ଓଡିଶା

odisha

By

Published : Mar 24, 2020, 10:52 PM IST

Updated : Mar 24, 2020, 11:28 PM IST

ETV Bharat / state

ଲକଡାଉନରେ ବି ଗରିବଙ୍କ ଠୁ ଅର୍ଥ ଆଦାୟ କରୁଛି ମାଇକ୍ରୋ ଫାଇନାନ୍ସ କମ୍ପାନୀ

ସାରାଦେଶ ଲକଡାଉନ ଘୋଷଣା ହୋଇଛି । ଏପରି ସ୍ଥିତିରେ ମାଇକ୍ରୋ ଫାଇନାନ୍ସ କମ୍ପାନୀ ଗରିବଙ୍କ ଠାରୁ ଟଙ୍କା ଆଦାୟ କରୁଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଲକଡାଉନରେ ବି ଗରିବଙ୍କଠାରୁ ଅର୍ଥ ବସୁଲି କରୁଛି ମାଇକ୍ରୋ ଫାଇନାନ୍ସ କମ୍ପାନୀ
ଲକଡାଉନରେ ବି ଗରିବଙ୍କଠାରୁ ଅର୍ଥ ବସୁଲି କରୁଛି ମାଇକ୍ରୋ ଫାଇନାନ୍ସ କମ୍ପାନୀ

ବରଗଡ଼: କୋରୋନା ମହାମାରୀ ଯୋଗୁଁ ସାରା ଓଡିଶା ହୋଇସାରିଛି ଲକଡାଉନ । ଲୋକଙ୍କୁ ସତର୍କ ରବିବା ପାଇଁ ସରକାର ବାରମ୍ବାର ସଚେତନ କରାଉଛନ୍ତି ଏବଂ ନିଜ ନିଜ ଘରୁ ବାହାରକୁ ବାହାରିବା ପାଇଁ କୁହାଯାଉଛି । ସରକାରଙ୍କ କଡା ନିୟମ ଯୋଗୁଁ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ସମସ୍ତ ପ୍ରକାରର ନିର୍ମାଣ କାମ ମଧ୍ୟ ବନ୍ଦ କରାଯାଇଛି ।

ଲକଡାଉନରେ ବି ଗରିବଙ୍କ ଠୁ ଅର୍ଥ ଆଦାୟ କରୁଛି ମାଇକ୍ରୋ ଫାଇନାନ୍ସ କମ୍ପାନୀ

ଏପରି ପରିସ୍ଥିତିରେ ବହୁ ଦିନ ମଜୁରିଆ ବିନା ରୋଜଗାରରେ କଷ୍ଟେ ମଷ୍ଟେ ଦିନ କାଟୁଥିବା ବେଳେ ବରଗଡ ସହରରେ ରହିଥିବା ମାଇକ୍ରୋ ଫାଇନେନ୍ସ କମ୍ପାନୀ ଗୁଡିକ ଗରିବ ଲୋକଙ୍କ ଠାରୁ ଅର୍ଥ ଆଦାୟ କରିବାରେ ଲାଗିପଡିଛନ୍ତି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଛି । ଅନ୍ୟପଟେ ବହୁ ସମାଜସେବୀ ଏହାକୁ ବିରୋଧ କରି ଅର୍ଥ ଆଦାୟକାରୀମାନଙ୍କୁ ପାନେ ଦେବା ପାଇଁ ଅଣ୍ଟାଭିଡିଛନ୍ତି ।


ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

Last Updated : Mar 24, 2020, 11:28 PM IST

ABOUT THE AUTHOR

...view details