ଓଡିଶା

odisha

By

Published : Dec 3, 2019, 9:47 PM IST

ETV Bharat / state

ଚୋରି ଅଭିଯୋଗରେ ଷ୍ଟେସନ ମାଷ୍ଟର ଗିରଫ

ଷ୍ଟେସନ ମାଷ୍ଟର ଓ ଟ୍ରେନ ପୋଟରଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଜଣେ ଲୋକ ମିଶି ଟ୍ରେନରେ ଆସୁଥିବା ଦାମିଦାମି ଜିନିଷକୁ ଚୋରି କରୁଥିବା ଅଭିଯୋଗରେ ଗିରଫ ।

station master
ଫଟୋ ସୌଜନ୍ୟ: ସମ୍ବାଦଦାତା, ଇଟିଭି ଭାରତ

ଭଦ୍ରକ: ଜିଲ୍ଲାର ମଞୁରୀରୋଡ ଷ୍ଟେସନର ଷ୍ଟେସନ ମାଷ୍ଟରଙ୍କ ସମେତ ଆଉ ଦୁଇଜଣ ରେଳ କର୍ମଚାରୀ ଗିରଫ । ପ୍ରତିଦିନ ଟ୍ରେନରେ ଆସୁଥିବା ପାର୍ସଲ ଵଗିରୁ ଚୋରି କରୁଥିବା ଅଭିଯୋଗରେ ଏମାନଙ୍କୁ ଗିରଫ କରିଛି ରେଳବାଇ ପୋଲିସ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଇଟିଭି ଭାରତ

ସୂଚନା ମୁତାବକ, ଷ୍ଟେସନ ମାଷ୍ଟର ଓ ଟ୍ରେନ ପୋଟରଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଜଣେ ଲୋକ ମିଶି ଟ୍ରେନରେ ଆସୁଥିବା ଦାମିଦାମି ଜିନିଷକୁ ପ୍ରତିଦିନ ଚୋରୀ କରୁଥିବା ଜଣାପଡ଼ିଛି । ରେଳବାଇ ପୋଲିସ ଏନେଇ ସୂଚନାପାଇ ଏମାନଙ୍କୁ ଗିରଫ କରିଛି।

ଏହି ତିନି ଜଣ ରୀତିମତ ଚୋରି କରୁଥିବା ଅଭିଯୋଗ ବହୁ ପୂର୍ବରୁ ଆସିଥିଲା । ଘଟଣାରେ ସାମସମ ବିଶ୍ବାଳ, ଷ୍ଟେସନ ମାଷ୍ଟର କୁତବର୍ମନ ଓଝା, ସ୍ଥାନୀୟ ଅଞ୍ଚଳର ସନ୍ତୋଷ ସେନାପତିକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।


ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details