ଓଡିଶା

odisha

By

Published : Oct 7, 2021, 10:23 PM IST

ETV Bharat / state

ଅଗ୍ନିକାଣ୍ଡରେ ୬ ବଖରା ଘର ଭସ୍ମୀଭୂତ: ଗୋଟିଏ ଗୋରୁ ଜୀବନ୍ତ ଦଗ୍ଧ

ଭଦ୍ରକର ପରସିଙ୍ଗା ପଞ୍ଚାୟତ ମହାନ୍ତି ସାହିରେ ଅଗ୍ନିକାଣ୍ଡ । ପ୍ରେମଲତା ମହାନ୍ତି ଓ ଉର୍ମିଳା ମହାନ୍ତିଙ୍କ ୨ଟି ପରିବାରର ୬ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଅଧିକ ପଢନ୍ତୁ...

ଅଗ୍ନିକାଣ୍ଡରେ ୬ ବଖରା ଘର ଭସ୍ମୀଭୂତ: ଗୋଟିଏ ଗୋରୁ ଜୀବନ୍ତ ଦଗ୍ଧ
ଅଗ୍ନିକାଣ୍ଡରେ ୬ ବଖରା ଘର ଭସ୍ମୀଭୂତ: ଗୋଟିଏ ଗୋରୁ ଜୀବନ୍ତ ଦଗ୍ଧ

ଭଦ୍ରକ: ଭଦ୍ରକର ପରସିଙ୍ଗା ପଞ୍ଚାୟତ ମହାନ୍ତି ସାହିରେ ଅଗ୍ନିକାଣ୍ଡ । ପ୍ରେମଲତା ମହାନ୍ତି ଓ ଉର୍ମିଳା ମହାନ୍ତିଙ୍କ ୨ଟି ପରିବାରର ୬ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଗୋଟିଏ ଗୋରୁ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ତିନୋଟି ଗୋରୁ ଆହତ ହୋଇଥିବା ସୂଚନା ମିଳିଛି ।

ଅଗ୍ନିକାଣ୍ଡରେ ୬ ବଖରା ଘର ଭସ୍ମୀଭୂତ: ଗୋଟିଏ ଗୋରୁ ଜୀବନ୍ତ ଦଗ୍ଧ

ଘରେ ଥିବା ଗୃହପାଳିତ ପଶୁଙ୍କ ମଧ୍ୟରେ ୩ଟି ଗୋରୁ ଗୁରୁତର ହେବା ସହ ଗୋଟିଏ ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛି । ଏହି ଖବର ପାଇବା ପରେ ସ୍ଥାନୀୟ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛିି। ଏହି ଅଗ୍ନିକାଣ୍ଡରେ ୨ଟି ପରିବାରର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ନେଇ ସୂଚନା ମିଳିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details