ଓଡିଶା

odisha

By

Published : Jun 26, 2022, 7:30 PM IST

ETV Bharat / state

ଭଦ୍ରକ ଜିଲ୍ଲା ଗସ୍ତରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ

ଭଦ୍ରକରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ପ୍ରଧାନଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ନେଇ ଆୟୋଜିତ ସମ୍ମିଳନୀରେ ଯୋଗ ଦେଇଥିଲେ ମନ୍ତ୍ରୀ । ଅଧିକ ପଢ଼ନ୍ତୁ

ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଭଦ୍ରକ ଜିଲ୍ଲା ଗସ୍ତ
ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଭଦ୍ରକ ଜିଲ୍ଲା ଗସ୍ତ

ଭଦ୍ରକ:ଭଦ୍ରକ ସହିଦ ସ୍ମୃତି ଭବନରେ ଜିଲ୍ଲାର ଥିବା ଉଚ୍ଚ ବିଦ୍ୟାଳୟମାନଙ୍କର ପ୍ରଧାନଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଯୋଗ ଦେଇଥିଲେ। ସମ୍ମିଳନୀରେ ବ୍ଲକ ଗ୍ରାଣ୍ଟ ହାଇସ୍କୁଲ ଗୁଡିକର ବର୍ଗୀକରଣ କରାଯାଇ ନ୍ୟୁ ଆଡେଡ ସ୍କୁଲକୁ ରୂପାନ୍ତରିତ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ ।

ଏଥିସହ 5T ରୂପାନ୍ତରିତ ସ୍କୁଲ ଯୋଜନାରେ ଏହି ନ୍ୟୁ ଆଡ଼େଡ ସ୍କୁଲକୁ ମଧ୍ଯ ଅନ୍ତର୍ଭୁକ୍ତ କରାଯାଇଛି । ହେଲେ ଏହି ନ୍ୟୁ ଆଡ଼େଡ ସ୍କୁଲ ମାନଙ୍କରେ ଶିକ୍ଷକ ଅବସର ଗ୍ରହଣ କରିବା ପରେ ସେଠାରେ ପୁନଃ ନିଯୁକ୍ତି ବ୍ଯବସ୍ଥା ନଥିବା ବେଳେ ସେଠାରେ ଅତିଥି ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ । ଜିଲ୍ଲାରେ ଥିବା ବିଭିନ୍ନ ବିଦ୍ୟାଳୟରେ ଖାଲି ପଡିଥିବା ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀ ସହ ଅନ୍ୟାନ୍ୟ ପଦବୀ ବହୁ ଶୀଘ୍ର ପୂରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ତ୍ଵରିତ ପଦକ୍ଷେପ ଗ୍ରହଣ କରାଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି । ଶିକ୍ଷାର ମାନବୃଦ୍ଧି ନିମନ୍ତେ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପରେ ଯିଏ ଅନ୍ତରାୟ ସୃଷ୍ଟି କରିବ, ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ।

ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଭଦ୍ରକ ଜିଲ୍ଲା ଗସ୍ତ

5T ରୂପାନ୍ତରିତ ଯୋଜନାରେ ଖୁବଶୀଘ୍ର ତୃତୀୟ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ ହେବ ବୋଲି କହିବା ସହ ସରକାରଙ୍କ ଏହି ପଦକ୍ଷେପ ଫଳରେ ରାଜ୍ୟରେ ଶିକ୍ଷାର ମାନବୃଦ୍ଧି ହୋଇଛି ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସ । ଏହି ଜିଲ୍ଲାସ୍ତରୀୟ ସମ୍ମିଳନୀରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସମେତ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଫୁଲ୍ଲ ସାମଲ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ବେମୋକେଶ ରାୟ, ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ସମେତ ରାଜ୍ୟ ଶିକ୍ଷା ବିଭାଗର ଅଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଲକ ଶିକ୍ଷାଧିକାରୀ ମାନେ ଯୋଗ ଦେଇଥିଲେ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details