ଓଡିଶା

odisha

By

Published : Aug 15, 2020, 9:52 AM IST

ETV Bharat / state

ଭଦ୍ରକରେ ଅଧିକ ଆଣ୍ଟିଜେନ ଟେଷ୍ଟ କରାଯିବ: ଜିଲ୍ଲାପାଳ

ଅଗଷ୍ଟ 31 ତାରିଖ ଯାଏଁ ଭଦ୍ରକ ଜିଲ୍ଲାରେ ଅନଲକ 3 ଜାରି ରହିବ । ଏହି ସମୟରେ ଆଣ୍ଟିଜେନ ଟେଷ୍ଟକୁ ଅଧିକ କ୍ରିୟାଶୀଳ କରିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

corona
ଭଦ୍ରକରେ ଅଧିକ ଆଣ୍ଟିଜେନ ଟେଷ୍ଟ କରାଯିବ

ଭଦ୍ରକ: ଅଗଷ୍ଟ 31 ତାରିଖ ଯାଏଁ ଭଦ୍ରକ ଜିଲ୍ଲାରେ ଅନଲକ 3 ଜାରି ରହିବ । ଏହି ସମୟରେ ଆଣ୍ଟିଜେନ ଟେଷ୍ଟକୁ ଅଧିକ କ୍ରିୟାଶୀଳ କରିବା ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ପ୍ରଥମେ 500 ପାଖାପାଖି ଆଣ୍ଟିଜେନ ଟେଷ୍ଟ ହେଉଥିବା ବେଳେ ବର୍ତ୍ତମାନ ଏହାକୁ 4 ଗୁଣ ବୃଦ୍ଧି କରାଯାଇ 2000ରୁ ଉର୍ଦ୍ଧ୍ବ ଆଣ୍ଟିଜେନ ଟେଷ୍ଟ କରାଯାଉଛି । ଆଗାମୀ ଦିନରେ ଏହା ଆହୁରି ବୃଦ୍ଧି କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଭଦ୍ରକରେ ଅଧିକ ଆଣ୍ଟିଜେନ ଟେଷ୍ଟ କରାଯିବ

ଆଣ୍ଟିଜେନ ଟେଷ୍ଟ ସଂଖ୍ୟା ବୃଦ୍ଧି କରାଯାଇ ଥିବାରୁ ପଜିଟିଭ ସଂଖ୍ୟା ବୃଦ୍ଧି ପାଇଛି । ତେଣୁ ଏଥିରେ ଭୟବିତ ହେବାର ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏଥିସହ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ବିଭିନ୍ନ ୱାର୍ଡ ଓ ପଞ୍ଚାୟତ ମାନଙ୍କରେ ସ୍ବାସ୍ଥ୍ୟ ସୁପରଭାଇଜର, ସ୍ବାସ୍ଥ୍ୟକର୍ମୀ, ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀ ମାନଙ୍କ ଦ୍ବାରା ଲୋକମାନଙ୍କ ସ୍ଵାସ୍ଥ୍ୟ ପରୀକ୍ଷା ଜାରି ରହିଛି।

ଅନ୍ୟ ପକ୍ଷରେ ଭଦ୍ରକ ପୌରାଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ସକାଳ 5ଟା ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଖୋଲା ରହିବା ନେଇ ଯେଉଁ କୋହଳ କରାଯାଇଥିଲା ତାହା ପରିବର୍ତ୍ତନ କରାଯାଇ ସକାଳ 5ଟା ଟାରୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଏହି କ୍ରମରେ ଧାମନଗର ଏନଏସିକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି । ଏଥିସହ ଧାମନଗର ଏନଏସି ଅଞ୍ଚଳରେ ଅଧିକ କୋରୋନା ଆକ୍ରାନ୍ତ ଚିହ୍ନଟ ହେବାରୁ ଧାମନଗର ଏନଏସି ଅଞ୍ଚଳକୁ 15 ତାରିଖ ଦିନ 11 ଟା ଠାରୁ 19 ତାରିଖ ସକାଳ 5 ଟା ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି ।

ଏଥିସହ ଚଳିତ ବର୍ଷ କୌଣସି ଅନୁଷ୍ଠାନ, ପ୍ରତିଷ୍ଠାନ କି ସାର୍ବଜନୀନ ଗଣେଶ ପୂଜା ଅନୁଷ୍ଠିତ ହେବନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ମୋଟାମୋଟି କୋରୋନା ସଂକ୍ରମଣ ଚେନ ରୋକିବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ସଚେତନତା ସୃଷ୍ଟି କରିବା ସହ ଅଧିକ ମାତ୍ରାରେ ଆଣ୍ଟିଜେନ ଟେଷ୍ଟ କରିବା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ତେବେ ବୃଦ୍ଧ, ବୃଦ୍ଧା, ଶିଶୁ ଓ ଗର୍ଭବତୀ ମହିଳାଙ୍କ ବ୍ୟତୀତ ଯୁବ ଗୋଷ୍ଠୀ ମାନେ ମଧ୍ୟ କୋରୋନା ସଂକ୍ରମଣ ନେଇ ସଚେତନ ହେବା ଆବଶ୍ୟକ ବୋଲି ଜିଲ୍ଲାପାଳ କହିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details