ଓଡିଶା

odisha

ଖୋଲିଲାନି କପାମଣ୍ଡି, ହତାଶ ଚାଷୀ

By

Published : Dec 28, 2020, 11:02 AM IST

Updated : Dec 28, 2020, 11:38 AM IST

କପା ମଣ୍ଡି ଅଭାବରୁ ବୌଦ୍ଧ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । କପା ମଣ୍ଡି ଖୋଲିବାକୁ ବିଭାଗୀୟ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଜିଲ୍ଲାରେ ଏପର୍ଯ୍ୟନ୍ତ ମଣ୍ଡି ଖୋଲି ନଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ
ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ

ବୌଦ୍ଧ: ଧଳା ହୀରା ଭାବରେ ପରିଚିତ କପାର ଅଭାବୀ ବିକ୍ରି ଅଭିଯୋଗ । କପା ମଣ୍ଡି ଅଭାବରୁ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । କପା ମଣ୍ଡି ଖୋଲିବାକୁ ବିଭାଗୀୟ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଜିଲ୍ଲାରେ ଏପର୍ମଯ୍ୟନ୍ତ ମଣ୍ଡି ଖୋଲି ନଥିବା ଅଭିଯୋଗ ହୋଇଛି ।

ଖୋଲିଲାନି କପାମଣ୍ଡି, ହତାଶ ଚାଷୀ

ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଓ ବୌଦ୍ଧ ବ୍ଲକର ବିଭିନ୍ନ ଜଙ୍ଗଲୀ ତଥା ପାହାଡିଆ ଅଞ୍ଚଳରେ ବ୍ୟାପକ ମାତ୍ରାରେ କପାଚାଷ ହୋଇଥାଏ । ଗରିବ ଲୋକଙ୍କ ଜୀବନ ଜୀବିକାର ମାଧ୍ୟମ ପାଲଟିଥିବା ଏହି କପା ଚାଷକୁ ନେଇ ଚିନ୍ତାରେ ଚାଷୀ । କାରଣ ବୌଦ୍ଧ ଜିଲ୍ଲାର କୌଣସି ସ୍ଥାନରେ କପା ମଣ୍ଡି ନଥିବାରୁ ଗରିବ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି ।

ବିଗତ କିଛି ଦିନ ତଳେ ବିଭାଗୀୟ କର୍ତ୍ତୃପକ୍ଷ ମନମୁଣ୍ଡା ଠାରେ ଏକ କପା ମଣ୍ଡି ଖୋଲିବାକୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ପ୍ରତିଶ୍ରୁତି ପାଣିର ଗାର ହେବା ସହ ଚାଷୀ ପୁଣି ଥରେ ହନ୍ତସନ୍ତ ହୋଇଛନ୍ତି । ଜିଲ୍ଲାର କପାଚାଷୀ ବଲାଙ୍ଗୀର କିମ୍ବା ବରଗଡ଼ ଜିଲ୍ଲାକୁ ନେଇ କପା ବିକ୍ରି କରୁଛନ୍ତି । ଅନେକ ଗରିବ ଚାଷୀ ଯାତାୟାତ ଖର୍ଚ୍ଚ କରିନପାରି ବାଧ୍ୟ ହୋଇ ଦଲାଲକୁ କମ ଦରରେ କପା ବିକ୍ରି କରୁଛନ୍ତି । ବିଭାଗୀୟ ଉଦାସୀନତା ଯୋଗୁଁ ଚାଷୀଙ୍କ ଏଭଳି ଅବସ୍ଥା ହେଉଥିବା ଅଭିଯୋଗ ହୋଇଛି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Dec 28, 2020, 11:38 AM IST

ABOUT THE AUTHOR

...view details