ଓଡିଶା

odisha

By

Published : Feb 27, 2022, 3:25 PM IST

ETV Bharat / state

ୟୁକ୍ରେନରେ ଫସିଛି ପୁଅ, ଉଦ୍ଧାର ପାଇଁ ମାଆର ଆକୁଳ ନିବେଦନ

ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ଜାରି ରହିଛି । ଘଡ଼ିକୁ ଘଡ଼ି ୟୁକ୍ରେନ ରାଜଧାନୀରେ ମିଶାଇଲ ମାଡ଼ ହେବାର ଚିତ୍ର ସାମ୍ନାକୁ ଆସୁଛି । ଏହାରି ଭିତରେ ୟୁକ୍ରେନରେ ଫସି ରହିଥିବା ପୁଅକୁ ଫେରାଇ ଆଣିବାକୁ ମାଆ ଆକୁଳ ନିବେଦନ କରିଛି । ଅଧିକ ପଢ଼ନ୍ତୁ

ୟୁକ୍ରେନରେ ଫସି ରହିଛନ୍ତି ଡାକ୍ତରୀ ଛାତ୍ର, ଉଦ୍ଧାର ପାଇଁ ମାଆର ଆକୁଳ ନିବେଦନ
ୟୁକ୍ରେନରେ ଫସି ରହିଛନ୍ତି ଡାକ୍ତରୀ ଛାତ୍ର, ଉଦ୍ଧାର ପାଇଁ ମାଆର ଆକୁଳ ନିବେଦନ

ବୌଦ୍ଧ: ୟୁକ୍ରେନ ଉପରେ ଋଷିଆର ଆକ୍ରମଣ ଜାରି ରହିଛି । ଘଡ଼ିକୁ ଘଡ଼ି ୟୁକ୍ରେନ ରାଜଧାନୀରେ ମିଶାଇଲ ମାଡ଼ ହେବାର ଚିତ୍ର ସାମ୍ନାକୁ ଆସୁଛି । ଏଭଳି ସଙ୍କଟ ସ୍ଥିତିରେ ସେଠାରେ ଫସି ରହିଛନ୍ତି ବୌଦ୍ଧର ଡାକ୍ତରୀ ଛାତ୍ର ସିଦ୍ଧାର୍ଥ ମହାପାତ୍ର । ଏଥିପାଇଁ ସିଦ୍ଧାର୍ଥଙ୍କ ମାଆ ନିଜକୁ ଫେରାଇ ଆଣିବାକୁ ସରକାରଙ୍କ ନିକଟରେ ଆକୁଳ ନିବେଦନ କରିଛନ୍ତି ।

ୟୁକ୍ରେନରେ ଫସି ରହିଛନ୍ତି ଡାକ୍ତରୀ ଛାତ୍ର, ଉଦ୍ଧାର ପାଇଁ ମାଆର ଆକୁଳ ନିବେଦନ
ବୌଦ୍ଧ ଜିଲ୍ଲା ସଦର ମହକୁମା ରାମେଶ୍ୱର ବିହାରର ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମହାପାତ୍ର ଓ ଅଧ୍ୟାପିକା ଗୀତାଞ୍ଜଳୀ ମହାପାତ୍ରଙ୍କ ପୁଅ ହେଉଛନ୍ତି ସିଦ୍ଧାର୍ଥ ମହାପାତ୍ର । ସେ ୟୁକ୍ରେନରେ ଡାକ୍ତରୀ ପାଠ୍ୟକ୍ରମର ପଞ୍ଚମ ବର୍ଷର ଛାତ୍ର । ତୃତୀୟ ବର୍ଷରେ ସିଦ୍ଧାର୍ଥ ୟୁକ୍ରେନ ଦେଶର ଶ୍ରେଷ୍ଠ ଛାତ୍ର ମଧ୍ୟ ହୋଇଥିଲେ । ତେବେ ବର୍ତ୍ତମାନ ଋଷିଆ ଓ ୟୁକ୍ରେନ ମହାଯୁଦ୍ଧ ଯୋଗୁଁ ବୌଦ୍ଧର ଏହି ଡାକ୍ତରୀ ଛାତ୍ର ଜଣକ ୟୁନିଭରସିଟିର ବଙ୍କରରେ ଫସି ରହିଛନ୍ତି ।

ପ୍ରବଳ ବୋମା ମାଡ଼ରେ ସେଠାରେ ଫସି ରହିଥିବା ଛାତ୍ରଛାତ୍ରୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବର୍ତ୍ତମାନ ସିଦ୍ଧାର୍ଥଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କ ମାଆ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଆକୁଳ ଅନୁରୋଧ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details