ଓଡିଶା

odisha

By

Published : Sep 18, 2022, 10:57 PM IST

ETV Bharat / state

ଜମିକୁ କେନାଲ ଖୋଳୁଥିବା ସମୟରେ ଖସିଲା ମାଟି ଅତଡ଼ା, ୨ ମୃତ

ଚାଷଜମିରେ ଜଳ ଯୋଗାଣ ପାଇଁ କେନାଲ ଖୋଳୁଥିବା ସମୟରେ ମାଟି ଅତଡା ଖସି ଦୁଇ ମୃତ । ଉଭୟଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ଜମିକୁ କେନାଲ ଖୋଳୁଥିବା ସମୟରେ ଖସିଲା ମାଟି ଅତଡ଼ା, ୨ ମୃତ
ଜମିକୁ କେନାଲ ଖୋଳୁଥିବା ସମୟରେ ଖସିଲା ମାଟି ଅତଡ଼ା, ୨ ମୃତ

ବଲାଙ୍ଗୀର: ଚାଷଜମିରେ ଜଳ ଯୋଗାଣ ପାଇଁ କେନାଲ ଖନନ ସମୟରେ ଅଘଟଣ । ମାଟି ଅତଡା ଖସି ଦୁଇ ମୃତ । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଦୁଙ୍ଗୁରୀଗୁଡ଼ା ଗ୍ରାମରେ ଏହି ଅଘଟଣ ଘଟିଛି । ମୃତକ ଦୁଇଜଣ ହେଉଛନ୍ତି ଦୁଙ୍ଗୁରୀଗୁଡ଼ା ଗ୍ରାମର ଗଣେଶ ବାଗ ଓ ପରଦେଶୀ ଭୋଇ । ଉଭୟଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

ଜମିକୁ କେନାଲ ଖୋଳୁଥିବା ସମୟରେ ଖସିଲା ମାଟି ଅତଡ଼ା, ୨ ମୃତ

ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଦୁଙ୍ଗୁରୀଗୁଡ଼ା ଗ୍ରାମରେ ଏଥର ସ୍ବଳ୍ପ ବୃଷ୍ଟି ହୋଇଥିବାରୁ ଚିନ୍ତାରେ ରହିଛନ୍ତି ଚଷୀ । ଏଥିପାଇଁ ଆଜି (ରବିବାର) ଏହି ଗ୍ରାମର ଗଣେଶ ବାଗ ଓ ପରଦେଶୀ ଭୋଇ ନିଜ ଚାଷଜମି ପାଖରେ ଥିବା ପୋଖରୀ ହିଡ଼ କାଟି ବିଲକୁ ପାଣି ମଡ଼ାଇବା ପାଇଁ କେନାଲ ତିଆରି କରୁଥିଲେ । ତେବେ ଏହି ସମୟରେ ପୋଖରୀ ହିଡ଼ ମାଟି ଧସି ଯାଇଥିଲା । ଫଳରେ ସେମାନେ ମାଟିତଳେ ଫସି ଯାଇଥିଲେ ।

ଏହା ଜଣାପଡ଼ିବା ପରେ ଦୁଙ୍ଗୁରୀଗୁଡ଼ା ଗ୍ରାମବାସୀ ଟିଟିଲାଗଡ ଅଗ୍ନିଶମ ଓ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ଟିଟିଲାଗଡ ଅଗ୍ନିଶମ କର୍ମଚାରୀ ଓ ପୋଲିସ । ଦୀର୍ଘ ସମୟର ପରିଶ୍ରମ ପରେ ମାଟି ତଳୁ ଗଣେଶ ବାଗ ଓ ପରଦେଶୀ ଭୋଇଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏହାପରେ ଦୁଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ ଡାକ୍ତରଖାନାକୁ ପଠାଯାଇଛି । ଅନ୍ୟପଟେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details