ଓଡିଶା

odisha

By

Published : Dec 28, 2020, 10:41 PM IST

ETV Bharat / state

ଶହୀଦ କୋରୋନା ଯୋଦ୍ଧାଙ୍କ ପରିବାରକୁ 50 ଲକ୍ଷ ଟଙ୍କାର ଆର୍ଥିକ ସହାୟତା

ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅଧିନାରେ PEO ଭାବରେ କାର୍ଯ୍ୟରତ ଥିବା ଶହୀଦ କୋରୋନା ଯୋଦ୍ଧା ବିମ୍ବାଧର ଭୋଇଙ୍କ ପରିବାରକୁ 50 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛି । ଅଧିକ ପଢନ୍ତୁ..

ସହିଦ କୋରୋନା ଯୋଦ୍ଧାଙ୍କ ପରିବାରକୁ 50 ଲକ୍ଷ ଟଙ୍କାର ଆର୍ଥିକ ସହାୟତା
ସହିଦ କୋରୋନା ଯୋଦ୍ଧାଙ୍କ ପରିବାରକୁ 50 ଲକ୍ଷ ଟଙ୍କାର ଆର୍ଥିକ ସହାୟତା

ବରଗଡ: ଜିଲ୍ଲାରେ ଶହୀଦ ହୋଇଥିବା କୋରୋନା ଯୋଦ୍ଧାଙ୍କ ପରିବାରଙ୍କୁ ଆଜି ରାଜ୍ୟ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି । କୋରୋନା ଯୋଦ୍ଧା ଭାବରେ ଶହୀଦ ହୋଇଥିବା PEO ବିମ୍ବାଧର ଭୋଇ ଙ୍କ ସ୍ତ୍ରୀ ବେଳମତି ଭୋଇଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟଳୟଠାରେ 50 ଲକ୍ଷ ଟଙ୍କାର ଚେକ ପ୍ରଦାନ କରାଯାଇଛି ।

ଶହୀଦ କୋରୋନା ଯୋଦ୍ଧାଙ୍କ ପରିବାରକୁ 50 ଲକ୍ଷ ଟଙ୍କାର ଆର୍ଥିକ ସହାୟତା

ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅଧିନାରେ PEO ଭାବରେ କାର୍ଯ୍ୟରତ ଥିବା ବିମ୍ବାଧର ଭୋଇ ମହାମାରୀ ସମୟରେ ଜନସେବା କରୁ କରୁ ନିଜେ ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଏଥିରେ ଗତ ଅଗଷ୍ଟ ମାସ 23 ତାରିଖରେ ସେ ଗୁରୁତର ହୋଇ ବରଗଡ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । କିନ୍ତୁ ଗତ 24 ତାରିଖରେ କୋରୋନାରେ ତାଙ୍କର ମୃତ୍ୟୁ ହୋଇଛି | ରାଜ୍ୟ ସରକାରଙ୍କ ତରଫରୁ ତାଙ୍କ ସ୍ତ୍ରୀ ବେଳମତି ଭୋଇଙ୍କୁ 50 ଲକ୍ଷ ଟଙ୍କାର ଏକ ଚେକ ବରଗଡ ଅତିରିକ୍ତ ଜିଲ୍ଲାପାଳ ପ୍ରଦାନ କରିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details