ଓଡିଶା

odisha

By

Published : Dec 25, 2021, 1:26 PM IST

ETV Bharat / state

କଟକଣା ଯୋଗୁଁ ଫିକା ଖ୍ରୀଷ୍ଟମାସ, ଖାଁ ଖାଁ ଚର୍ଚ୍ଚ

ଶାନ୍ତି ଐକ୍ୟ ଓ ପ୍ରେମର ବାର୍ତ୍ତା ନେଇ ଗତକାଲି ମଧ୍ୟରାତ୍ରିରେ ଧରାବତାରଣ କରିଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ । ହେଲେ କଟକଣା ଯୋଗୁଁ ବାତିଲ ହୋଇଛି ବାଲେଶ୍ବର ଚର୍ଚ୍ଚରେ ହେବାକୁ ଥିବା କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

କଟକଣା ଯୋଗୁଁ ଫିକା ପଡିଲା ଖ୍ରୀଷ୍ଟମାସ,  ଖାଁ ଖାଁ ଚର୍ଚ୍ଚ
କଟକଣା ଯୋଗୁଁ ଫିକା ପଡିଲା ଖ୍ରୀଷ୍ଟମାସ, ଖାଁ ଖାଁ ଚର୍ଚ୍ଚ

ବାଲେଶ୍ବର:ଆଜି ହେଉଛି ପବିତ୍ର ବଡ଼ଦିନ। ଶାନ୍ତି ଐକ୍ୟ ଓ ପ୍ରେମର ବାର୍ତ୍ତା ନେଇ ଗତକାଲି ମଧ୍ୟରାତ୍ରିରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ । ଏନେଇ ବାଲେଶ୍ଵର ସହରର ରୋମାନ କ୍ୟାଥଲିକ ଚର୍ଚ୍ଚ ସାଜସଜ୍ଜା କରାଯାଇଥିବା ବେଳେ ଲାଗୁ ହୋଇଥିବା କଟକଣା ଯୋଗୁଁ ଫିକା ପଡିଛି ଖ୍ରୀଷ୍ଟମାସ ।

କଟକଣା ଯୋଗୁଁ ଫିକା ପଡିଲା ଖ୍ରୀଷ୍ଟମାସ, ଖାଁ ଖାଁ ଚର୍ଚ୍ଚ

ଖ୍ରୀଷ୍ଟଧର୍ମାବଲମ୍ବୀ ମାନେ ସକାଳ ସମୟରେ ଚର୍ଚ୍ଚରେ କ୍ୟାଣ୍ଡେଲ ଜଳାଇ ପ୍ରାର୍ଥନା କରିଥିବାବେଳେ ପରେ ସନ୍ଧ୍ୟାରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ କଟକଣା ଯୋଗୁଁ ବାତିଲ କରାଯାଇଛି । ଖ୍ରୀଷ୍ଟିଆନ ମାନେ ଏକମାସ ପୂର୍ବରୁ ଆଧ୍ୟାତ୍ମିକ ପ୍ରାର୍ଥନା ଓ ଦିବ୍ୟଯଜ୍ଞବଳୀ ସମର୍ପଣ କରି ଖ୍ରୀଷ୍ଟମାସ ପାଳନ ପାଇଁ ଯେଉଁ ପ୍ରସ୍ତୁତି ଆରମ୍ଭ କରିଥାନ୍ତି ତାହା ବଡ଼ଦିନରେ ସମାପ୍ତ ହୋଇଥାଏ। ଏହି ଦିନରେ ପ୍ରଭୁ ଯୀଶୁଙ୍କ ନିକଟରେ ପ୍ରାର୍ଥନା କରିବା ସହ ପରସ୍ପରକୁ ଶୁଭେଚ୍ଛା ଜଣାଇଥାନ୍ତି ଖ୍ରୀଷ୍ଟଧର୍ମାବଲମ୍ବୀ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details