ଓଡିଶା

odisha

By

Published : May 12, 2020, 7:11 PM IST

ETV Bharat / state

ପୋଲିସର ଅତର୍କିତ ଚଢାଉ, ୧୦୦ ଲିଟର ଦେଶୀ ମଦ ଜବତ

ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ମେଳଛାମୁଣ୍ଡା ଥାନା ଅନ୍ତର୍ଗତ ପେଟୁପାଲି ଅଞ୍ଚଳରେ ଦେଶୀମଦ ରନ୍ଧା ହେଉଥିବାର ଖବରପାଇ ପୋଲିସ ଚଢାଉ କରି 100 ଲିଟର ଦେଶୀ ମଜ ଜବତ କରିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ପୋଲିସର ଅତର୍କିତ ଚଢାଉ, ୧୦୦ ଲିଟର ଦେଶୀ ମଦ ଜବତ
ପୋଲିସର ଅତର୍କିତ ଚଢାଉ, ୧୦୦ ଲିଟର ଦେଶୀ ମଦ ଜବତ

ବରଗଡ଼: ଲକଡାଉନ ସମୟରେ ବରଗଡ଼ ଜିଲ୍ଲାରେ ମଦ ଉପରେ ରୋକ ଲଗାଇଯାଇଥିବା ବେଳେ ଜିଲ୍ଲାରେ ମଦର ବନ୍ୟା ଛୁଟୁଛି । କେଉଁଠି ବେଆଇନ ଦେଶୀ ମଦ ବ୍ୟାପାର ଚାଲିଛି ତ ଆଉ କେଉଁଠାରେ ଚାଲିଛି ବେଦେଶୀ ମଦର ଆସର । ସମସ୍ତ ଢାବା ମାନଙ୍କରେ ବିଦେଶୀ ମଦର କଳାବଜାର ବଢିଚାଲିଛି । ତେବେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଲଗାତାର ଚାଲିଛି ମଦ ମାଫିଆଙ୍କ ଉପରେ ଚଢାଉ ।

ଆଜି ପଦ୍ମପୁର ଉପଖଣ୍ଡ ମେଳଛାମୁଣ୍ଡା ଥାନା ଅନ୍ତର୍ଗତ ପେଟୁପାଲି ଅଞ୍ଚଳରେ ଦେଶୀମଦ ରନ୍ଧା ହେଉଥିବାର ଖବରପାଇ ପଦ୍ମପୁର ଅତିରିକ୍ତ ତହସିଲଦାର ସରିତା ଗୁପ୍ତା ଓ ମେଲଛାମୁଣ୍ଡା ଆଇ .ଆଇ .ସି ସ୍ବପ୍ନାରାଣୀ ଗୋଛାୟତଙ୍କ ନେତୃତ୍ବରେ ଆଜି ସକାଳ ୧୦ ଟାରେ ଜଣେ ମଦ ମାଫିଆଙ୍କ ଘରେ ଅଯାନକ ଚଢାଉ କରିଥିଲେ । ଧନମତି ରାଉତିଆଙ୍କଘରେ ଚଢ଼ଉକରି ତାଙ୍କ ଘରୁ ୧୦୦ ଲିଟର ଦେଶୀ ରନ୍ଧାମଦ ଜବତ କରାଯାଇଛି । ଗାଁରେ ବ୍ୟାପକ ମଦ କାରବାର ଚାଲୁଥିବା ଅଭିଯୋଗ ହେବାପରେ ପୋଲିସ ଓ ଅତିରିକ୍ତ ତହସିଲଦାରଙ୍କ ଏହି ମିଳିତ ଚଢାଉ ହୋଇଥିଲା । ଲୋକଙ୍କ ହାତରେ ଖାଇବା ପାଇଁ ପଇସା ନଥିବା ବେଳେ ମଦ କାରବାର ଯୋଗୁଁ ଅପରାଧିକ ମମଲାକୁ ବଢାଇବାର ସମ୍ଭାବନା ରହିଛି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details