ଓଡିଶା

odisha

By

Published : May 5, 2020, 10:04 PM IST

ETV Bharat / state

ବିଲରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା

ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା । ଏକ ବିଲ ମଧ୍ୟରୁ ଉଦ୍ଧାର କଲେ ଯୁବକ । ଅଧିକ ପଢନ୍ତୁ...

A newborn baby girl was rescued from the land
ବିଲରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା

ବାଲେଶ୍ବର: ପୁଣି ଅଲୋଡ଼ା ହେଲା ଶିଶୁକନ୍ୟା । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ନିଖିରା ଅଞ୍ଚଳରେ । ବିଲରୁ ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର ହେଲା ଶିଶୁକନ୍ୟା ।

ବିଲରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା

ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ନିଖିରା ଅଞ୍ଚଳର ଏକ ବିଲ ମଧ୍ୟରେ ଏକ ନବଜାତ ଶିଶୁକନ୍ୟା ପଡିଥିବା ଜଣେ ଯୁବକ ଦେଖିବାକୁ ପାଇଥିଲେ। ଏ ବିଷୟରେ ଯୁବକ ଜଣଙ୍କ ତାଙ୍କ ସ୍ତ୍ରୀଙ୍କୁ ଜଣାଇବା ପରେ ଉଭୟ ଶିଶୁକନ୍ୟାଟିକୁ ଉଦ୍ଧାର କରି ବାଲିଆପାଳ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଶିଶୁକନ୍ୟାର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାକୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି । ତେବେ କିଏ କାହିଁକି ଶିଶୁକନ୍ୟାଟିକୁ ବାହାରେ ଫିଙ୍ଗିଛି, ତାହା ଏଯାବତ ସ୍ପଷ୍ଟ ହୋଇନାହିଁ ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details