ଓଡିଶା

odisha

By

Published : May 26, 2022, 11:42 AM IST

ETV Bharat / state

ବର୍ଦ୍ଧିତ ବେତନ ଦାବିରେ ଗର୍ଜିଲା ପ୍ରାଥମିକ ଶିକ୍ଷକ ସଂଘ

ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଯୋଗ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ବର୍ଦ୍ଧିତ ବେତନ ପ୍ରଦାନ ଦାବିରେ ସଦର ବିଇଓ ଅଫିସ ଆଗରେ ଧାରଣା । ଅଧିକ ପଢ଼ନ୍ତୁ

ବର୍ଦ୍ଧିତ ବେତନ ଦାବିରେ ପ୍ରାଥମିକ ଶିକ୍ଷକ ସଂଘର ବିକ୍ଷୋଭ
ବର୍ଦ୍ଧିତ ବେତନ ଦାବିରେ ପ୍ରାଥମିକ ଶିକ୍ଷକ ସଂଘର ବିକ୍ଷୋଭ

ବାଲେଶ୍ୱର: ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଯୋଗ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ବର୍ଦ୍ଧିତ ବେତନ ପ୍ରଦାନ ଦାବିରେ ସଦର ବିଇଓ ଅଫିସ ଆଗରେ ଧାରଣା ଦିଆଯାଇଛି । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଯେଉଁମାନେ ୩୦ବର୍ଷ ଚାକିରି କରିଛନ୍ତି ସେମାନଙ୍କୁ ସେମାନଙ୍କ ଚାକିରିର ୩୦ ବର୍ଷରେ ଏକ ବର୍ଦ୍ଧିତ ଦରମା ମିଳିବା କଥା । ବାଲେଶ୍ୱର ଜିଲ୍ଲାରେ ସମସ୍ତ ବିଇଓ ଅଫିସରେ ପ୍ରାଥମିକ ଶିକ୍ଷକମାନଙ୍କୁ ଏହି ବର୍ଦ୍ଧିତ ଦରମା ମିଳିସାରିଥିବା ବେଳେ ସଦର ବ୍ଲକ ଶିକ୍ଷା ପ୍ରଶାସନର ପ୍ରିୟାପ୍ରୀତି ପୋଷଣ ନୀତି ଯୋଗୁଁ ୨୦୧୬ ମସିହାରୁ ଏଥିପାଇଁ ଯୋଗ୍ୟ ଶିକ୍ଷକମାନଙ୍କୁ ଏଯାବତ ମିଳିନଥିବା ଅଭିଯୋଗ ହୋଇଛି ।

ବର୍ଦ୍ଧିତ ବେତନ ଦାବିରେ ପ୍ରାଥମିକ ଶିକ୍ଷକ ସଂଘର ବିକ୍ଷୋଭ

ଶିକ୍ଷକ ସଂଘ ତରଫରୁ ଏନେଇ ବିଇଓଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବ୍ଲକ ଶିକ୍ଷା ପ୍ରଶାସନ ଜାଣିଶୁଣି ଏ ଦିଗରେ ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି । ଏହି ବର୍ଦ୍ଧିତ ଦରମା ପାଇଁ ସଦର ବିଇଓ ଅଫିସରେ ୮୦ରୁ ଅଧିକ ଯୋଗ୍ୟ ଶିକ୍ଷକ ଥିବାବେଳେ ମାତ୍ର ୮ ଜଣ ଶିକ୍ଷକଙ୍କ ବେତନ ବୃଦ୍ଧି କରାଯାଇଛି । କାହିଁକି ୮୦ରୁ ୮ଜଣଙ୍କୁ ବର୍ଦ୍ଧିତ ଦରମା ପ୍ରଦାନ କରାଗଲା ସେନେଇ ବିଧିବଦ୍ଧ ଭାବେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details