ଓଡିଶା

odisha

By

Published : May 31, 2023, 12:31 PM IST

ETV Bharat / state

ଅଭିଯୋଗ ଶୁଣୁନି ପୋଲିସ, ଜୀବନ ହାରିବାକୁ ଧମକ ଦେଲେ ଯୁବକ

ପୋଲିସ ଅଭିଯୋଗ ନ ଶୁଣିବାରୁ ଆରକ୍ଷୀ ଅଧିକାରୀଙ୍କ ଦ୍ବାରସ୍ଥ ହେଲେ ଯୁବକ । ଅଧିକ ପଢନ୍ତୁ

threatened to commit suicide
threatened to commit suicide

threatened to commit suicide

ବରଗଡ:ବରଗଡ଼ ଟାଉନ ପୋଲିସ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଜଣେ ଯୁବକ । ଗତ ଦେଢ଼ ମାସ ହେଲା ସେ ଥାନାକୁ ଯାଇ ଅଭିଯୋଗ କରୁଥିଲେ ମଧ୍ୟ ପୋଲିସ ତାଙ୍କର ଅଭିଯୋଗକୁ ଗୁରୁତ୍ବ ଦେଉ ନଥିବାରୁ ଆତ୍ମହତ୍ୟା କରିବେ ଓ ଏହାର ଉତ୍ତରଦାୟୀ ବରଗଡ଼ ପୋଲିସ ହେବ । ଏପରି ଅଭିଯୋଗ ଆଣି ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇଛନ୍ତି ଯୁବକ ଜଣକ ।

ସୂଚନା ଅନୁସାରେ, ବରଗଡ଼ ଟାଉନ ଥାନା ଅଧିନସ୍ଥ ବରଡୋଲ ଗ୍ରାମର ମହେଶ ବାରିକ ସୋସିଆଲ ମିଡିଆରେ ତାଙ୍କ ନାମରେ କେହି ଜଣେ ଏକ ନକଲି ଫେସବୁକ ଆକାଉଣ୍ଟ ଖୋଲି ତାଙ୍କର ବିଭିନ୍ନ ଆପତ୍ତିଜନକ ଫଟୋ ଭାଇରାଲ କରୁଛନ୍ତି । ଏନେଇ ସେ ଗତ ଏପ୍ରିଲ ମାସ ୧୭ତାରିଖରେ ବରଗଡ଼ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଦୋଷୀକୁ ଧରିବା ସହିତ ନକଲି ଆଇଡିକୁ ବନ୍ଦ କରିବା ପାଇଁ ଥାନା ବାବୁଙ୍କୁ ଦରଖାସ୍ତ ମାଧ୍ୟମରେ ଅନୁରୋଧ କରିଥିଲେ । ମାତ୍ର ଆଜିକୁ ଦେଢ଼ ମାସ ବିତି ଯାଇଥିଲେ ସୁଦ୍ଧା ନା ନକଲି ଆଇଡି ବନ୍ଦ ହୋଇପାରିଲା ନା ପୋଲିସ କାହାକୁ ତଦନ୍ତ ପାଇଁ ଡାକିଛି । କେବଳ ଅଭିଯୋଗ କରିଥିବା ଯୁବକକୁ ଥଟ୍ଟା ମଜା କରି ଥାନାରୁ ଫେରାଇ ଦେଇଛନ୍ତି ।

ତେବେ ଉକ୍ତ ଘଟଣାକୁ ଦେଢ଼ ମାସ ବିତିଯାଇଥିଲେ ସୁଦ୍ଧା ପୋଲିସ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ସେ ନକଲି ଆଇଡିରେ ଦିନକୁ ଦିନ ଆହୁରି ଅନେକ ଆପତ୍ତିଜନକ ଫଟୋ ଭାଇରାଲ କରିବା ସହିତ ଅଭିଯୋଗକାରୀ ଯୁବକର ପରିବାର ବିଷୟରେ ବିଭିନ୍ନ ଅଶାଳୀନ ମନ୍ତବ୍ୟ ଦେଉଛି ନକଲି ଆକାଉଣ୍ଟଧାରୀ । ଯାହାକୁ ନେଇ ତାଙ୍କର ସହିତ ତାଙ୍କର ପରିବାରର ମାନସମ୍ମାନ ହାନି ହେଉଥିବାରୁ ସେ ଚରମ ନିଷ୍ପତ୍ତି ନେବାକୁ ଗତକାଲି(ମଙ୍ଗଳବାର) ବରଗଡ଼ ଏସ.ପି ପ୍ରହଲ୍ଲାଦ ମୀନାଙ୍କୁ ଅଭିଯୋଗ କରିଛନ୍ତି ।

ସାଧାରଣ ଜନତା ଓ ପୋଲିସ ମଧ୍ୟରେ ସୁସମ୍ପର୍କକୁ ନେଇ ସରକାରଙ୍କ ଅନେକ ଗୁଡିଏ ଯୋଜନା ରହିଥିବା ବେଳେ ବରଗଡ଼ ପୋଲିସର ସାଧାରଣ ଜନତା ପ୍ରତି ଏପରି ବ୍ୟବହାରକୁ ବୁଦ୍ଧିଜୀବୀ ମହଲରେ ଲୋକେ ନାପସନ୍ଦ କରିଛନ୍ତି । ଜଣେ ମହିଳାଙ୍କ କ୍ଷେତ୍ରରେ ଯଦି ଏପରି ସୋସିଆଲ ମିଡ଼ିଆରେ ଅଶ୍ଳୀଳ ଫଟୋ ଭାଇରାଲ ହୋଇଥାନ୍ତା ତେବେ କଣ ପୋଲିସ ଚୁପ ବସିଥାନ୍ତା ? ଜଣେ ଯୁବକଙ୍କ କଣ ମାନ ସମ୍ମାନ ନାହିଁ ? ପୁରୁଷଙ୍କ କ୍ଷେତ୍ରରେ ଏପରି ଅବହେଳାକୁ ନେଇ ବୁଦ୍ଧିଜୀବୀ ମହଲରେ ପୋଲିସର କାର୍ଯ୍ୟକଳାପକୁ ନିନ୍ଦା କରାଯାଇଛି ଏବଂ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଯାଇଛି l

ଇଟିଭି ଭାରତ, ବରଗଡ

ABOUT THE AUTHOR

...view details