ଓଡିଶା

odisha

ETV Bharat / state

ଆସୁଛି ପଞ୍ଚାୟତ ନିର୍ବାଚନ: ସ୍ଥାନ ସଂରକ୍ଷଣ ନଥିବାରୁ ପ୍ରତିବାଦ - ଆଦିବାସୀ ସଂଗଠନର ବିକ୍ଷୋଭ

ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ନିର୍ବାଚନ ପାଇଁ ବରଗଡରେ ଗୋଟିଏ ବି ଆସନ ଆଦିବାସୀଙ୍କ ପାଇଁ ସଂରକ୍ଷଣ କରାଯାଇ ନଥିବାରୁ ପ୍ରତିବାଦ କରାଯାଇଛି । ଅଧିକ ପଢନ୍ତୁ

ଆସୁଛି ପଞ୍ଚାୟତ ନିର୍ବାଚନ : ସ୍ଥାନ ସଂରକ୍ଷଣ ନ ଥିବାରୁ ପ୍ରତିବାଦ
ଆସୁଛି ପଞ୍ଚାୟତ ନିର୍ବାଚନ : ସ୍ଥାନ ସଂରକ୍ଷଣ ନ ଥିବାରୁ ପ୍ରତିବାଦ

By

Published : Jan 3, 2022, 10:32 PM IST

ବରଗଡ :ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ନିର୍ବାଚନ ପାଇଁ ବରଗଡରେ ଗୋଟିଏ ବି ଆସନ ଆଦିବାସୀଙ୍କ ପାଇଁ ସଂରକ୍ଷଣ କରାଯାଇ ନଥିବାରୁ ପ୍ରତିବାଦ କରାଯାଇଛି । ଏନେଇ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ଦାବିପତ୍ର ପ୍ରଦାନ କରିଛି ଜିଲ୍ଲା ଆଦିବାସୀ ସଙ୍ଗଠନ । ଓଡିଶା ଗ୍ରାମ ପଞ୍ଚାୟତ ଆଇନ ଅନୁଯାୟୀ ଜିଲ୍ଲା ଓ ବ୍ଲକରେ ରହିଥିବା ଆଦିବାସୀଙ୍କ ଜନସଂଖ୍ୟାକୁ ଭିତ୍ତି କରି ସ୍ଥାନ ସଂରକ୍ଷଣ କରାଯାଇଥିଲା ।

ଆସୁଛି ପଞ୍ଚାୟତ ନିର୍ବାଚନ : ସ୍ଥାନ ସଂରକ୍ଷଣ ନ ଥିବାରୁ ପ୍ରତିବାଦ

ଯାହା ଫଳରେ ଆଦିବାସୀମାନେ ଉପଯୁକ୍ତ ସ୍ଥାନ ସଂରକ୍ଷଣ ପାଇଥିଲେ । ମାତ୍ର 2021 ଡିସେମ୍ବରରେରେ ପ୍ରକାଶ ପାଇଥିବା ସଂଶୋଧିତ ତାଲିକାର ବିଜ୍ଞପ୍ତି ଅନୁଯାୟୀ ଜିଲ୍ଲାରେ ଗୋଟେ ମଧ୍ୟ ଆଦିବାସୀଙ୍କ ପାଇଁ ସଂରକ୍ଷଣ ରଖା ଯାଇନଥିବା ଅଭିଯୋଗ ହୋଇଛି।

ତେବେ ସାମ୍ବିଧାନିକ ଅଧିକାରରୁ ଆଦିବାସୀମାନେ ବଞ୍ଚିତ ହୋଇଥିବାରୁ ଆଦିବାସୀଙ୍କ ସ୍ଥାନ ସଂରକ୍ଷଣ ସୁବିଧା ଦିଆଯାଇ ଆଗାମୀ ପଞ୍ଚାଯତ ନିର୍ବାଚନ କରାଯାଉ ବୋଲି ଦାବି ହୋଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details