ଓଡିଶା

odisha

By

Published : Nov 6, 2020, 12:07 PM IST

ETV Bharat / state

ବନ୍ଧୁକ ମୁନରେ ବ୍ୟାଙ୍କ କର୍ମଚାରୀଙ୍କଠୁ ଲୁଟ୍‌

ବନ୍ଧୁକ ଦେଖାଇ ମାଡ ମାରି ବ୍ୟାଙ୍କ କର୍ମଚାରୀଙ୍କ ଠାରୁ 37 ହଜାର ଟଙ୍କା ଲୁଟ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ...

ବନ୍ଧୁକ ଦେଖାଇ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଲୁଟ
ବନ୍ଧୁକ ଦେଖାଇ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଲୁଟ

ବାଲେଶ୍ବର: ସ୍ପଷ୍ଟ ଦିବାଲୋକରେ ବନ୍ଧୁକ ମୁନରେ ବ୍ୟାଙ୍କ କର୍ମଚାରୀଙ୍କୁ ଲୁଟ । ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରେ ଶୁକ୍ରବାର ସକାଳେ ଘଟିଛି ଏହି ଘଟଣା । ଜଣେ ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମାଡ ମାରି ତାଙ୍କ ଠାରୁ 37 ହଜାର ଟଙ୍କା ଲୁଟ କରାଯାଇଥିବା ଅଭିଯୋଗ ହୋଇଛି । ବ୍ୟକ୍ତି ଜଣକ ବନ୍ଧନ ବ୍ୟାଙ୍କର କର୍ମଚାରୀ ଅଟନ୍ତି ।

ବନ୍ଧୁକ ଦେଖାଇ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଲୁଟ

ସୂଚନା ଅନୁଯାୟୀ, କର୍ମଚାରୀ ଜଣକ ଯାଉଥିବା ସମୟରେ ନୀଳଗିରି ସେରଗଡ଼ 19 ନଂ ରାଜ୍ୟ ରାଜପଥର ଆମ୍ବଡିହା ଛକରେ କିଛି ଦୁର୍ବୃତ୍ତ ଏକ କଳା ପଲସରରେ ଆସିଥିଲେ । ତାଙ୍କୁ ବନ୍ଧୁକ ଦେଖାଇ ଧମକାଇବା ସହିତ ମାଡ ମାରିଥିଲେ ଏବଂ ତାଙ୍କ ପାଖରେ ଥିବା 37 ହଜାର ଟଙ୍କା ଲୁଟି ନେଇ ଯାଇଥିଲେ । ଏନେଇ କର୍ମଚାରୀ ଜଣକ ସେରଗଡ଼ ଫାଣ୍ଡିରେ ଅଭିଯୋଗ କରିଛନ୍ତି । ପୋଲିସ ଖୁବଶୀଘ୍ର ଦୁର୍ବୃତ୍ତଙ୍କୁ ଧରିବାକୁ ତଦନ୍ତ ଆରମ୍ଭ କରିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details