ଓଡିଶା

odisha

By

Published : Dec 15, 2022, 9:31 AM IST

ETV Bharat / state

7 ଦଫା ଦାବି ନେଇ ଆଶାକର୍ମୀଙ୍କ ଜେଲ ଭରୋ ଆନ୍ଦୋଳନ

ପୁଣି ଗର୍ଜିଲା ଓଡିଶା ରାଜ୍ୟ ଆଶାକର୍ମୀ ସଂଘ । ଗତକାଲି ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟ ଆଶାକର୍ମୀ ସଂଘ ବିଭିନ୍ନ ଦାବିନେଇ ଜେଲ ଭରୋ ଆନ୍ଦୋଳନ (Jail bharo Protest) କରିଛି । ଅଧିକ ପଢ଼ନ୍ତୁ

ସମୂହ ଦାବିକୁ ନେଇ ଆଶାକର୍ମୀଙ୍କ ଜେଲ ଭରୋ ଆନ୍ଦୋଳନ
ସମୂହ ଦାବିକୁ ନେଇ ଆଶାକର୍ମୀଙ୍କ ଜେଲ ଭରୋ ଆନ୍ଦୋଳନ

ସମୂହ ଦାବିକୁ ନେଇ ଆଶାକର୍ମୀଙ୍କ ଜେଲ ଭରୋ ଆନ୍ଦୋଳନ

ବାଲେଶ୍ବର:ପୁଣି ଗର୍ଜିଲା ଓଡିଶା ରାଜ୍ୟ ଆଶାକର୍ମୀ ସଂଘ । ଗତକାଲି ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଜ୍ୟ ଆଶାକର୍ମୀ ସଂଘ ବିଭିନ୍ନ ଦାବିନେଇ ଜେଲ ଭରୋ ଆନ୍ଦୋଳନ (Jail bharo Protest) କରିଛି । ଭାରତୀୟ ମଜଦୂର ସଂଘ ନେତୃତ୍ୱରେ ଆୟୋଜିତ ଆନ୍ଦୋଳନରେ ସଂଘର ଶତାଧିକ ଆଶାକର୍ମୀମାନେ ବାଲେଶ୍ଵର ଷ୍ଟେସନ ଛକରୁ ଏନେଇ ଏକ ଶୋଭାଯାତ୍ରାରେ ବାହାରିଥିଲେ ।ଏହାପରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ପହଞ୍ଚିଥିଲେ ।

ସେଠାରେ ସମୁଦାୟ ୭ ଦଫା ଦାବି ନେଇ ଆଶାକର୍ମୀମାନେ ଜେଲ ଭରୋ ଆନ୍ଦୋଳନ କରିଥିଲେ । ସୂଚନାନୁସାରେ ଶିଶୁର ଜନ୍ମ ଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଯୋଜନାର ସଫଳ ରୂପାୟନରେ ସାହାଯ୍ୟ କରିଥାନ୍ତି । ଏମାନଙ୍କୁ କିନ୍ତୁ ସରକାର ପ୍ରତାରଣା କରୁଛନ୍ତି । ଏନେଇ ବାରମ୍ବାର ଆଶାକର୍ମୀମାନେ ଅଭିଯୋଗ ବି କରିଛନ୍ତି । ତଥାପି ଏମାନଙ୍କର ସୁରକ୍ଷା ପାଇଁ ସରକାର କିଛି ପଦକ୍ଷେପ ନେଉନାହାନ୍ତି । ସରକାର ଆଶା କର୍ମୀମାନଙ୍କୁ ନିଜ ହକରୁ ବଞ୍ଚିତ କରିଥିବାରୁ ଅସନ୍ତୋଷ ପ୍ରକାଶ କରିଛି ଓଡିଶା ରାଜ୍ୟ ଆଶାକର୍ମୀ ସଂଘ ।

ଏହାମଧ୍ୟ ପଢ଼ନ୍ତୁ. 7 ଦଫା ଦାବି ନେଇ ଆଶାକର୍ମୀଙ୍କ ଧାରଣା

ତେବେ ଏହି ୭ଦଫା ଦାବି ଗୁଡିକ ହେଲା ଆଶା କର୍ମୀମାନଙ୍କୁ ସରକାରୀ ମାନ୍ୟତା, ମାସିକ ୧୮ହଜାର ଟଙ୍କା ଦରମା, ସ୍ୱାସ୍ଥ୍ୟ ବୀମାରେ ଅନ୍ତର୍ଭୁକ୍ତ କରିବା, EPF ଲାଗୁ କରିବା, ଅବସର ବେଳକୁ 5 ଲକ୍ଷ ଟଙ୍କା ପ୍ରଦାନ କରିବା ଭଳି 7ଟି ପ୍ରମୁଖ ଦାବି ରଖିଛି ଆଶାକର୍ମୀ ସଂଘ । ଏହାସହିତ କୋଭିଡ ସମୟରେ ସ୍ବାସ୍ଥ୍ୟସେବା ଯୋଗାଇଥିବା ଆଶାକର୍ମୀମାନଙ୍କୁ ସେମାନଙ୍କ ପ୍ରାପ୍ୟ ମିଳି ପାରିନଥିବାରୁ ଅସନ୍ତୋଷ ପ୍ରକାଶ କରିଛି ।

ଏ ସମ୍ପର୍କରେ ଭାରତୀୟ ମଜଦୂର ସଂଘର ରାଜ୍ୟ ସଭାପତି ପୃଥ୍ୱୀରାଜ ପଣ୍ଡା କହିଛନ୍ତି ''ସରକାର କୌଣସି ନିଷ୍ପତ୍ତି ନେଇ ନଥିବାରୁ ଆଜି ବାଧ୍ୟ ହୋଇ ରାଜ୍ୟ ଆଶାକର୍ମୀ ସଂଘ ପୁଣିଥିରେ ଆନ୍ଦୋଳନକୁ ଓହ୍ଲାଇଛି । ଜେଲ ଯିବୁ ପଛେ ଆମକୁ ଆମ ଦାବି ଦିଅ । ଏନେଇ ଆଜି ରାସ୍ତାକୁ ଓହ୍ଲାଇ ସରକାରୀ ମାନ୍ୟତା ମାଗିଛନ୍ତି । ତେଣୁ ସରକାର ଯେତେ ପର୍ଯ୍ୟନ୍ତ ସେମାନଙ୍କୁ ସରକାରୀର ମାନ୍ୟତା ଦେଇ ନାହାଁନ୍ତି ସେତେ ପର୍ଯ୍ୟନ୍ତ ସେମାନେ ଏହି ଆନ୍ଦୋଳନରୁ ଓହରିବେନି ବୋଲି କହିଛନ୍ତି । ଏହି କର୍ମଚାରୀଙ୍କୁ ଅବସର ସମୟରେ ୫ଟଙ୍କା ବି ଦେଉନାହାଁନ୍ତି ସରକାର । ତେଣୁ ଏହି କର୍ମଚାରୀଙ୍କ ଅବସର ସମୟରେ ୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଦାବି କରିଛନ୍ତି । ଏନେଇ ଆଜି ପ୍ରତ୍ୟେକ ଜିଲ୍ଲାରେ ଆଶା କର୍ମୀମାନେ ଆଜି ଜେଲଭରୋ ଆନ୍ଦୋଳନ ଡାକରା ଦେଇଛନ୍ତି'' ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details