ଓଡିଶା

odisha

By

Published : Oct 31, 2020, 5:15 PM IST

ETV Bharat / state

ଝାଡଖଣ୍ଡ ହାତୀ ଉପଦ୍ରବରେ ନୀଳଗିରିରେ ଧାନ ଫସଲ ନଷ୍ଟ

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବାଲେଶ୍ବର ନୀଳଗିରି ଅଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ପାଚିଲା ଧାନ ଖାଇବା ଆଶାରେ କ୍ଷେତରେ ପଶି ବହୁ ଧାନ ଫସଲ ନଷ୍ଟ କରିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

Jharkhandi elephant destroys paddy crop in Nilgiri
ଝାଡଖଣ୍ଡି ହାତୀ ଉପଦ୍ରବରେ ନୀଳଗିରିରେ ଧାନ ଫସଲ ନଷ୍ଟ

ବାଲେଶ୍ଵର: ଜିଲ୍ଲାର ନୀଳଗିରି ଅଞ୍ଚଳରେ ଶନିବାର ହାତୀ ଆତଙ୍କ ଦେଖିବାକୁ ମିଳିଛି । ସ୍ଥାନୀୟ ଅଯୋଧ୍ୟା ପଞ୍ଚାୟତର ଗୋପାଳପୁର ଗ୍ରାମରେ ପାଚିଲା ଧାନ ଖାଇବା ଅନ୍ବେଷଣରେ ହାତୀ ପଶି ଧାନକ୍ଷେତ ନଷ୍ଟ କରିଥିବା ସୂଚନା ମିଳିଛି।

ଝାଡଖଣ୍ଡି ହାତୀ ଉପଦ୍ରବରେ ନୀଳଗିରିରେ ଧାନ ଫସଲ ନଷ୍ଟ

ମିଳିଥିବା ସୂଚନା ମୁତାବକ, ଜିଲ୍ଲାର ନୀଳଗିରି ଅଞ୍ଚଳରେ ଝାଡଖଣ୍ଡି ହାତୀ ଉପଦ୍ରବରେ ଅତିଷ୍ଠ ହୋଇପଡିଛନ୍ତି । ପାଚିଲା ଧାନ ଖାଇବା ଆଶାରେ ହାତୀଟି ଧାନକ୍ଷେତରେ ପଶିଥିବା ଲୋକମାନେ ସନ୍ଦେହ କରୁଛନ୍ତି । ହାତୀଟି ଧାନ ବିଲରେ ପଶି ବହୁ ଧାନ ଫସଲ ନଷ୍ଟ କରିଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ନୀଳଗିରି ବନବିଭାଗ ହାତୀମାନଙ୍କ ଗତିବିଧି ଉପରେ ନଜର ରଖିଥିବା ସୂଚନା ମିଳିଛି।

ତେବେ ପ୍ରତିବର୍ଷ ଧାନ ପାଚିବା ସମୟରେ ଜିଲ୍ଲାର ନୀଳଗିରି ଅଞ୍ଚଳରେ ଏହିଭଳି ହାତୀ ଉପଦ୍ରବ ଦେଖିବାକୁ ମିଳିଥାଏ । ଏହିପରି ଭାବରେ ପ୍ରତିବର୍ଷ ଚାଷୀମାନେ ହାତୀ ଉପଦ୍ରବର ଶିକାର ହୋଇ ଲକ୍ଷାଧିକ ଟଙ୍କାର କ୍ଷତି ସହୁଛନ୍ତି । ଏହାର ସ୍ଥାୟୀ ସମାଧାନ ପାଇଁ ସ୍ଥାନୀୟ ଲୋକମାନେ ଦାବି କରୁଥିବା ସୂଚନା ମିଳିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details