ଓଡିଶା

odisha

ଆସିଲାନି ଆମ୍ବୁଲାନ୍ସ: ହସ୍ପିଟାଲ ବାରଣ୍ଡାରେ ମହିଳାଙ୍କ ପ୍ରସବ

By

Published : Oct 14, 2019, 5:02 PM IST

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା । ମେଡିକାଲରେ ଥିବା ସତ୍ତ୍ବେ ପ୍ରସବ ବେଦନା ସହି ନପାରି ବାରଣ୍ଡାରେ ପ୍ରସବ କଲେ ମହିଳା । ଅଧିକ ପଢ଼ନ୍ତୁ...

ଆମ୍ବୁଲାନ୍ସ ଆସିବାରେ ବିଳମ୍ବ, ସର୍ବସମ୍ମୁଖରେ ମହିଳାଙ୍କ ପ୍ରସବ

ଭଦ୍ରକ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖାଦେଇଛି ଅଭାବନୀୟ ଘଟଣା । ଆମ୍ବୁଲାନ୍ସକୁ ଅପେକ୍ଷା କରି ମେଡିକାଲ ବାରଣ୍ଡାରେ ପ୍ରସବ କଲେ ଜଣେ ପ୍ରସୂତୀ।

ଆମ୍ବୁଲାନ୍ସ ଆସିବାରେ ବିଳମ୍ବ, ସର୍ବସମ୍ମୁଖରେ ମହିଳାଙ୍କ ପ୍ରସବ

ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ତଳ ଦୁମୁକା ଗ୍ରାମର ରଞ୍ଜୁଲତା ଖିଲାର ଆଜି ପ୍ରସବ ବେଦନା ଯୋଗୁଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ହେଲେ ସେଠାରେ ତାଙ୍କର ସ୍ଥିତି ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରିବାକୁ କୁହାଯାଇଥିଲା । ଆମ୍ବୁଲାନ୍ସକୁ ଅପେକ୍ଷା କରି ସେ ମେଡିକାଲ ବାରଣ୍ଡାରେ ବସି ରହିଥିଲେ । କିନ୍ତୁ ଆମ୍ବୁଲାନ୍ସ ଆସିବାରେ ଅହେତୁକ ବିଳମ୍ବ ହୋଇଥିଲା ।

ରଞ୍ଜୁଲତାଙ୍କ ପ୍ରସବ ବେଦନା ଅଧିକ ହେବାରୁ ମେଡିକାଲ ବାରଣ୍ଡାରେ ସର୍ବସମ୍ମୁଖରେ ଦୁଇଟି ଶିଶୁ କନ୍ୟା ପ୍ରସବ କରିଥିଲେ। ପରେ ମା’ ଓ ଦୁଇ ଶିଶୁକନ୍ୟାଙ୍କୁ ପ୍ରସୂତି କକ୍ଷରେ ଭର୍ତ୍ତି କରାଯାଇଥିଲା । ଏନେଇ ମେଡିକାଲ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିବା ବେଳେ ଏହା ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ବୋଲି ଉପସ୍ଥିତ ଲୋକେ କହିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details