ଓଡିଶା

odisha

By

Published : Apr 18, 2021, 8:41 PM IST

ETV Bharat / state

ଭଦ୍ରକରେ କୋରୋନା ସ୍ଥିତି ସାଂଘାତିକ, ଜୋରଦାର ହେଉଛି ସର୍ଭିଲାନ୍ସ

ଆଜି ଭଦ୍ରକ ଜିଲ୍ଲାରେ ସଂକ୍ରମଣ ବୃଦ୍ଧିରେ କିଛିଟା ବ୍ରେକ ଲାଗିଛି । ଖବର ଅନୁଯାୟୀ ଭଦ୍ରକ, ବାସୁଦେବପୁର, ଧାମନଗର ଓ ଚାନ୍ଦବାଲି ସହରାଞ୍ଚଳରେ ରାତି 9ରୁ ସକାଳ 5 ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ । ଅଧିକ ପଢନ୍ତୁ...

ଜିଲ୍ଲାରେ କୋରନା ସ୍ଥିତି ସାଂଘାତିକ, ଜୋରଦାର ହେଉଛି ସର୍ଭିଲାନ୍ସ
ଜିଲ୍ଲାରେ କୋରନା ସ୍ଥିତି ସାଂଘାତିକ, ଜୋରଦାର ହେଉଛି ସର୍ଭିଲାନ୍ସ

ଭଦ୍ରକ: ଆଜି ଭଦ୍ରକ ଜିଲ୍ଲାରେ ସଂକ୍ରମଣ ବୃଦ୍ଧିରେ କିଛିଟା ବ୍ରେକ ଲାଗିଛି । ଜିଲ୍ଲାରେ ଗତକାଲି 51 କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି 27 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 7929 ହୋଇଛି । ଏମାନଙ୍କ ମଧ୍ୟରୁ 7568 ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ପକ୍ଷରେ ଗତକାଲି ଠାରୁ ରାଜ୍ୟ ସରକାର ଜାରି କରିଛନ୍ତି ନାଇଟ କର୍ଫ୍ୟୁ ।

ଜିଲ୍ଲାରେ କୋରନା ସ୍ଥିତି ସାଂଘାତିକ, ଜୋରଦାର ହେଉଛି ସର୍ଭିଲାନ୍ସ

ଏନେଇ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଛି । ଖବର ଅନୁଯାୟୀ ଭଦ୍ରକ ଜିଲ୍ଲାର ଭଦ୍ରର, ବାସୁଦେବପୁର, ଧାମନଗର ଓ ଚାନ୍ଦବାଲି ସହରାଞ୍ଚଳରେ ରାତି 9ରୁ ସକାଳ 5 ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହିବ । ଯାହାକି ଚଳିତ ମାସ 30 ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା କାର୍ଯ୍ୟକାରୀ ହେବ ବୋଲି ଭଦ୍ରକ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଭଦ୍ରକ ସହରାଞ୍ଚଳକୁ ଲାଗି ରହିଥିବା ରାନ୍ଦିଆ, ସମରାଇପୁର, ଏରେଇଁ ପଞ୍ଚାୟତ ଗୁଡିକରେ ମଧ୍ୟ କଟକଣା ଜାରି ରହିବ ।

କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଅଞ୍ଚଳରେ ସର୍ଭିଲାନ୍ସ ଜୋରଦାର ହେଉଛି । ଦୋକାନ ବଜାରରେ କରୋନା ନିୟମ ନମାନିଲେ ଦୋକାନୀ ଦାୟୀ ରହିବେ । ତାସହ ଏନଫୋର୍ସମେଣ୍ଟ ଟିମ ଗୁଡିକ କାର୍ଯ୍ୟ କରିିବ । ରାଜ୍ୟ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଇଥିବା ଟିକା ସରିଯାଇଛି ଓ ଅଧିକ ଟିକା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details