ଓଡିଶା

odisha

By

Published : Feb 14, 2021, 5:26 PM IST

ETV Bharat / state

ପିଲାଚୋର ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ଛେଚିଲେ ଲୋକେ

ପିଲାଚୋର ସନ୍ଦେହରେ ବାଲେଶ୍ବରରେ ଯୁବକଙ୍କୁ ନିସ୍ତୁକ ମାଡ । ପୋଲିସର ଜିମା ଦେଲେ ଉତ୍ୟକ୍ତ ଲୋକେ । ଅଧିକ ପଢନ୍ତୁ...

ପିଲାଚୋର ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ଛେଚିଲେ ଲୋକେ
ପିଲାଚୋର ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ଛେଚିଲେ ଲୋକେ

ବାଲେଶ୍ବର: ପିଲାଚୋର ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ମାଡ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବସ୍ତା ଥାନା କୁଡିଆ ଗ୍ରାମରେ । ଯୁବକଙ୍କୁ ନିର୍ଧୁମ୍ ପିଟିବା ସହ ଉତ୍ୟକ୍ତ ଲୋକେ ତାକୁ ପୋଲିସର ଜିମା ଦେଇଛନ୍ତି । ଅଭିଯୁକ୍ତଟି ଜିଲ୍ଲାର ବାଲିଆପାଳ ଥାନା ମାଣିକସିମୁଳିଆ ଗ୍ରାମର ବିଶ୍ବଜିତ ଜେନା ହୋଇଥିବା ଜଣାପଡିଛି ।

ପିଲାଚୋର ସନ୍ଦେହରେ ଯୁବକଙ୍କୁ ନିସ୍ତୁକ ଛେଚିଲେ ଲୋକେ

ସୂଚନାଯୋଗ୍ୟ, ଗାଁର ଏକ ବାହାଘର ଚାଲିଥିବାବେଳେ ପରିବାର ଲୋକଙ୍କ ବ୍ୟସ୍ତତା ଭିତରେ ଜଣେ ଯୁବକ ଦୁଇ ମହଲା ଛାତ ଦେଇ ଘର ଭିତରକୁ ପଶିବା ପାଇଁ ଚେଷ୍ଟା କରିଥିଲା । ପରିବାର ଲୋକେ ଯୁବକଙ୍କୁ ଦେଖି ପାଟି କରିବାରୁ ଗ୍ରାମବାସୀ ପିଲାଚୋର ସନ୍ଦେହରେ ଯୁବକଙ୍କୁ କାବୁ କରି ନିସ୍ତୁକ ଛେଚିଥିଲେ । ରବିବାର ସକାଳେ ଯୁବକଙ୍କୁ ପୋଲିସ ଜିମା ଦିଆଯାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details