ଓଡିଶା

odisha

By

Published : Nov 21, 2019, 11:55 PM IST

ETV Bharat / state

ଅଙ୍ଗନବାଡି କେନ୍ଦ୍ର ପ୍ରତିଷ୍ଠାକୁ ନେଇ ହିଂସା

ବାସୁଦେବପୁର ପୌରପାଳିକାରେ ଅଙ୍ଗନବାଡି କେନ୍ଦ୍ର ପ୍ରତିଷ୍ଠାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ଭଦ୍ରକ

ଭଦ୍ରକ: ଅଙ୍ଗନବାଡି ନୂତନ ଘର ନିର୍ମାଣକୁ ବିରୋଧ । ଏହାକୁ ନେଇ ଭଙ୍ଗାରୁଜା କଲେ କିଛି ସ୍ଥାନୀୟ ଗ୍ରାମବାସୀ । ଏଭଳି ଅଭିଯୋଗ ଆସିଛି ବାସୁଦେବପୁର ପୌରପାଳିକା 14 ନମ୍ବର ୱାର୍ଡରେ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ଭଦ୍ରକ


ବାସୁଦେବପୁର ପୌରପାଳିକା ଅନ୍ତର୍ଗତ ଶୁକଦେବପୁରରେ ଥିବା ମୁସଲିମ ବସ୍ତି-1 ଅଙ୍ଗନବାଡି କେନ୍ଦ୍ରରେ ନିଜସ୍ବ ଘର ନଥିବାରୁ ଦୀର୍ଘ ଦିନ ଧରି ଗଛ ମୂଳରେ କୁନି ଶିଶୁମାନେ ପାଠ ପଢୁଥିଲେ । ଏହାକୁ ନେଇ ସ୍ଥାନୀୟ ଗ୍ରାମବାସୀ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପରେ ବର୍ତ୍ତମାନ ନୂତନ ଘର ତିଆରି ପାଇଁ ଆଦେଶ ଦିଆଯାଇଛି।

ନୂତନ ଘରଟି ସ୍ଥାନୀୟ ଖେଳ ପଡିଆ ମଝିରେ ନିର୍ମାଣ କରିବାକୁ ନେଇ ଗୋଟିଏ ଗୋଷ୍ଠୀ ଏହାକୁ ବିରୋଧ କରିବା ସହିତ ଭଙ୍ଗାରୁଜା କରିଛନ୍ତି । ଗ୍ରାମର ଆଉ ଏକ ଗୋଷ୍ଠୀ ଭଙ୍ଗାରୁଜାକୁ ବିରୋଧ କରିଛନ୍ତି। ସେଥିପାଇଁ କିଛି ସମୟ ଧରି ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଥିଲା। ତୁରନ୍ତ ନୂତନ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ସହ ଗୋଟିଏ ପାର୍ଶ୍ବରେ ନିର୍ମାଣ କରିବାକୁ ସ୍ଥାନୀୟ ଗ୍ରାମବାସୀ ଦାବି କରିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details