସହ ସରକାର ନିଜ ଦାୟିତ୍ବକୁ କେବଳ ଉପହାର ବୋଲି ଡିଣ୍ଡିମ ପିଟା ବନ୍ଦ କରନ୍ତୁ ।

ଦାବିପତ୍ରରେ ୬ବର୍ଷ ଠିକା ଚାକିରି ସମୟକୁ ମୂଳ ଚାକିରି ସହ ଗଣନା ସହ ୬ଟି ଆନୁମାନିକ ବେତନ ବୃଦ୍ଧି ସହ ପଦୋନ୍ନତି ସୁଯୋଗ, ପ୍ରାଥମିକ ଶିକ୍ଷକ ୨୮ଶହ ଟଙ୍କା ଗ୍ରେଡ ପ୍ରେ ପ୍ରଦାନ, ନୂତନ ପେନସନ ଯୋଜନା ଉଚ୍ଛେଦ କରି ପୁରାତନ ପେନସନ ଯୋଜନା ଅନ୍ତର୍ଭୁକ୍ତ କରିବା ଓ ଏକ୍ସ କ୍ୟାଡ଼ର ପ୍ରଥା ଉଛେଦ ସହ କ୍ୟାଡ଼ର ରେ ଅନ୍ତର୍ଭୁକ୍ତ କରିବା ଓ ଚୁକ୍ତି ଭିତ୍ତିକ ନିଯୁକ୍ତି ଉଛେଦ କରି ସମସ୍ତ କନିଷ୍ଠ ଶିକ୍ଷକଙ୍କୁ ନିୟମିତ ଶିକ୍ଷକ ମାନ୍ୟତା ପ୍ରଦାନ କରିବା ଆଦି ଦାବି ଦାବିପତ୍ରରେ ଉଲ୍ଲେଖ ରହିଛି ।

ଇଟିଭି ଭାରତ, ବୌଦ୍ଧ

For All Latest Updates

TAGGED:

Boudh news

ABOUT THE AUTHOR

...view details