ଓଡିଶା

odisha

By

Published : Jun 11, 2022, 6:57 PM IST

ETV Bharat / state

ବାଲେଶ୍ବରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ଗିରଫ

ବାଲେଶ୍ବର ଓ ନୀଳଗିରି ଅବକାରୀ ବିଭାଗର ଚଢ଼ାଉ । ୨ଟି ସ୍ଥାନରେ ଚଢ଼ାଉ କରି ୪୦ କିଗ୍ରା ଗଞ୍ଜେଇ ଜବତ କରିବା ସହ ୩ ଜଣକୁ ଗିରଫ କରାଯାଇଛି । ଗଞ୍ଜେଇ ଧରି ଗାଡ଼ିକୁ ଅପେକ୍ଷା କରିଥିବା ସମୟରେ ସୂଚନା ପାଇ ଉଭୟ ସ୍ଥାନରେ ଚଢ଼ାଉ କରାଯାଇଥିଲା । ଅଧିକ ପଢ଼ନ୍ତୁ

ବାଲେଶ୍ବରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ଗିରଫ
ବାଲେଶ୍ବରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ଗିରଫ

ବାଲେଶ୍ଵର: ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ । ୨ଟି ସ୍ଥାନରୁ ୪୦ କିଗ୍ରା ଗଞ୍ଜେଇ ଜବତ କରିବା ସହ ୩ ଗିରଫ । ବିଶେଷ ସୂତ୍ରରୁ ଗଞ୍ଜେଇ ଚାଲାଣ ସମ୍ପର୍କରେ ଖବର ପାଇବା ପରେ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରିଥିଲା ଅବକାରୀ ବିଭାଗ । ଯେଉଁଥିରେ ମୋବାଇଲ ଟିମ ମଧ୍ୟ ସାମିଲ ରହିଥିଲା ।

ବାଲେଶ୍ବରରୁ ବିପୁଳ ପରିମାଣର ଗଞ୍ଜେଇ ଜବତ, ୩ ଗିରଫ

ସୂଚନା ଅନୁସାରେ ବାମପଦା ନିକଟରେ ଗଞ୍ଜେଇ ଧରି ଗାଡ଼ିକୁ ଅପେକ୍ଷା କରିଥିବା ପଶ୍ଚିମବଙ୍ଗ ଅଞ୍ଚଳର ଦୁଇଜଣ ବେପାରୀ ବାପି ଭଟାଚାର୍ଯ୍ୟ ଓ ଶୁକଦେବ ଦାସଙ୍କୁ ଏହି ସ୍ବତନ୍ତ୍ର ସ୍କ୍ବାର୍ଡ ଗିରଫ କରିଥିଲା । ସେମାନଙ୍କ ନିକଟରୁ ୩୦ କେଜି ଗଞ୍ଜେଇ ଜବତ କରାଯାଇଛି । ସେହିପରି ନୀଳଗିରି ଅବକାରୀ ଟିମ ଦ୍ବାରା ଖନ୍ତାପଡ଼ା ବସଷ୍ଟାଣ୍ଡରେ ଅପେକ୍ଷା କରିଥିବା ବିଦ୍ୟାଧରପୁର ଅଞ୍ଚଳର ବୀରେନ୍ଦ୍ର ପାଲଙ୍କୁ ଗିରଫ କରାଯାଇଛି । ତାଙ୍କ ନିକଟରୁ ୧୦ କିଗ୍ରା ଗଞ୍ଜେଇ ଜବତ କରାଯାଇଥିବା ଜଣାପଡ଼ିଛି । ପଶ୍ଚିମବଙ୍ଗରୁ ଅନେକ ବେପାରୀ ଓଡ଼ିଶାର ମାଲକାନଗିରି, ମୋହନଗିରି ଆଦି ଅଞ୍ଚଳରୁ ଗଞ୍ଜେଇ ନେଇ ପଶ୍ଚିମବଙ୍ଗରେ ବେପାର କରୁଥିବା ପୋଲିସ ସୂଚନା ଦେଇଛି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details