ଓଡିଶା

odisha

ସ୍ୱାମୀ-ସ୍ତ୍ରୀଙ୍କୁ  ଅଧା ଲଣ୍ଡା କରି ସ୍ତ୍ରୀଙ୍କ ସହ ଅସାମାଜିକ ଯୁବକଙ୍କ ଦୁଷ୍କର୍ମ ଉଦ୍ୟମ

By

Published : Jul 30, 2020, 10:57 AM IST

Updated : Jul 30, 2020, 12:27 PM IST

ଅସାମାଜିକ ଯୁବକମାନେ ଜଣେ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀଙ୍କୁ ଅଧା ଲଣ୍ଡା କରିବା ସହ ଉକ୍ତ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ବଂଶୀ ଗ୍ରାମରେ।

କୁକୁଡା ଚୋରୀ ଘଟଣା ପ୍ରଘଟ ପରେ ଅସାମାଜିକ ଯୁବକ ସ୍ୱାମୀ ସ୍ତ୍ରୀଙ୍କୁ କଲେ ଅର୍ଦ୍ଧ ଲଣ୍ଡା
କୁକୁଡା ଚୋରୀ ଘଟଣା ପ୍ରଘଟ ପରେ ଅସାମାଜିକ ଯୁବକ ସ୍ୱାମୀ ସ୍ତ୍ରୀଙ୍କୁ କଲେ ଅର୍ଦ୍ଧ ଲଣ୍ଡା

ବାଲେଶ୍ବର: ଜିଲ୍ଲାରେ ଅଭାବନୀୟ ଘଟଣା । ଅସାମାଜିକ ଯୁବକମାନେ ଜଣେ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀଙ୍କୁ ଅର୍ଦ୍ଧ ଲଣ୍ଡା କରିବା ସହ ଉକ୍ତ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ବଂଶୀ ଗ୍ରାମରେ।

ସ୍ୱାମୀ-ସ୍ତ୍ରୀଙ୍କୁ ଅଧା ଲଣ୍ଡା କରି ସ୍ତ୍ରୀଙ୍କ ସହ ଅସାମାଜିକ ଯୁବକଙ୍କ ଦୁଷ୍କର୍ମ ଉଦ୍ୟମ

ସୂଚନାଥାଉକି, ଗାଁ ମୁଣ୍ଡରେ ବାଲିଆ ସିଂଙ୍କ ଘର ନିକଟରେ ଗ୍ରାମର କିଛି ଯୁବକ ପ୍ରତିଦିନ ରାତିରେ ଭୋଜି କରି ଖାଉଥିଲେ। ଯୁବକମାନେ ଗ୍ରାମରେ ଥିବା ଏକ କୁକୁଡ଼ା ଫାର୍ମରୁ କୁକୁଡ଼ା ଚୋରି କରି ଭୋଜି କରୁଥିଲେ। ସେହି ଫାର୍ମ ମାଲିକଙ୍କୁ ଯୁବକଙ୍କ ଭୋଜିଭାତ କଥା କହିଥିଲେ ବାଲିଆ ସିଂ। ଏହାକୁ ନେଇ ଯୁବକମାନେ ବାଲିଆଙ୍କୁ ମାଡ଼ ମାରିବା ସହ ଅଧା ଲଣ୍ଡା କରିଥିଲେ। ଏହାସହ ତାଙ୍କ ସ୍ତ୍ରୀଙ୍କର ମଧ୍ୟ ଚୁଟି କାଟି ତାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିଥିବା ସିମୁଳିଆ ଥାନାରେ ଅଭିଯୋଗ ହୋଇଛି।

ଅଭିଯୋଗ ଆଧାରରେ ସିମୁଳିଆ ପୋଲିସ 7 ଜଣ ଯୁବକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jul 30, 2020, 12:27 PM IST

ABOUT THE AUTHOR

...view details