ଓଡିଶା

odisha

ଲାଞ୍ଚ ନେବା ଅଭିଯୋଗରେ ବନ୍ଧା ହେଲେ ଅଗ୍ନିଶମ ବିଭାଗର ଅଧିକାରୀ

By

Published : Sep 10, 2020, 5:08 PM IST

12 ହଜାର ଲାଞ୍ଚ ନେବା ମହଙ୍ଗା ପଡିଲା ଅଗ୍ନିଶମ ଅଧିକାରୀଙ୍କୁ । ଭିଜିଲାନ୍ସ ହାତରେ ଧରାପଡିଲେ ବରଗଡ ଅଗ୍ନିଶମ ବିଭାଗ ଆସିଷ୍ଟାଣ୍ଡ ଫାୟାର ଅଫିସର ପ୍ରଶାନ୍ତ କୁମାର ମହାପାତ୍ର । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ବନ୍ଧା ହେଲେ ଅଗ୍ନିଶମ ବିଭାଗର ଅଧିକାରୀ
ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ବନ୍ଧା ହେଲେ ଅଗ୍ନିଶମ ବିଭାଗର ଅଧିକାରୀ

ବରଗଡ଼: ଲାଞ୍ଚ ନେବା ମହଙ୍ଗା ପଡିଲା ଅଗ୍ନିଶମ ଅଧିକାରୀଙ୍କୁ । ମାତ୍ର 12 ହଜାର ଟଙ୍କା ଲାଞ୍ଚ ନେଲାବେଳେ ସମ୍ବଲପୁର ଭିଜିଲାନ୍ସ ଡିଭିଜନ ହାତରେ ଧରାପଡିଲେ। ସେ ହେଉଛନ୍ତି ବରଗଡ ଅଗ୍ନିଶମ ବିଭାଗ ଆସିଷ୍ଟାଣ୍ଡ ଫାୟାର ଅଫିସର ପ୍ରଶାନ୍ତ କୁମାର ମହାପାତ୍ର । ପେଟ୍ରୋଲ ପମ୍ପ ପାଇଁ ଫାୟାର ସେଫଟି ସାର୍ଟିଫିକେଟ ଦେବା ପାଇଁ ସେ ଏହି ଲାଞ୍ଚ ମାଗିଥିଲେ ।

ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ବନ୍ଧା ହେଲେ ଅଗ୍ନିଶମ ବିଭାଗର ଅଧିକାରୀ

ଭେଡେନ ବ୍ଲକ କଦଳିପାଲିସ୍ଥିତ ଜୟ ହନୁମାନ ପେଟ୍ରୋଲ ପମ୍ପର ଫାୟାର ସେଫଟି ସାର୍ଟିଫିକେଟ ଦେବା ପାଇଁ ହୃଷିକେଶ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ 12000 ଟଙ୍କା ଲାଞ୍ଚ ଦାବି କରିଥିଲେ ଅଧିକାରୀ ଜଣକ ।

ତେବେ ଅଭିଯୋଗ କ୍ରମେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଭିଜିଲାନ୍ସ ବିଭାଗ ପକ୍ଷରୁ ଲାଞ୍ଚ ନେଉଥିବା ସମୟରେ ଚଢାଉ କରାଯାଇଥିଲା ଏବଂ 12 ହଜାର ଟଙ୍କା ନେଉଥିବା ସମୟରେ ଟଙ୍କା ସହ ଅଭିଯୁକ୍ତକୁ ଗିରଫ କରାଯାଇଛି । ଏନେଇ ଏକ ମାମଲା ମଧ୍ୟ ରୁଜୁ ହୋଇଥିବା ବେଳେ ସମ୍ପୃକ୍ତ ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରାଯାଉଥିବା ବରଗଡ଼ ଭିଜିଲାନ୍ସ DSP ପରମେଶ୍ବର କିଷାନ କହିଛନ୍ତି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details