ଓଡିଶା

odisha

By

Published : Sep 21, 2019, 6:32 AM IST

ETV Bharat / state

ଆର୍ଥିକ ମାନ୍ଦାବସ୍ଥା; ଚିନ୍ତାରେ କୃଷି ଓ ବୁଣାକାର

ଦେଶର ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ବରଗଡ ଜିଲ୍ଲାର କୃଷି ଓ ବୁଣାକାର ମାନଙ୍କ ଉପରେ ମଧ୍ୟ ସମାନ୍ତରାଳ ଭାବରେ ପଡିଥିବା ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: ଦେଶର ଆର୍ଥିକ ସ୍ଥିତି ଏବେ ସଙ୍କଟ ଦେଇ ଗତି କରୁଛି । ସୃଷ୍ଟି ହୋଇଥିବା ମାନ୍ଦାବସ୍ଥାର ସିଧାସଳଖ ପ୍ରଭାବ ଶିଳ୍ପ ଅନୁଷ୍ଠାନ ଓ କଳକାରଖାନା ଉପରେ ପଡିଛି । ତେବେ ଏହି ପ୍ରଭାବ ଓଡିଶାର ଭାତହାଣ୍ଡି ବରଗଡ ଜିଲ୍ଲାର କୃଷି ଓ ବୁଣାକାର ମାନଙ୍କ ଉପରେ ଉପରେ ମଧ୍ୟ ସମାନ୍ତରାଳ ଭାବରେ ପଡିଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ ଜିଲ୍ଲାରେ ମୁଖ୍ୟତଃ ୭୦ % ଲୋକେ ପରିବାର ପୋଷଣ ପାଇଁ ଚାଷକାମ ଉପରେ ନିର୍ଭର କରନ୍ତି । ଏହା ସହିତ ହଜାର ହଜାର ବସ୍ତ୍ର ବୁଣାକାର ଲୁଗାବୁଣି ନିଜ ଗୁଜୁରାଣ ମେଣ୍ଟାନ୍ତି । କିନ୍ତୁ ଦେଶର ଆର୍ଥିକ ମାନ୍ଦାବସ୍ଥା ସେମାନଙ୍କ ଭାତ ହାଣ୍ଡିରେ ଲାତ ମାରିଛି । ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ଲୁଗାବୁଣାର କଞ୍ଚାମାଲର ଦର ବୃଦ୍ଧି ପାଇଛି । ଫଳରେ ଲୁଗାଦାମ ମଧ୍ୟ ବୃଦ୍ଧି କରିବାକୁ ବାଧ୍ୟ ହେଉଛନ୍ତି ସେମାନେ । ସେପଟେ ଆକାଶ ଛୁଆଁ ଲୁଗା ଦର କିଣିବାକୁ ନାରାଜ ହେଉଛନ୍ତି ସାଧାରଣ ଲୋକେ । ତେବେ ଲୁଗା ବିକ୍ରି ମାନ୍ଦା ହୋଇଯାଇଥିବାରୁ ଦୋକାନ ମାଲିକ ମାନେ ଆଉ ଲୁଗା ବୁଣିବାକୁ ଦେଉନାହାନ୍ତି |

ସେପଟେ କୃଷି କ୍ଷେତ୍ରରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି । ଦର ବୃଦ୍ଧି ଯୋଗୁଁ ସାର, କୀଟନାଶକ ଓ ବିଭିନ୍ନ ଚାଷ ଉପକରଣ ଜନ୍ତ୍ରପାତି ସହଜରେ ମିଳିପାରୁନାହିଁ | କୃଷି ଜାତୀୟ ଉପକରଣର ବଜାରରେ ଅଭାବ ଦେଖାଦେଇଛି | ଏପରି ସ୍ଥିତିରେ କେତେକ କଳାବଜାରୀ ଏବଂ ଠକ କମ୍ପାନୀ ମାନେ ଚାଷୀଙ୍କୁ ଲୁଟିବା ସହିତ ସେମାନଙ୍କର ଫାଇଦା ଉଠାଉଛନ୍ତି |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details