ଓଡିଶା

odisha

By

Published : Jul 9, 2021, 10:19 PM IST

ETV Bharat / state

ତୈଳ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ପଦଯାତ୍ରା

ତୈଳଦର ବୃଦ୍ଧି ସମେତ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ଯୋଗୁଁ ଶଗଡ, ସାଇକେଲ ଧରି କଂଗ୍ରେସର ଅଭିନବ ପ୍ରତିବାଦ । ଅଧିକ ପଢନ୍ତୁ...

ତୈଳ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ପଦଯାତ୍ରା
ତୈଳ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ପଦଯାତ୍ରା

ବୌଦ୍ଧ: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ତୈଳଦର । ପ୍ରତ୍ୟେକ ଦିନ ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକୀୟ ଖାଉଟି ସାମଗ୍ରୀର ଅହେତୁକ ଦରବୃଦ୍ଧି ସାଧାରଣ ଲୋକଙ୍କୁ ଅତିଷ୍ଠ କରିଛି । ଆଜି(ଶୁକ୍ରବାର) ଏହାର ପ୍ରତିବାଦରେ ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ଏହାର ପ୍ରତିବାଦରେ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା ।

ତୈଳ ଦରବୃଦ୍ଧି ପ୍ରତିବାଦରେ କଂଗ୍ରେସର ପଦଯାତ୍ରା

ଜିଲ୍ଲା କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ ବହୁ ବରିଷ୍ଠ କଂଗ୍ରେସ ନେତା ଓ କର୍ମୀ ଯୋଗ ଦେଇଥିଲେ । ଶଗଡ, ସାଇକେଲ ଓ ପଦଯାତ୍ରାରେ କଂଗ୍ରେସ ଏଭଳି ଅଭିନବ ଉପାୟରେ ପ୍ରତିବାଦ ଜଣାଇଥିଲା । ଦଳ ପକ୍ଷରୁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଏଥିପାଇଁ ଦାୟୀ କରିବା ସହ ଏନେଇ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନକୁ ଆହୁରି ଅଧିକ ତୀବ୍ରତର କରିବ ବୋଲି ଚେତାବନୀ ଦେଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details